ପୁଣି କଳା ପଲ୍‌ସର୍‌ ଆତଙ୍କ, ସୁନାହାର ଲୁଟିଲେ

ଡାକ୍ତରାଣୀଙ୍କ ବେକରୁ ସୁନାଚେନ୍‌ ଲୁଟ୍‌

NewsWire

ଝାରସୁଗୁଡା: ଝାରସୁଗୁଡ଼ା ସହରରେ ଏବେ ପୁଣି ଲୁଟେରା ମାତିଲେଣି। କିଛି ଦିନର ନିରବତା ପରେ ନମ୍ବର ବିହୀନ କଳା ପଲସର ଘୂରି ବୁଲୁଛି। ଆଖି ପିଛୁଳାକେ ମହିଳାମାନଙ୍କ ବେକରୁ ଲୁଟି ନେଉଛନ୍ତି ସୁନା ହାର। ଗୁରୁବାର ଦିନ ଦ୍ବିପ୍ରହରେ ଘଟିଛି ଏଭଳି ଏକ ଘଟଣା। ଏଥିରେ ଶିକାର ହୋଇଛନ୍ତି ଖୋଦ୍‌ ପୁଲିସ ଅଫିସରେ କାର୍ଯ୍ୟ କରୁଥିବା ମହିଳା କର୍ମଚାରୀ ରୀତା ଏକ୍କା। ରୀତା ଏକ ସ୍କୁଟି ପଛରେ ବସିଥିବା ବେଳେ ଗାଡ଼ି ତାଙ୍କ ଝିଅ ଚଳାଉଥିଲେ। ତାଲପଟିଆ ଛକ ନିକଟରେ ମୁହଁରେ କପଡ଼ା ଢାଙ୍କିଥିବା ୨ ଜଣ ଯୁବକ ହାଠାତ ସ୍କୁଟି ପାଖକୁ ଆସି ବାଇକ ସ୍ଲୋ କରି ରୀତାଙ୍କ ବେକରୁ ସୁନା ଚେନ୍‌ ଲୁଟି ଫେରାର ହୋଇ ଯାଇଥିଲେ।

ଆଖି ପିଛୁଳାକେ ଲୁଟେରାମାନେ କୁଆଡ଼େ ଦ୍ରୁତ ଗତିରେ ଚାଲି ଯାଇଥିଲେ। ମହିଳାଙ୍କ ସୁନା ହାର ୫ ଗ୍ରାମର ଥିବା ପୁଲିସ କହିଛି। ଏହା ପୂର୍ବରୁ ବେହେରାମାଲରେ ମଧ୍ୟ ଜଣେ ମହିଳାଙ୍କ ବେକରୁ ଲୁଟେରା ସୁନା ମାଳି ଲୁଟି ‌ନେଇଥିଲେ। ତେବେ ସବୁଠୁ ଆଶ୍ଚର୍ଯ୍ୟର କଥା ଖୋଦ ପୁଲିସ ଅଫିସରେ କାମ କରୁଥିବା କର୍ମଚାରୀ ମଧ୍ୟ ଏବେ ଲୁଟେରାଙ୍କ କବଳରୁ ସୁରକ୍ଷିତ ନୁହନ୍ତି। ପୁଲିସ ବିଭିନ୍ନ ଅଞ୍ଚଳର ସିସିଟିଭି ଫୁଟେଜକୁ ଅନୁଧ୍ୟାନ କରି ତଦନ୍ତ ଆରମ୍ଭ କରିଥିବା ବେଳେ ଏକ ସ୍ବତନ୍ତ୍ର ଟିମ୍‌ ବାହାରକୁ ଯାଇଥିବା ଆଇଆଇସି ସାବିତ୍ରୀ ବଳ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe