ବନ୍ଧୁକ ଦେଖାଇ ଗହଣା ଲୁଟ୍‌

Advertisment
ବନ୍ଧୁକ ଦେଖାଇ ପୁଲିସଠାରୁ ଲୁଟି ନେଲେ ଦଶ ଲକ୍ଷ

ବସ୍ତା-୨/ଗାନ୍ଧିଛକ: ବସ୍ତା ଥାନା ଅନ୍ତର୍ଗତ ୬୦ ନମ୍ୱର ଜାତୀୟ ରାଜପଥର ଗାନ୍ଧିଛକଠାରେ ବନ୍ଧୁକ ଦେଖାଇ ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟ୍‌ ହୋଇଛି। ଆଜି ସନ୍ଧ୍ୟାରେ କମର୍ଦ୍ଦା ଅଞ୍ଚଳରୁ ଓଡି-୦୧-ଏଏଲ୍‌-୫୦୩୧ ନମ୍ବରର ଏକ ଯାତ୍ରୀବାହୀ ବସ୍‌ ଶ୍ରମିକଙ୍କୁ ନେଇ ହାଇଦ୍ରାବାଦ୍ ଯାଉଥିଲା। ସେହି ବସ୍‌ରେ ଶ୍ରମିକ ଠିକାଦାର ଚନ୍ଦନ ପାଲ ଥିଲେ।

ଗାନ୍ଧିଛକ ଠାରେ ଉକ୍ତ ବସ୍‌କୁ ଜଳେଶ୍ଵର ଥାନା ବାଇଗଣବାଡ଼ିଆ ଅଞ୍ଚଳର ଜଣେ ଯୁବକ ଅଟକାଇ ଥିଲେ ଏବଂ ଠିକାଦାର ଶ୍ରୀ ପାଲଙ୍କ ବନ୍ଧୁ ବୋଲି ପରିଚୟ ଦେଇ କଥାବାର୍ତ୍ତା କରୁଥିଲେ। ଏହି ସମୟରେ ଅନ୍ୟ ଚାରିଜଣ ଯୁବକ ଠିକାଦାର ଶ୍ରୀ ପାଲଙ୍କ ମୁଣ୍ଡରେ ବନ୍ଧୁକ ରଖି ସେମାନଙ୍କ ବାଇକ୍‌ରେ ବସିବାକୁ କହିଥିଲେ। ଶ୍ରୀ ପାଲ ଜୀବନ ଭୟରେ ଡକାୟତଙ୍କ ବାଇକ୍‌ରେ ବସିଥିଲେ। ତାଙ୍କୁ ସେମାନେ ଏକ ନିଛାଟିଆ ସ୍ଥାନକୁ ନେଇ ସେ ପିନ୍ଧିଥିବା ସୁନାଚେନ୍, ପାଞ୍ଚଟି ସୁନାମୁଦି ଛଡ଼ାଇ ନେଇ ଚମ୍ପଟ ମାରିଥିଲେ। ପରେ ଶ୍ରୀ ପାଲ ବସ୍ତା ଥାନାକୁ ଜଣାଇଥିଲେ। ବସ୍ତା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ପ୍ରାଥମିକ ତଦନ୍ତରୁ ଏହି ଘଟଣାରେ ଶ୍ରୀ ପାଲଙ୍କ କିଛି ବନ୍ଧୁ ସଂପୃକ୍ତ ଥିବା ପୁଲିସ ଜାଣିବାକୁ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe