ଫେରିବାଲାଙ୍କ ଠାରୁ ଲୁଟ୍ ଘଟଣା, ୨ ଗିରଫ

ସେୟାରିଂ ନାଁରେ ଚୂନ, ବନ୍ଧାହେଲେ ବିଲ୍‌ଡର

The Guardian Nigeria

ଲଖନପୁର: ଜଣେ ଫେରିବାଲାଙ୍କୁ ଛୁରାରେ ଆକ୍ରମଣ କରି ଟଙ୍କା ଲୁଟିଥିବା ଅଭିଯୋଗରେ ୨ ଜଣ ଲୁଟେରାକୁ ଲଖନପୁର ପୁଲିସ ଗିରଫ କରି ବୁଧବାର କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଦ୍ବୟ ହେଲେ ବ୍ରଜରାଜନଗର ଥାନା ଅନ୍ତର୍ଗତ ଇବ୍‌ପିଟ ମୁଣ୍ଡାପଡ଼ାର ଦେବ ମୁଣ୍ଡା(୨୨) ଓ ଓରିଏଣ୍ଟ ଥାନା କଳିଙ୍ଗନଗର ଘସିଆପଡ଼ାର ଅଭୟ ରଣା(୨୧)।

ବେଲପାହାଡ଼ ଥାନା ମିର୍ଧାଡେରାର ମହମ୍ମଦ ତାହିର ଗାଁ ଗାଁରେ ବୁଲି ବିଭିନ୍ନ ସାମଗ୍ରୀ ଲୋକଙ୍କୁ ବିକି ରୋଜଗାର କରିଥାଏ। ଗତ ୧୭ ତାରିଖରେ ଲଖନପୁର ଥାନା ବିଛୁଆଁପଡ଼ାକୁ ନିଜ ସାମଗ୍ରୀ ବିକ୍ରି ପାଇଁ ଯାଉଥିବା ବେଳେ ବିଛୁଆଁଛକ ନିକଟରେ ଅଭିଯୁକ୍ତମାନେ ଛୁରାରେ ଆକ୍ରମଣ କରି ତା ପାଖରୁ ୧୬ ହଜାର ଟଙ୍କା ଓ ମୋବାଇଲ ଫୋନ ଲୁଟି ନେଇଥିଲେ। ଲଖନପୁର ଥାନା ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିଲା। ମଙ୍ଗଳବାର ରାତିରେ ଦେବ ଓ ଅଭୟଙ୍କୁ ସେମାନଙ୍କ ଘରୁ ଗିରଫ କରି ବୁଧବାର ଝାରସୁଗୁଡ଼ା ଏସ୍‌ଡିଜେମ୍‌ କୋର୍ଟକୁ ଚାଲାଣ କରାଯାଇଛି।

ଏହା ସହିତ ସେମାନଙ୍କ ପାଖରୁ ବାଇକ, ଛୁରି ଓ ମୋବାଇଲ ଫୋନ ମଧ୍ୟ ଜବତ କରାଯାଇଥିବା ଥାନା ଆଇଆଇସି ଇଗ୍ନେସ ବାର୍ଲା ସୂଚନା ଦେଇଛନ୍ତି। ୨ ଲୁଟେରାଙ୍କ ମଧ୍ୟରୁ ଅଭୟ ରଣା ଜଣେ ପେସାଦାର ଅପରାଧି ଏବଂ ଝାରସୁଗୁଡ଼ା ଜିଲ୍ଲାର ବିଭିନ୍ନ ଥାନାରେ ଏଭଳି ଅନେକ ମାମଲା ତା ନାଁରେ ପୂର୍ବରୁ ମଧ୍ୟ ରୁଜୁ ହୋଇଥିବା ପୁଲିସ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe