ଅନୁଗୁଳ: ଏସବିଆଇ ଏଟିଏମ୍ ଭାଙ୍ଗି ଲୁଟିନେଲେ ୨୭.୯୦ ଲକ୍ଷ ଟଙ୍କା

Advertisment
ଅନୁଗୁଳ: ଏସବିଆଇ ଏଟିଏମ୍ ଭାଙ୍ଗି ଲୁଟିନେଲେ ୨୭.୯୦ ଲକ୍ଷ ଟଙ୍କା

Kalinga TV

ଅନୁଗୁଳ: ଶନିବାର ବିଳମ୍ବିତ ରାତ୍ରିରେ ଅନୁଗୁଳ ସହର ପାଖ କରଡ଼ାଗଡ଼ିଆ ଛକରେ ଥିବା ଏସବିଆଇ ଏଟିଏମ୍ ଭାଙ୍ଗି ଲୁଟେରାମାନେ ୨୭.୯୦ ଲକ୍ଷ ଟଙ୍କା ଲୁଟି ନେଇଥିବା ଜଣାପଡ଼ିଛି। ଅପରାଧ ନିୟନ୍ତ୍ରଣ ପାଇଁ ମୁଖ୍ୟମନ୍ତ୍ରୀ ଅନୁଗୁଳରେ ଆଉ ଗୋଟିଏ ଥାନା ପାଇଁ ମଂଜୁରି ଦେବାର ଠିକ୍ ଗୋଟିଏ ଦିନ ପରେ ଅପରାଧୀମାନେ ଏଭଳି କାଣ୍ଡ ଭିଆଇ ପୁଲିସ ଖୋଲା ‌ଚ୍ୟାଲେଞ୍ଜ ଦେଇଛନ୍ତି। ଏଟିଏମ୍‌ରେ ସୁରକ୍ଷା ପାଇଁ ଲଗାଯାଇଥିବା ସିସିଟିଭି କ୍ୟାମେରା ବହୁଦିନ ହେଲା ଅଚଳ ହୋଇ ପଡ଼ିଥିବା ଜଣାପଡ଼ିଛି।

ପ୍ରାପ୍ତ ସୂଚନା ଅନୁସାରେ, ଅନୁଗୁଳ ସହର ଉପକଣ୍ଠ କରଡ଼ାଗାଡ଼ିଆ ଛକରେ ୫୫ ନମ୍ବର ଜାତୀୟ ରାଜପଥ ପାର୍ଶ୍ବରେ ‌ଷ୍ଟେଟ ବ୍ୟାଙ୍କର ଏହି ଏଟିଏମ୍ ରହିଛି। ଏହି ଏଟିଏମ୍‌ରୁ ଲୁଟ୍ ପାଇଁ ଆଗରୁ ବି ଉଦ୍ୟମ ହୋଇଥିଲା। ହେଲେ ଲୁଟେରାମାନେ ବିଫଳ ହୋଇଥିଲେ। ଦିନରାତି ଏହି ରାଜପଥରେ ଯାତାୟାତ ଲାଗି ରହିଥାଏ। ଏହା ସତ୍ତ୍ବେ ସେମାନେ ଏଥର ଏଟିଏମ୍‌ରୁ ଟଙ୍କା ଲୁଟି ନେବାରେ ‌ସକ୍ଷମ ହୋଇଛନ୍ତି। ସମ୍ଭବତଃ ବହୁଦିନ ହେଲା ଏଟିଏମ୍ ଲୁଟ୍ କରିବା ପାଇଁ ସେମାନେ ଯୋଜନା କରିଥିଲେ। ଲୁଟେରାମାନେ ଗତକାଲି ବିଳମ୍ବିତ ରାତ୍ରିରେ ଏଟିଏମ୍ ସଟର୍ ପକାଇ ଗ୍ୟାସ୍‌କଟର୍ ସାହାଯ୍ୟରେ ଏଟିଏମ୍ ମେସିନକୁ କାଟିବା ପରେ ଟଙ୍କା ନେଇ ଚମ୍ପଟ ମାରିଥିଲେ। ‌ଘଟଣା ଆଜି ସକାଳେ ଜଣାପଡ଼ିଥିଲା। ଶେଷ ଥର ପାଇଁ ଏଥିରୁ ଟଙ୍କା ଉଠାଇବା ପରେ ଏଟିଏମ୍‌ରେ ୨୭.୯୦ ଲକ୍ଷ ଟଙ୍କା ରହିଥିବା ବ୍ୟାଙ୍କ କତ୍ତୃର୍ପକ୍ଷ ସୂଚନା ଦେଇଥିବା ଅନୁଗୁଳ ଥାନା ଅଧିକାରୀ ରମେଶ ବିଶୋଇ କହିଛନ୍ତି। ଘଟଣା ସଂକ୍ରାନ୍ତରେ ଖବର ମିଳିବା ପରେ ଅନୁଗୁଳ ଆଦର୍ଶ ଥାନା ଆଇଆଇସି ଶ୍ରୀ ବିଶୋଇଙ୍କ ସମେତ ବରିଷ୍ଠ ଅଧିକାରୀମାନେ ସେଠାରେ ପହଂଚି ଥିଲେ। ସନ୍ଧାନୀ କୁକୁର ଜରିଆରେ ବି ତଦନ୍ତ କରାଯାଇଥିବା ଜଣାପଡ଼ିଛି। ଅନୁଗୁଳ ଆଦର୍ଶ ଥାନାରେ ଘଟଣା ସଂକ୍ରାନ୍ତରେ ଏକ ମାମଲା ରୁଜୁ କରାଯାଇ ପୁଲିସ ତନାଘନା ଚଳାଇଛି। ତେବେ ବହୁଦିନ ହେଲା ସିସିଟିଭି କ୍ୟାମେରା ଅଚଳ ଥିବା ବେଳେ ଷ୍ଟେଟ ବ୍ୟାଙ୍କ କତ୍ତୃର୍ପକ୍ଷ ଏହାକୁ କାର୍ଯ୍ୟକ୍ଷମ ପାଇଁ ଦୃଷ୍ଟିନଦେବା ଘଟଣା ଭିନ୍ନ ଦିଗକୁ ଇଂଗିତ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe