ରାଜଧାନୀରେ ହଇଚଇ; ଦିନ ଦି’ପହରେ ବ୍ୟାଙ୍କ ଲୁଟ୍‌

ମହିଳା କର୍ମଚାରୀଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ୨.୮ ଲକ୍ଷ ଲୁଟିଲା

ବ୍ୟାଙ୍କ ଡକାୟତି: କର୍ମଚାରୀଙ୍କୁ ପଣବନ୍ଦୀ କରି ୧୦ ଲକ୍ଷ ଟଙ୍କା ନେଇଗଲା ଦୁର୍ବୃତ୍ତ!

KNS Kashmir

ଚନ୍ଦ୍ରଶେଖରପୁର: ରାଜଧାନୀରେ ଦିନ ଦି’ପହରେ ବ୍ୟାଙ୍କ ଲୁଟ୍‌। ଆଜି ଜଣେ ଲୁଟେରା ମହିଳା କର୍ମଚାରୀଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ କାଉଣ୍ଟର କ୍ୟାସ୍‌ ବକ୍ସରୁ ୨ ଲକ୍ଷ ୮୦ ହଜାର ଟଙ୍କା ଲୁଟି ନେଇଛି। ଇନ୍‌ଫୋସିଟି ଥାନା ଅଧୀନ ନନ୍ଦନବିହାରସ୍ଥିତ ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କରୁ ଏହି ଲୁଟ୍‌ ହୋଇଛି। ପୁଲିସ ବ୍ୟାଙ୍କର ସିସିଟିଭି ଫୁଟେଜ୍‌ ସଂଗ୍ରହ କରି ତଦନ୍ତ ଆରମ୍ଭ କରିଥିଲେ ହେଁ ଲୁଟେରା ଜଣକ ବାବଦରେ ସୁରାକ୍ ପାଇନଥିବା ଜଣାପଡ଼ିଛି। ତେବେ ଏବେ ଲୁଟେରାମାନେ ରାଜରାସ୍ତାରୁ ଆରମ୍ଭ କରି ବ୍ୟାଙ୍କ ଲୁଟିବା ଭଳି କାଣ୍ଡ ଭିଆଇବାକୁ ସାହସ କରୁଥିବାରୁ ରାଜଧାନୀର ସୁରକ୍ଷା ବ୍ୟବସ୍ଥାକୁ ନେଇ ଲୋକମାନଙ୍କ ଚିନ୍ତା ବଢ଼ିଯାଇଛି। ସମୟ ପାଖାପାଖି ଅପରାହ୍ଣ ତିନିଟା। ସେତେବଳେ ବ୍ୟାଙ୍କ କାଉଣ୍ଟରରେ ମାତ୍ର ଦୁଇ ଜଣ ମହିଳା କର୍ମଚାରୀ ଥିଲେ। ବ୍ୟାଙ୍କ ଗେଟ୍‌ରେ ସୁରକ୍ଷାକର୍ମୀ ନଥିଲେ କି ଭିତରେ କୌଣସି ଗ୍ରାହକ ନଥିଲେ। ହଠାତ୍ ଜଣେ ଯୁବକ ବ୍ୟାଙ୍କ ଭିତରକୁ ପଶିଥିଲା ଓ ସିଧାସଳଖ କ୍ୟାସ୍‌ କାଉଣ୍ଟ‌‌ରରେ ବସିଥିବା ମହିଳା କର୍ମଚାରୀଙ୍କ ପାଖକୁ ମାଡ଼ି ଯାଇ ତାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଦେଇଥିଲା। କ୍ୟାସ୍ ବକ୍ସକୁ ଟାଣି ନେଇ ସେଥିରୁ ନଗଦ ୨ ଲକ୍ଷ ୮୦ ହଜାର ଟଙ୍କା ବାହାର କରି ଏକ ବ୍ୟାଗ୍‌ରେ ପୁରାଇଥିଲା। ଏହା ପରେ ଲକର୍‌ ଚାବି ମାଗିଥିଲା। ଭୟରେ ମହିଳା କର୍ମଚାରୀ ଲକର୍‌ ଚାବି ନାହିଁ ବୋଲି କହିବା ପରେ ସେ ଅଧିକ ଧମକଚମକ ନ ଦେଇ ବ୍ୟାଙ୍କରୁ ତରବରରେ ବାହାରି ଯାଇଥିଲା। ମାତ୍ର ୫ ମିନିଟ୍‌ ଭିତରେ ସେ ଏହି କାଣ୍ଡ ଘଟାଇ ସେଠାରୁ ପାର୍‌ ହୋଇଯାଇଥିଲା।

ଖବର ପାଇ ଏସିପି ପ୍ରକାଶ ଚନ୍ଦ୍ର ପାଲ୍‌ ଓ ଇନ୍‌ଫୋସିଟି ଥାନା ଆଇଆଇସି ବିଶ୍ବଜିତ ମହାନ୍ତି ସଦଳବଳେ ବ୍ୟାଙ୍କରେ ପହଞ୍ଚିଥିଲେ। ସିସିଟିଭି ଫୁଟେଜ୍‌ରେ ଲୁଟ୍‌ର ସମସ୍ତ ଦୃଶ୍ୟ କଏଦ ହୋଇଥିଲେ ହେଁ ଦୁର୍ବୃତ୍ତଜଣକ ମୁହଁରେ ମାସ୍କ ପିନ୍ଧିଥିବାରୁ ତାକୁ ଚିହ୍ନଟ କରି ହୋଇନାହିଁ। ତେବେ ପାରିପାର୍ଶ୍ବିକ ପରିସ୍ଥିତିରୁ ଏହି ଲୁଟ୍‌ରେ ସ୍ଥାନୀୟ ଦୁର୍ବୃତ୍ତ ସମ୍ପୃକ୍ତ ଥିବା ପୁଲିସ ସନ୍ଦେହ କରୁଛି ଓ ସେହି ଅନୁସାରେ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରହିଛି ବୋଲି ପୁଲିସ ସୂଚନା ଦେଇଛି। ଅପରାହ୍ଣରେ ବ୍ୟାଙ୍କରେ ଗ୍ରାହକଙ୍କ ଭିଡ଼ ରହୁନଥିବା ଓ ସେଠାରେ ସୁରକ୍ଷା ବ୍ୟବସ୍ଥା ଢ଼ିଲା ଥିବା ମଉକାରେ ପୂର୍ବରୁ ପ୍ରସ୍ତୁତ ହୋଇଥିବା ଦୁର୍ବୃତ୍ତ ଏହି କାଣ୍ଡ ଭିଆଇଛି ବୋଲି ପୁଲିସ ସ୍ଥାନୀୟ ଦୁର୍ବୃତ୍ତଙ୍କ ଉପରେ ଆଖି ପକାଇ ତଦନ୍ତ ଆରମ୍ଭ କରିଛି। ଦୁର୍ବୃତ୍ତଜଣକ ଏକ ନମ୍ବରବିହୀନ ଆକ୍ଟିଭା ବ୍ୟବହାର କରିଥିବା ଜଣାପଡ଼ିଛି। ବ୍ୟାଙ୍କ ସିସିଟିଭିର ଫୁଟେଜ୍‌ ତଦନ୍ତରେ ଅଧିକ ସହାୟକ ହେଉନଥିବାରୁ ପୁଲିସ ଆଖପାଖରେ ଲାଗିଥିବା ସିସିଟିଭିରୁ ଫୁଟେଜ୍ ସଂଗ୍ରହ କରି ଦୁର୍ବୃତ୍ତକୁ ଚିହ୍ନଟ କରିବା ପାଇଁ ଉଦ୍ୟମ କରୁଛି। ଭୁବନେଶ୍ବର ଡିସିପି ଉମାଶଙ୍କର ଦାଶ କହିଛନ୍ତି ଯେ ତଦନ୍ତ ଜୋରଦାର୍‌ କରାଯାଉଛି ଓ ଖୁବ୍‌ ଶୀଘ୍ର ଲୁଟେରାକୁ ଧରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe