ଆଳୁ ବେପାରୀଙ୍କୁ ଭୁଜାଲିରେ ହାଣି ଦେଢ଼ ଲକ୍ଷ ଟଙ୍କା ଲୁଟ୍‌

Advertisment
ଚଣ୍ଡିଖୋଲ : ଡିକି ଭାଙ୍ଗି ସୁନାଅଳଙ୍କାର ଲୁଟ୍‌

VectorStock

ବିରିଡି: ଆଜି ସକାଳେ ବିରିଡ଼ି ଥାନା ଅନ୍ତର୍ଗତ କନ୍ଦରପୁର–ଜଗତସିଂହପୁର ୫୫ ନଂ ଜାତୀୟ ରାଜପଥ ଦଳେଇଘାଇ ଛକ ନିକଟରେ ଦୁଇଜଣ ଦୁର୍ବୃତ୍ତ ଭୁଜାଲିରେ ଆକ୍ରମଣ କରି ସୁଦର୍ଶନ ସାହୁ (୩୦) ନାମକ ଜଣେ ଆଳୁ ବ୍ୟବସାୟୀଙ୍କ ଠାରୁ ଦେଢ ଲକ୍ଷ ଟଙ୍କା ଓ ଏକ ମୋବାଇଲ ଛଡ଼ାଇ ନେଇଯିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଭୁଜାଲି ଆକ୍ରମଣରେ ଆହତ ସୁଦର୍ଶନଙ୍କୁ ଜଗତସିଂହପୁର ମୁଖ୍ୟ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଖବରପାଇ ବିରିଡ଼ି ଥାନା ଆଇଆଇସି ଦିଲୀପ କୁମାର ସାହୁ ପୁଲିସ ସହ ଘଟଣାସ୍ଥଳରେ ପହଞ୍ଚି ବ୍ୟବସାୟୀ ଶ୍ରୀ ସାହୁଙ୍କ ଅଭିଯୋଗକୁ ଭିତ୍ତିକରି ୧୩୫/୨୦ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି।

ଘଟଣାରୁ ପ୍ରକାଶ, ସକାଳ ୯ ଟା ୪୫ ସମୟରେ ବ୍ୟବସାୟୀ ଶ୍ରୀ ସାହୁ ଏକ ଗାଡ଼ିରେ ଆଳୁ ଆଣି ଫକୀରପଡ଼ାରୁ ବାଲିଆ ପର୍ଯ୍ୟନ୍ତ ବେପାରୀମାନଙ୍କୁ ଆଳୁ ଦେଇ ସେଠାରୁ ଟଙ୍କା ଆଦାୟ କରି ନିଜ ଗ୍ରାମ ଗୋପୀନାଥପୁର ପଞ୍ଚାୟତର ବାଲିଆ ଗ୍ରାମକୁ ଫେରୁଥିଲେ। ଏକ ନାଲି ପଲ୍‌ସର୍‌ ବାଇକ୍‌ରେ ମୁଖା ପିନ୍ଧା ଦୁଇ ଜଣ ଦୁର୍ବୃତ୍ତ ଦଳେଇଘାଇ ଛକରେ ପୂର୍ବରୁ ଏହି ଆଳୁ ବ୍ୟବସାୟୀଙ୍କୁ ଅପେକ୍ଷା କରି ରହିଥିଲେ। ସୁଦର୍ଶନ ସେଠାରେ ପହଞ୍ଚିବା ମାତ୍ରେ ଦୁଇ ଯୁବକ ତାଙ୍କ ବାମ ଗୋଡ଼କୁ ଭୁଜାଲିରେ ଆକ୍ରମଣ କରି ତଳେ ପକାଇ ଦେଇଥିଲେ। ତା’ପରେ ଟଙ୍କା ନେଇ କଟକ ଆଡ଼େ ଫେରାର ହୋଇଯାଇଥିଲେ। ପୁଲିସ୍‌ ଏପର୍ଯ୍ୟନ୍ତ ସେମାନଙ୍କ ଟେର୍‌ ପାଇପାରିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe