ପୁରୀ: ହିଂସାକାଣ୍ଡ ପରେ ଶ୍ରୀମନ୍ଦିର କାର୍ଯ୍ୟାଳୟରୁ ଲୁଟ, ସୁରକ୍ଷା ଯୋଗାଇବାରେ ପୁଲିସ ବିଫଳ

Advertisment
ପୁରୀ: ହିଂସାକାଣ୍ଡ ପରେ ଶ୍ରୀମନ୍ଦିର କାର୍ଯ୍ୟାଳୟରୁ ଲୁଟ, ସୁରକ୍ଷା ଯୋଗାଇବାରେ ପୁଲିସ ବିଫଳ

ପୁରୀ: ଶ୍ରୀକ୍ଷେତ୍ର ପୁରୀର ଶ୍ରୀମନ୍ଦିର କାର୍ଯ୍ୟାଳୟରୁ ବୁଧବାର ଅପରାହ୍ନରେ ଲୁଟ ହୋଇଥିବା ସୂଚନା ମିଳିଛି। ପୁଲିସର ବିଫଳତାର ସୁଯୋଗ ନେଇ ଲୋକମାନେ ନିଜର ବାହୁବଳ ପ୍ରଦର୍ଶନ ଦେଖାଇ ଯାଇ ଏମିତି କାଣ୍ଡ କରିଛନ୍ତି। ଶ୍ରୀମନ୍ଦିର କାର୍ଯ୍ୟାଳୟରୁ ଚାଉଳ ବସ୍ତା, ଆସବାବ ପତ୍ର ଓ ଟଙ୍କା ଲୁଟ ହୋଇଥିବା ଜଣାପଡ଼ିଛି।

ଶ୍ରୀମନ୍ଦିରରେ ଧାଡ଼ିଦର୍ଶନ ବ୍ୟବସ୍ଥାର ପ୍ରତିବାଦରେ ବୁଧବାର ଶ୍ରୀଜଗନ୍ନାଥ ସେନା ପକ୍ଷରୁ ପୁରୀ ବନ୍ଦ ଡାକରା ପରିପ୍ରେକ୍ଷୀରେ ଅଶାନ୍ତ ହୋଇ ଉଠିଛି ପୁରୀ ସହର। ଏହି ଧାଡ଼ି ଦର୍ଶନକୁ ନେଇ ହିଂସା ପ୍ରସଙ୍ଗରେ ପୁରୀ ଜିଲ୍ଲାପାଳ ଜ୍ୟୋତିପ୍ରକାଶ ଦାସ କହିଥିଲେ, ହିଂସାକାଣ୍ଡ ପଛରେ କିଛି ଅସମାଜିକଙ୍କ ହାତ ଅଛି। ଆଗକୁ ଦର୍ଶନରେ ଯେମିତି ଅସୁବିଧା ନହୁଏ ତା’ର ପୁନଃ ତର୍ଜମା କରାଯିବ।

ତେବେ ଭକ୍ତ, ସେବାୟତ, ଶ୍ରୀଜଗନ୍ନାଥ ସେନା ପକ୍ଷରୁ ସିଂହଦ୍ୱାର ସମ୍ମୁଖରେ ପ୍ରଶାସନ ପକ୍ଷରୁ ଲଗାଯାଇଥିିବା ବ୍ୟାରିକେଡ୍‌କୁ ଭାଙ୍ଗି ମନ୍ଦିର ଭିତରକୁ ଧଶେଇ ପଶିବା ସହିତ ବ୍ୟାପକ ଭଙ୍ଗାରୁଜା କରିଛନ୍ତି। କେବଳସେତିକି ନୁହେଁ, ବଡ଼ଦାଣ୍ଡରେ ଥିବା ଟ୍ରାଫିକ ପୋଷ୍ଟ ଗୁଡ଼ିକରେ ନିଆଁ ଲଗାଇ ଦେଇଛନ୍ତି। ପରିସ୍ଥିତି ଅଣାୟତ ହେବା ପରେ ପ୍ରଶାସନ ପକ୍ଷରୁ ଶ୍ରୀମନ୍ଦିର ଚର୍ତୁପାର୍ଶ୍ୱରେ ୧୪୪ ଧାରା ଜାରି କରାଯାଇ ହିଂସାକୁ ରୋକିବାକୁ ଉଦ୍ୟମ ଆରମ୍ଭ ହୋଇଛି। ଏପଟେ ଆଶାନ୍ତ ପୁରୀରେ ଆଇଜିଙ୍କ ନେତୃତ୍ୱରେ ବଡ଼ଦାଣ୍ଡରେ ପୁଲିସ ଫ୍ଲାଗ୍‌ମାର୍ଚ୍ଚ କରିଛି। ସିଂହଦ୍ୱାରା ସାମ୍ନାରୁ ମାର୍କେଟ ଛକ ଯାଏ ପୁଲିସର ଫ୍ଲାଗ୍‌ମାର୍ଚ୍ଚ କରିବା ସହିତ ଟେକା ପଥର ମାଡ କରୁଥିବା ଲୋକଙ୍କୁ ବୁଝାଇବାକୁ ଉଦ୍ୟମ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe