ହରିଶ୍ଚନ୍ଦ୍ର ଯୋଜନା ନାଁରେ ଗରିବଙ୍କଠାରୁ ଲୁଟ୍‌: ୱେଲଫେୟାର ଫି ୯୭ ନା ୪୯୭ ଟଙ୍କା?

Advertisment
ହରିଶ୍ଚନ୍ଦ୍ର ଯୋଜନା ନାଁରେ ଗରିବଙ୍କଠାରୁ ଲୁଟ୍‌: ୱେଲଫେୟାର ଫି ୯୭ ନା ୪୯୭ ଟଙ୍କା?

ପୁରୀ : ସ୍ବର୍ଗଦ୍ବାରରେ ହରିଶ୍ଚନ୍ଦ୍ର ସହାୟତା ଯୋଜନାରେ ଅର୍ଥ ହରିଲୁଟ୍‌ ! ଏହି ଯୋଜନାରେ ଯେଉଁ ରସିଦ୍‌ ଦିଆଯାଉଛି, ସେଥିରେ ତାଳମେଳ ରହୁନାହିଁ। ସ୍ବର୍ଗଦ୍ବାରରେ ମୋଟ୍‌ ୩ ହଜାର ଟଙ୍କାର ସହାୟତା ଯୋଗାଇ ଦିଆଯାଉଛି। କିନ୍ତୁ, ୱେଲଫେୟାର ଫି’ ବାବଦରେ କାହା ରସିଦରେ ୯୭ ଟଙ୍କା ଲେଖାଯାଉଛି ତ କାହା ରସିଦରେ ୪୯୭ ଟଙ୍କା ଲେଖାଯାଉଛି। ଯଦିଓ ୩ ହଜାର ଟଙ୍କାର ରସିଦ ଧରେଇ ହିତାଧିକାରୀଙ୍କଠାରୁ ଦସ୍ତଖତ ନିଆଯାଉଛି, କିନ୍ତୁ ରସିଦରେ ତାଳମେଳ ରହୁନଥିବାରୁ ପ୍ରଶ୍ନବାଚୀ ସୃଷ୍ଟି ହେଉଛି।

publive-image

ହରିଶ୍ଚନ୍ଦ୍ର ଯୋଜନାରେ ୫ କୁଇଣ୍ଟାଲ କାଠ ପାଇଁ ୧୨୭୫ ଟଙ୍କା, ଦାହ କରୁଥିବା ବ୍ୟକ୍ତି ପାଇଁ ୬୫୦ ଟଙ୍କା, ମୁଖାଗ୍ନି ସାମଗ୍ରୀ ପାଇଁ ୨୨୮ ଟଙ୍କା, ପୂଜାରୀ ବାବଦରେ ୪୫୦ ଟଙ୍କା, ଡେଭଲ୍‌ପମେଣ୍ଟ ଫି ବାବଦରେ ୩୫୦ ଟଙ୍କା, ୱେଲଫେୟାର ଫଣ୍ଡ ବାବଦରେ ୯୭ ଟଙ୍କା ନିଆଯାଉଥିବା ଉଲ୍ଲେଖ ହୋଇଛି। ସର୍ବମୋଟ ୩୦୫୦ ଟଙ୍କା ହେଉଥିଲେ ବି ସର୍ବମୋଟ ୩୦୦୦ ଟଙ୍କା ବୋଲି ଉଲ୍ଲେଖ ରହିଛି। ତେବେ ଅନ୍ୟ ଏକ ରସିଦରେ ପୂଜାରୀ ବାବଦ ଟଙ୍କା ଉଲ୍ଲେଖ ରହିନଥିବା ବ‌େଳେ ୱେଲଫେୟାର ଫଣ୍ଡ ବାବଦରେ ୪୯୭ ଟଙ୍କା ନିଆଯାଇଥିବା ଉଲ୍ଲେଖ ରହିଛି। ଯଦିଓ ସାଧାରଣ ଲୋକଟିଏ ଆସିଲେ ଏତେସବୁ ବିଷୟକୁ ତର୍ଜମା କରୁନାହିଁ, କିନ୍ତୁ ସଚେତନ ନାଗରିକମାନେ ଏହି ତୁଳନାତ୍ମକ ହିସାବ ଦେଖିବା ପରେ ଏନେଇ ପ୍ରଶ୍ନ ଉଠାଇଛନ୍ତି।

publive-image NewsBytes

ଅନ୍ୟପକ୍ଷରେ, ଯେଉଁମାନେ ବିନା ହରିଶ୍ଚନ୍ଦ୍ର ଯୋଜନାରେ ଶବ ଦାହ କରୁଛନ୍ତି ସେମାନେ ୩ହଜାର ଟଙ୍କାରୁ କମ୍‌ ଦର ପଇଠ କରି ସମସ୍ତ ସୁବିଧା ପାଇପାରୁଛନ୍ତି। ତେଣୁ ଯଦି ସାଧାରଣ ଲୋକଟିଏ କମ୍‌ ଅର୍ଥରେ ଶବ ଦାହ କରିପାରୁଛି, ହରିଶ୍ଚନ୍ଦ୍ର ଯୋଜନାରେ ମିଳୁଥିବା ସହାୟତା ରାଶିକୁ ୩ହଜାର ଟଙ୍କା ପର୍ଯ୍ୟନ୍ତ ବଢ଼ାଇ ସରକାରୀ ତହବିଲରୁ ଅର୍ଥ ଭରଣା କରିବା କେତେଦୂର ଯୁକ୍ତିଯୁକ୍ତି ସେନେଇ ପ୍ରଶ୍ନ ଉଠିଛି।

ଏନେଇ ଉପଜିଲ୍ଲାପାଳ ତଥା ସ୍ବର୍ଗଦ୍ବାର ପରିଚାଳନା ପରିଚାଳନା ସମିତିର ଆବାହକ ଭବତାରଣ ସାହୁ କହିଛନ୍ତି, ପ୍ରତିଦିନ ୮୦ରୁ ଅଧିକ ମରଶରୀର ଦାହ ପାଇଁ ସ୍ବର୍ଗଦ୍ବାର ଆସୁଛି। ତେଣୁ ପରିଚାଳନା ଦାୟିତ୍ବ ସମେତ ସ୍ବର୍ଗଦ୍ବାରର ଉନ୍ନତୀକରଣ ନିମନ୍ତେ ନିର୍ଦ୍ଦିଷ୍ଟ ଦେୟ ହରିଶ୍ଚନ୍ଦ୍ର ଯୋଜନା ସହାୟତା ରାଶିରୁ ରଖାଯାଉଛି। ‌ଏକ ସ୍ବୟଂଶାସିତ ସଂସ୍ଥା ଜରିଆରେ ଏହାର ପରିଚାଳନା କରାଯାଉଥିବାରୁ କିଛି ନିର୍ଦ୍ଦିଷ୍ଟ ଫି ନିଆଯାଉଥିବା ସେ କହିଛନ୍ତି। ଯେଉଁଠାରେ ପୂଜାରୀର ଆବଶ୍ୟକତା ରହୁନାହିଁ ସେଠାରେ ପୂଜାରୀ ବାବଦ ଅର୍ଥ ୱେଲଫେୟାର ଫି’ରେ ଅନ୍ତର୍ଭୁକ୍ତ କରି ନିଆଯାଉଥିବା ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe