ବିଳମ୍ବିତ ରାତିରେ ବନ୍ଧୁକ ଦେଖାଇ ଲୁଟ୍

ବନ୍ଧୁକ ଦେଖାଇ ପୁଲିସଠାରୁ ଲୁଟି ନେଲେ ଦଶ ଲକ୍ଷ

ଜଳେଶ୍ବର: ଜଳେଶ୍ବର ଥାନା ସେକସରାଇ ଠାରେ ଗତକାଲି ବିଳମ୍ବିତ ରାତିରେ ବନ୍ଧୁକ ଦେଖାଇ ଜଣେ ଗାଡ଼ି ଚାଳକଙ୍କଠାରୁ ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହୋଇଛି। ପଶ୍ଚିମବଙ୍ଗର ପୂର୍ବ ମେଦିନୀପୁର ଜିଲ୍ଲା ମଇନା ଥାନା ଅଧୀନସ୍ଥ ସୁଦାମପୁର ଗ୍ରାମରୁ ଷ୍ଟିଲ ଆଲମିରା ବୋଝେଇ ଏକ ପିକପ ଗାଡ଼ି ପାଣିକୋଇଲି ଅଭିମୁଖେ ରାତି ଗୋଟାଏ ସମୟରେ ବାହାରିଥିଲା। ଏହି ଗାଡି ଏନଏଚ ୬୦ରେ ନଯାଇ ଅଗ୍ରଵାଲା ଛକ ରାସ୍ତାର ଜଳେଶ୍ବର ସହର ଭିତରକୁ ପ୍ରବେଶ କରି ସେକସରାଇ ନିକଟରେ ପୁଣି ୬୦ ନମ୍ବର ଜାତୀୟ ରାଜପଥକୁ ଉଠିଥାନ୍ତା।

ତେବେ ରାଜପଥକୁ ଉଠିବାକୁ ଅଳ୍ପ କିଛି ବାଟ ଥିବାବେଳେ ସେକସରାଇ ନିକଟସ୍ଥ ଓଟି ରୋଡରେ ଦୁଇଜଣ ଯୁବକ ଏକ ଅଣ୍ଡା ବୋଝେଇ ଗାଡ଼ିରୁ ଚାନ୍ଦା ଆଦାୟ କରୁଥିଲେ। ସେହି ସମୟରେ ଦୁଇ ଦୁର୍ବୃତ୍ତ ଉକ୍ତ ପିକଅପକୁ ଘେରି ଯିବା ସହ ଚାଳକ ଶୁଭେନ୍ଦୁ ସାମନ୍ତଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ମାରପିଟ କରି ଗାଡ଼ିର ଜରୁରୀ କାଗଜପତ୍ର ଓ ନଗଦ ୧୩,୫୦୦ ଟଙ୍କା ଛଡ଼ାଇ ନେଇଥିଲେ। ଦୃର୍ବୃତ୍ତମାନେ ହେଲପର ହରେକୃଷ୍ଣ ଦାସଙ୍କୁ ମଧ୍ୟ ମାଡ଼ ମାରିଥିବା ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe