ତାରାତାରିଣୀଙ୍କ ମନ୍ଦିରରେ କଳାକନା ବୁଲାଇଲେ: କାଟିଦେଲେ ମନ୍ଦିରର ୩ ତାଲା, ସଫା କରିଦେଲେ ହୁଣ୍ଡି

ଦେଶର ପ୍ରମୁଖ ଶକ୍ତିପୀଠ ତଥା ଗଞ୍ଜାମ ଜିଲ୍ଲା ଏବଂ ଦକ୍ଷିଣଓଡ଼ିଶାର ଅଧିଷ୍ଠାତ୍ରୀ ଦେବୀ ମା’ତାରାତାରିଣୀଙ୍କ ମନ୍ଦିରରୁ ଗତକାଲି ବିଳମ୍ବିତ ରାତିରେ ବଡ଼ଧରଣର ଲୁଟ୍ ହୋଇଛି। ଦୁର୍ବୃତ୍ତମାନେ ପାହାଡ଼ ଉପର ମନ୍ଦିରକୁ...

fdtdrtrt

ପୁରୁଷୋତ୍ତମପୁର: ଦେଶର ପ୍ରମୁଖ ଶକ୍ତିପୀଠ ତଥା ଗଞ୍ଜାମ ଜିଲ୍ଲା ଏବଂ ଦକ୍ଷିଣଓଡ଼ିଶାର ଅଧିଷ୍ଠାତ୍ରୀ ଦେବୀ ମା’ତାରାତାରିଣୀଙ୍କ ମନ୍ଦିରରୁ ଗତକାଲି ବିଳମ୍ବିତ ରାତିରେ ବଡ଼ଧରଣର ଲୁଟ୍ ହୋଇଛି। ଦୁର୍ବୃତ୍ତମାନେ ପାହାଡ଼ ଉପର ମନ୍ଦିରକୁ ଯାଇ ବ୍ୟାଟେରିଚାଳିତ କଟର୍ ମେସିନ୍‌ରେ ତିନିଟି ତାଲା ଭାଙ୍ଗିବା ପରେ ଗର୍ଭଗୃହରେ ପଶି ସହ ମା’ଙ୍କ ସୁନାଛାଉଣି ହୋଇଥିବା ତିନିଟି ମୁଖା, ଦୁଇଟି ରୁପା ମୁଖା, ରୁପା ମୁକୁଟ ଓ ଛତ୍ରୀ ନେଇଯାଇଛନ୍ତି। ଏହାସହ ମୁଖ୍ୟଫାଟକ ନିକଟରେ ଥିବା ହୁଣ୍ଡିକୁ ମଧ୍ୟ କଟର୍‌ରେ ତାଡ଼ି ଭକ୍ତଙ୍କଠାରୁ ଦାନସୂତ୍ରରେ ମିଳିଥିବା ଲକ୍ଷାଧିକ ଟଙ୍କା ଏବଂ ମୂଲ୍ୟବାନ ସାମଗ୍ରୀ ଲୁଟି ନେଇଥିବା ଜଣାପଡ଼ିଛି। 

ମୁକୁଟ, ମୁଖା, ଅଳଙ୍କାର ସହ ଲକ୍ଷାଧିକ ଟଙ୍କା ଲୁଟ୍‌
କାଟିଦେଲେ ମନ୍ଦିରର ୩ ତାଲା, ସଫା କରିଦେଲେ ହୁଣ୍ଡି

ସବୁଦିନ ଭଳି ଆଜି ମଧ୍ୟ  ଭୋର୍ ସାଢ଼େ ୪ଟାରେ ମନ୍ଦିରର ପାଳି ସେବାୟତ ସୁଦାମ ରଣା ମନ୍ଦିର ଖୋଲିବାକୁ ପହଞ୍ଚିବା କ୍ଷଣି ତାଲା ଭଙ୍ଗାଯାଇଥିବା, ଗର୍ଭଗୃହରୁ ମା’ଙ୍କ ଅଳଙ୍କାର ଓ ହୁଣ୍ଡି ଭଙ୍ଗାଯାଇଥିବା ଦେଖିବାକୁ ପାଇଥିଲେ। ପୁରୁଷୋତ୍ତମପୁର ଏସ୍‌ଡିପିଓ ରଜନୀକାନ୍ତ ସାମଲ ଓ ଥାନାଧିକାରୀ ବିପିନ ବିହାରୀ ହୋତା ସଦଳବଳେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ଏହି ଘଟଣାକୁ ପୁଲିସ ଓ ପ୍ରଶାସନ ଅତି ଗୁରୁତ୍ବର ସହ ଗ୍ରହଣ କରିଛି। ଏଥିପାଇଁ ଏକ ଟିମ୍ ଗଠନ ସହ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରହିଥିବା ସୂଚନା ମିଳିଛି। ରିପୋର୍ଟ ଲେଖାଯିବା ସୁଦ୍ଧା କେହି ଗିରଫ ହୋଇନାହାନ୍ତି।  ଅନ୍ୟପକ୍ଷରେ ଏହି ଘଟଣା ପରେ ଆଜି ମା’ଙ୍କ ନୀତିକାନ୍ତିରେ ୪ ଘଣ୍ଟା ବିଳମ୍ବ ହୋଇଥିଲା। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe