ମହିଳାଙ୍କ ବେକରୁ ସୁନାଚେନ୍ ଲୁଟ୍‌

Advertisment
ମହିଳାଙ୍କ ବେକରୁ ସୁନାଚେନ୍ ଲୁଟ୍‌

କଣ୍ଟାମାଳ: କଣ୍ଟାମାଳ ବ୍ଲକ ପଲସାଗୋରାଠାରେ ନାରାୟଣ ପ୍ରସାଦ ପଞ୍ଚାୟତ ରିଙ୍ଗାପଡ଼ା ଗାଁର ଅଙ୍ଗନୱାଡ଼ି କର୍ମୀ ପଙ୍କଜିନୀ ପାଣିଗ୍ରାହୀଙ୍କ ବେକରୁ ଶନିବାର ରାତିରେ ସୁନାଚେନ୍‌ ଲୁଟ୍‌ ହୋଇଛି। ପଙ୍କଜିନୀ ତାଙ୍କ ସ୍ଵାମୀଙ୍କ ସହ ବାଇକ୍‌ରେ ନାତୁଣୀକୁ ଧରି ମନମୁଣ୍ଡାରୁ ନିଜ ଗାଁ ଅଭିମୁଖେ ଫେରୁଥିଲେ।

ପଲସାଗୋରା ହାଇସ୍କୁଲ ଛକ ନିକଟରେ ରାତି ପ୍ରାୟ ୭ଟାରେ ଜଣେ ଦୁର୍ବୃତ୍ତ ଏକ ବାଇକ୍‌ରେ ଆସି ତାଙ୍କ ବେକରୁ ସୁନାଚେନ୍‌ ଲୁଟି ନେଇ ମନମୁଣ୍ଡା ଅଭିମୁଖେ ପଳାଇଥିଲା। ଏନେଇ ପାଣିଗ୍ରାହୀ ଦମ୍ପତି ମନମୁଣ୍ଡା ଥାନାକୁ ଯାଇ ଲିଖିତ ଅଭିଯୋଗ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe