ଦକ୍ଷିଣକାଳୀ ମନ୍ଦିରରୁ ୧୦ ଲକ୍ଷର ସମ୍ପତ୍ତି ଲୁଟ୍ : ଲୁଟିନେଲେ ମା’ଙ୍କ କିରୀଟ, ମଙ୍ଗଳସୂତ୍ର, ମୁଣ୍ଡମାଳ

Advertisment
ଦକ୍ଷିଣକାଳୀ ମନ୍ଦିରରୁ ୧୦ ଲକ୍ଷର ସମ୍ପତ୍ତି ଲୁଟ୍ : ଲୁଟିନେଲେ ମା’ଙ୍କ କିରୀଟ, ମଙ୍ଗଳସୂତ୍ର, ମୁଣ୍ଡମାଳ

ପୁରୀ/ସାକ୍ଷୀଗୋପାଳ :‌ ଶ୍ରୀକ୍ଷେତ୍ର ଉପକଣ୍ଠରେ ଧର୍ମପୀଠ ଏବେ ଅସୁରକ୍ଷିତ ହୋଇପଡ଼ିଛି। ଗତ କିଛି ଦିନ ହେବ ବିଭିନ୍ନ ମନ୍ଦିରରୁ ଲୁଟ୍‌ କରିବା ପରେ ଏଥର ଦର୍ବୃତ୍ତମାନେ ସତ୍ୟବାଦୀ ଥାନା ଅନ୍ତର୍ଗତ ବୀରଗୋବିନ୍ଦପୁରର ପ୍ରସିଦ୍ଧ ଶକ୍ତିପୀଠ ମା’ ଦକ୍ଷିଣକାଳୀଙ୍କ ମନ୍ଦିରକୁ ଟାର୍ଗେଟ୍‌ କରିଛନ୍ତି। ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ମା’ଙ୍କ ମନ୍ଦିରରେ କଳାକନା ବୁଲାଇ ଦେଇଛନ୍ତି। ଦୁର୍ବୃତ୍ତମ‌ାନେ ୧୦ ଲକ୍ଷ ଟଙ୍କାରୁ ଅଧିକ ସମ୍ପତ୍ତି ଲୁଟି ନେଇଛନ୍ତି।

ସୂଚନା ଅନୁସାରେ, ଗତ ୭ ମାସ ହେବ ଖୋଲିନଥିବା ହୁଣ୍ଡିକୁ ଟେକି ‌ନେବା ସହ ମା’ଙ୍କର ଦୁଇଟି ସୁନା କିରୀଟ(ମୁକୁଟ), ଦୁଇଟି ରୁପା କିରୀଟ, ତିନୋଟି ମଙ୍ଗଳସୂତ୍ର, ୧୦୮ ରୁପା ମୁଣ୍ଡମାଳ ଥିବା ଦୁଇ ସେଟ୍ ଓ ମା’ଙ୍କ ରୁପାଛତ୍ରୀକୁ ମଧ୍ୟ ଲୁଟି ନେଇଛନ୍ତି। ଏ ନେଇ ଆଜି ଗ୍ରାମ କୋଠ ପକ୍ଷରୁ ସତ୍ୟବାଦୀ ଥାନାରେ ଅଭିଯୋଗ ହେବା ପରେ ପୁଲିସ ଓ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଦୁର୍ବୃତ୍ତଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରହିଛି। ତେବେ ବୀରଗୋବିନ୍ଦପୁର ମନ୍ଦିରରୁ ଏଭଳି ଲୁଟ୍‌ ହେବା ଘଟଣା ଭକ୍ତ ଓ ଶ୍ରଦ୍ଧାଳୁଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏଭଳି ସ‌‌ମ୍ବେଦନଶୀଳ ଘଟଣାକୁ ଗମ୍ଭୀରତାର ସହିତ ନେଇ ପୁଲିସ ଅଭିଯୁକ୍ତକୁ ତୁରନ୍ତ ଗିରଫ କରିବାକୁ ଦାବି ହୋଇଛି। ଅନ୍ୟପଟେ ମା’ଙ୍କ ମନ୍ଦି‌ରରେ ମାଘସ୍ନାନ କରାଯାଇ ପୂଜାର୍ଚ୍ଚନା କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe