Loot from Transport Office: 3.59 lakh looted at gunpoint Photograph: (sambad.in)
ରାଉରକେଲା: ଟ୍ରାନ୍ସପୋର୍ଟ ଅଫିସରୁ ଲୁଟ୍ ହୋଇଛି। ଦୁଇଟି ବୋଲେରୋ ଗାଡ଼ିରେ ଡକାୟତ ଆସିଥିବା କୁହାଯାଉଛି। ଘରୋଇ ଟ୍ରାନ୍ସପୋର୍ଟ କମ୍ପାନି ଅଫିସରେ ପଶି ଥିଲେ।
କର୍ମଚାରୀଙ୍କୁ ମାଡ଼ ମାରି ବନ୍ଧୁକ ମୂନରେ ୩.୫୯ ଲକ୍ଷ ଟଙ୍କା ଲୁଟି ନେଇଥିଲେ। ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ା ଥାନା ଅନ୍ତର୍ଗତ ବରସୁଆଁ ଅଞ୍ଚଳରେ ଏହି ଘଟଣା ଘଟିଛି ।
ଆହୁରି ପଢ଼ନ୍ତୁ:Cold Wave: ଥରଉଛି ଶୀତ: ରାଜ୍ୟରେ ଶୀତ ଲହରୀ, ଦାରିଙ୍ଗବାଡ଼ି ତାପମାତ୍ରା ୮.୫ ଡିଗ୍ରି
ଗତକାଲି ରାତିରେ ଦୁଇଟି ବୋଲେରୋ ଗାଡ଼ିରେ ପ୍ରାୟ ୮ ରୁ ୧୦ ଜଣ ଡକାୟତ ଟ୍ରାନ୍ସପୋର୍ଟ କମ୍ପାନି ଅଫିସ୍ରେ ପଶି ଥିଲେ। ଡକାୟତମାନେ ମୁଖା ପିନ୍ଧିଥିବା ବେଳେ ହାତରେ ପିସ୍ତଲ୍ ଏବଂ ଅନ୍ୟ ମାରଣାସ୍ତ୍ର ଧରି ଥିଲେ।
ସିସିଟିଭି ହାର୍ଡୱେର୍ ଭାଙ୍ଗିଲେ
ଅଫିସ୍ର କର୍ମଚାରୀଙ୍କୁ ମାଡ଼ ମାରି ଟଙ୍କା ଲୁଟି ନେଇ ପଳାଇ ଯାଇଥିଲେ। ଗଲା ବେଳେ ସିସିଟିଭି ହାର୍ଡୱେର୍ ମଧ୍ୟ ଭାଙ୍ଗି ଦେଇଥିଲେ।
ଧଳା-କଳା ବୋଲେରୋରେ ଆସିଥିଲେ ଲୁଟେରା
ଲୁଟେରାମାନେ ଗୋଟିଏ ଧଳା ଏବଂ କଳା ରଙ୍ଗର ବୋଲେରୋ ଗାଡ଼ିରେ ଆସିଥିବା ଜଣା ପଡ଼ିଛି। ଲହୁଣୀପଡ଼ା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି। ଗତ କିଛିଦିନ ହେଲା ବଣାଇ ଏବଂ ଲହୁଣୀପଡ଼ା ଥାନା ଅଞ୍ଚଳରେ ଡକାୟତି ଏବଂ ଲୁଟ୍ ଘଟଣା ବଢ଼ି ଯାଇଥିବାରୁ ପୁଲିସ ପାଇଁ ଚିନ୍ତାର ବିଷୟ ହୋଇଛି।
ଆହୁରି ପଢ଼ନ୍ତୁ:Job Offer: Bank of Baroda ଆଣିଲା ଚାକିରି ଅଫର, ୨୭୦୦ ପଦବୀ ପାଇଁ କରିପାରିବେ ଆବେଦନ
Follow Us