ରାଜଧାନୀରେ ଲୁଟେରା ଗ୍ୟାଙ୍ଗ୍‌ ସକ୍ରିୟ: ସାହାଯ୍ୟ ଆଳରେ ଏଟିଏମ୍ ବଦଳାଇ କରୁଛନ୍ତି ଲୁଟ୍‌

Advertisment
ରାଜଧାନୀରେ ଲୁଟେରା ଗ୍ୟାଙ୍ଗ୍‌ ସକ୍ରିୟ: ସାହାଯ୍ୟ ଆଳରେ ଏଟିଏମ୍ ବଦଳାଇ କରୁଛନ୍ତି ଲୁଟ୍‌

ଭୁବନେଶ୍ବର : ସାହାଯ୍ୟ ଆଳରେ ଲୋକଙ୍କ ଏଟିଏମ୍‌ କାର୍ଡ ଅଦଳବଦଳ କରି ଟଙ୍କା ଲୁଟୁଥିବା ଏକ ଗ୍ୟାଙ୍ଗ୍‌ ବେଶ୍‌ କିଛି ଦିନ ହେବ ରାଜଧାନୀରେ ସକ୍ରିୟ ହୋଇଉଠିଛି। ଗତ ଫେବ୍ରୁଆରି ମାସରେ ଏହି ଗ୍ୟାଙ୍ଗ୍‌ ରାଜଧାନୀରେ ନୂଆପଲ୍ଲୀ, କ୍ୟାପିଟାଲ ଓ ଏୟାରପୋର୍ଟ ଥାନା ଅଞ୍ଚଳରୁ ଦେଢ଼ଲକ୍ଷରୁ ଅଧିକ ଟଙ୍କା ଲୁଟି ସାରିଲାଣି। କିନ୍ତୁ ପୁଲିସ୍‌ ଏ ପର୍ଯ୍ୟନ୍ତ ଏହି ଗ୍ୟାଙ୍ଗ୍‌ର ପର୍ଦ୍ଦାଫାସ୍‌ କରିବା‌ରେ ସଫଳ ହୋଇପାରିନାହିଁ।

ଫେବ୍ରୁଆରି ୫ ତାରିଖରେ ଏୟାରପୋର୍ଟ ଥାନାର ପୋଖରୀପୁଟ ଓ କ୍ୟାପିଟାଲ ଥାନା ଅଞ୍ଚଳରେ ଦୁଇଜଣ ଲୋକ ଏହି ଗ୍ୟାଙ୍ଗ୍‌ କବଳରେ ପଡ଼ି ଲକ୍ଷାଧିକ ଟଙ୍କା ହରାଇଥିବା ବେଳେ ମାର୍ଚ ପହିଲାରେ ନୂଆପଲ୍ଲୀ ସ୍ବପ୍ନେଶ୍ବର ମନ୍ଦିର ନିକଟରେ ଥିବା ଏଟିଏମ୍‌‌‌ କାଉଣ୍ଟର୍‌ରେ ଆଉ ଜଣେ ଲୋକ ଠକେଇର ଶିକାର ହୋଇଛନ୍ତି। ଏନେଇ ୩ ଥାନାରେ ଅଭିଯୋଗ ହେବା ପରେ ପୁଲିସ୍‌ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ସଂପୃକ୍ତ ଏଟିଏମ୍‌ଗୁଡ଼ିକରେ ଲାଗିଥିବା ସିସି କ୍ୟାମେରା ଯାଞ୍ଚ କରି ଦୁର୍ବୃତ୍ତଙ୍କୁ ବି ଠାବ କରିଛି। କିନ୍ତୁ ଏହା ପରଠାରୁ ତଦନ୍ତ ଆଉ ଆଗକୁ ବଢ଼ିପାରିନାହିଁ। ପିଓପିଡି ଟିମ୍ ଓ ସ୍ପେସାଲ୍ ସ୍କ୍ବାଡ୍‌କୁ ବି ଏହି ଫଟୋ ଜାରି କରି ଚୁପ୍‌ ବସି ପଡ଼ିଛି। ଫଳରେ ଅଭିଯୁକ୍ତମାନେ ଏବେ ବି ଖୁଲମ୍‌ଖୁଲା ବୁଲି ଲୋକଙ୍କୁ ଟାର୍ଗେଟ୍‌ କରିବା ପାଇଁ ଜାଲ ବିଛାଉଛନ୍ତି।

publive-image Sanjeevni Today

ଏହି ଗ୍ୟାଙ୍ଗ୍‌ ବିଶେଷକରି ବରିଷ୍ଠ ନାଗରିକ ଓ ଏଟିଏମ୍‌ରୁ ଟଙ୍କା ଉଠାଣ ବାବଦରେ କମ୍ ଜ୍ଞାନ ଥିବା ଲୋକଙ୍କୁ ଟାର୍ଗେଟ୍ କରୁଛନ୍ତି। ଏଟିଏମ୍ ଖରାପ ଅଛି ନଚେତ୍ ସ୍ଲଟ୍‌ରେ ଓଲଟା କାର୍ଡ ପୂରାଇଛ କହି ଲୋକଙ୍କୁ ଦ୍ବନ୍ଦ୍ବରେ ପକାଉଛନ୍ତି। ସାହାଯ୍ୟ କରିବାକୁ କହି ସେମାନଙ୍କ ଏଟିଏମ୍ କାର୍ଡକୁ ନିଜ ପାଖରେ ଥିବା ଏଟିଏମ୍ କାର୍ଡ ସହ ବଦଳାଉଛନ୍ତି। ପରେ ବିଭିନ୍ନ ଫନ୍ଦି କରି ସେମାନଙ୍କ ପାସ୍‌ଵାର୍ଡ ଆଣି ଟଙ୍କା ଉଠାଉଛନ୍ତି। ଏକାଥରକେ ୧୦ ହଜାର ବା ତା’ଠାରୁ ଅଧିକ ଟଙ୍କା ଉଠାଇବାକୁ ହେଲେ ମୋବାଇଲ୍ ଫୋନ୍‌ର ଓଟିପି ଆବଶ୍ୟକ ହେଉଥିବାରୁ ଲୁଟେରାମାନେ ଥରକରେ ୯୫୦୦ ଟଙ୍କା ଲେଖାଁଏ ହିସାବରେ ବାରମ୍ବାର କାଉଣ୍ଟର୍‌ରୁ ଟଙ୍କା ଉଠାଇଥା’ନ୍ତି। ଏହିଭଳି ୩ଟି ମାମଲାରେ ପ୍ରାୟ ଦେଢ଼ଲକ୍ଷ ଟଙ୍କା ସେମାନେ ଲୁଟି ନେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe