ବନ୍ଧୁକ ଦେଖାଇ ମହିଳା ଡାକ୍ତରଙ୍କଠାରୁ ସୁନା ଅଳଙ୍କାର ଓ ବାଟରୁ ବାଇକ ଲୁଟ୍‌

ମହିଳାଙ୍କ ସୁନାଚେନ୍‌ ଝାମ୍ପିନେଲେ

Free Press Journal

କେସିଙ୍ଗା/ଉତ୍କେଲା : କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଉତ୍କେଲା ଉଡ଼ାଜାହାଜ ପଡ଼ିଆ ନିକଟରେ ଫିଲିମ୍‌ ଷ୍ଟାଇଲ୍‌ରେ ଲୁଟ୍‌ ହୋଇଛି। ରୋଗୀ ପରିଚୟ ଦେଇ ଲୁଟେରା ଜଣକ ଆସିବା ପରେ ଜଣେ ମହିଳା ଡାକ୍ତରଙ୍କୁ ବନ୍ଧୁକ ଦେଖାଇ ସୁନା ଗହଣା ଲୁଟି ନେଇଛି। ସେହିପରି ବାଟରୁ ଏକ ଦମ୍ପତିଙ୍କଠାରୁ ବାଇକ୍‌ ଲୁଟି ନେଇ ଫେରାର ହୋଇଯାଇଛି। ଏହି ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

ପୁଲିସ ସୂତ୍ରରୁ ପ୍ରକାଶ ଯେ, ଉଡ଼ାଜାହାଜ ପଡ଼ିଆ ନିକଟରେ ଏକ କୋଠାର ଉପର ମହଲାରେ ହୋମିଓପ୍ୟାଥିକ ଡାକ୍ତର ରଶ୍ମିତା ମିଶ୍ର ରହନ୍ତି। ଶନିବାର ତାଙ୍କ ସ୍ବାମୀ ତଳକୁ ଯାଇଥିବା ସମୟରେ ଉକ୍ତ ଲୁଟେରା ତାଙ୍କ ଘରକୁ ଆସିଥିଲା। ରୋଗୀ ବୋଲି ପରିଚୟ ଦେଇ ଚିକିତ୍ସା ପାଇଁ ଆସିଥିବା କହିଥିଲା। ତାର ଆଖି ଲାଲ ଥିବାରୁ କୋଭିଡ୍‌ ଭାବି ସରକାରୀ ଡାକ୍ତରଖାନା ଯିବାକୁ ଡାକ୍ତର କହିଥିଲେ। ଲୁଟେରା ପାଣି ମାଗିବାରୁ ପାଣି ପାଇଁ ଯାଇଥିବା ବେଳେ ପଛପଟୁ ବନ୍ଧୁକ ଦେଖାଇ କବାଟ ବନ୍ଦ କରିଦେଇଥିଲା। ସେ ବନ୍ଧୁକ ଦେଖାଇ ଆକ୍ରମଣ ଉଦ୍ୟମ କରିଥିଲା। ଡାକ୍ତର ବହୁତ ନେହୁରା ହୋଇ ଗୋଡ଼ ଧରିବାରୁ ସେ ତାଙ୍କ ବେକରେ ଥିବା ସୁନା ଚେନ ଓ ଆଲମାରିରେ ଥିବା କାନଫୁଲ ନେଇଯାଇଥିଲା। ପରେ ତାକୁ ବାହାରକୁ ନେଇ ଛାଡ଼ିବାକୁ କହିଥିଲା। ଏ ସମ୍ପର୍କରେ କାହାରିକୁ କହିଲେ ହତ୍ୟା କରିବ ବୋଲି ଧମକ ଦେଇ ଫେରାର ହୋଇଯାଇଥିଲା ବୋଲି ଡାକ୍ତର ପ୍ରକାଶ କରିଛନ୍ତି।

ପରେ ଲୁଟେରା ଜଣକ ସ୍ଥାନୀୟ ସାପ୍ତାହିକ ବଜାର ନିକଟରୁ ବାଇକରେ ଯାଉଥିବା ସ୍ଵାମୀ ସ୍ତ୍ରୀଙ୍କୁ ବନ୍ଧୁକ ଦେଖାଇ ବାଇକ୍‌ ଲୁଟି ନେଇଥିଲା। ପାଖରେ ଥିବା ଲୋକମାନେ ତାକୁ ଧରିବାକୁ ଉଦ୍ୟମ କରିଥିଲେ। ହେଲେ ସେ ପୁଣି ବନ୍ଧୁକ ବୁଲାଇ ଲୋକଙ୍କୁ ଭୟଭୀତ କରି ପଳାଇଥିଲା। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe