କାରଖାନାରୁ ୪୫ ଲକ୍ଷର ଯନ୍ତ୍ରାଂଶ ଲୁଟିଲେ

Advertisment
ଋଣ ପରିଶୋଧ ନୋହିଲା; ବନ୍ଦ ହେଲା ୨୩୧ ଉଦ୍ୟୋଗ

ରାଜଗାଙ୍ଗପୁର : ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ମଣ୍ଡିଆକୁଦରସ୍ଥିତ ରାଘବେନ୍ଦ୍ର ମେଟାଲିକ୍‌ କାରଖାନାରୁ ରବିବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ୪୫ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ଯନ୍ତ୍ରାଂଶ ଲୁଟି ନେଇଛନ୍ତି।

ରାଘବେନ୍ଦ୍ର ମେଟାଲିକ୍‌ କାରଖାନାର ଆଧୁନିକୀକରଣ ପାଇଁ ପରିସରରେ ଅନେକ ଦାମୀ ଯନ୍ତ୍ରାଂଶ ଗଚ୍ଛିତ ଥିଲା। ବିଳମ୍ବିତ ରାତିରେ ୫ଟି ବଲେରୋରେ ୨୦ ଜଣ ଦୁର୍ବୃତ୍ତ ଆସିଥିଲେ। ପ୍ରଥମେ ୨ଜଣ ମୁଖ୍ୟ ଗେଟ୍‌ ଦେଇ ଏବଂ ପରେ ୧୦ ଜଣ ପାଚେରି ଭାଙ୍ଗି କାରଖାନା ଭିତରକୁ ପଶିଥିଲେ। ସେମାନେ କାରଖାନା ଗେଟ୍‌ ଓ ଭିତରେ ଥିବା କର୍ମଚାରୀଙ୍କୁ ଭୁଜାଲିରେ ଆକ୍ରମଣ କରି ଲାବୋରେଟୋରୀରେ ବାନ୍ଧି ଦେଇଥିଲେ। କାରଖାନାରେ ଲାଗିଥିବା ସମସ୍ତ ମୂଲ୍ୟବାନ ତମ୍ବା ସାମଗ୍ରୀ ଏବଂ ଆସିଥିବା ବିଦ୍ୟୁତ ସାମଗ୍ରୀଗୁଡ଼ିକୁ ଖୋଲି ସେସବୁକୁ ଗାଡ଼ିରେ ବୋଝେଇ କରି ଚମ୍ପଟ ମାରିଥିଲେ। ଯନ୍ତ୍ରାଂଶ ଖୋଲିବା ପାଇଁ ଲୁଟେରାମାନେ କିଛି ମେକାନିକଙ୍କୁ ସାଙ୍ଗରେ ଆଣିଥିବା ଅନୁମାନ କରାଯାଉଛି। ନିକଟରେ କାରଖାନାକୁ ନିଲାମରେ ନେଇଥିବା ଶିଳ୍ପପତି ଏହାର ଆଧୁନିକୀକରଣ ନିମନ୍ତେ ମୂଲ୍ୟବାନ ଯନ୍ତ୍ରାଂଶ ଆଣିଥିଲେ। ରାଜଗାଙ୍ଗପୁର ଓ ବେଦବ୍ୟାସ ଅଞ୍ଚଳରେ ସ୍କ୍ରାପ୍‌ ଚୋରମାନେ ଏକାଧିକ ବନ୍ଦ କାରଖାନାରୁ ଯନ୍ତ୍ରାଂଶ ଲୁଟ୍‌ କରିଥିବା ବିଭିନ୍ନ ଥାନାରେ ଅଭିଯୋଗ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe