ସୁନାଚେନ୍‌ ଝାମ୍ପିନେଲେ

Advertisment
ସପ୍ତାହରେ ୪୬ ଚୋରି ଓ ୧୨ ଛିନ୍‌ତାଇ, ସୁଯୋଗ ଦେଉଛି ସହଜ ଜାମିନ

Times of India

ବଡ଼ଚଣା : ଜଣେ ମହିଳାଙ୍କ ବେକରୁ ସୁନାଚେନ୍‌ ଝାମ୍ପିନେଇ ଚମ୍ପଟ ମାରିଛି ଦୁର୍ବୃତ୍ତ। ବଡ଼ଚଣା ଥାନା ଅନ୍ତର୍ଗତ ଚଣ୍ଡିତଳ ଗ୍ରାମର ମନୋରଞ୍ଜନ ପଟ୍ଟନାୟକଙ୍କ ଝିଅ ରୋଜାଲିନ ପଟ୍ଟନାୟକ ଆଜି ଏକ ସ୍କୁଟି ଯୋଗେ ତାଙ୍କ ଖୁଡ଼ୀଙ୍କ ସହ ଚଣ୍ଡିଖୋଲ ଆସିଥିଲେ।

କାମ ସାରି ସେମାନେ ଘରକୁ ଫେରୁଥିବାବେଳେ ୧୬ ନମ୍ବର ଜାତୀୟ ରାଜପଥର ମା’ ମାଝୀଗୌରୀ ମନ୍ଦିର ନିକଟରେ ବାଇକ୍‌ ଯୋଗେ ଜଣେ ଅଜଣା ଯୁବକ ଆସି ରୋଜାଲିନଙ୍କ ବେକରୁ ଚେନ୍‌ ଛିଡ଼ାଇ ଚମ୍ପଟ ମାରିଥିଲା। ଏନେଇ ରୋଜାଲିନ ଥାନାରେ ଅଭିଯୋଗ କରିବା ପରେ ତଦନ୍ତ ଜାରି ରହିଥିବା ଥାନାଧିକାରୀ ମହମ୍ମଦ ସୁରଜ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe