ଫାଇନାନ୍‌ସ କମ୍ପାନି କର୍ମଚାରୀଙ୍କ ନିକଟରୁ ଟଙ୍କା ଲୁଟ୍‌

Advertisment
ଲୁଟେରାଙ୍କ ପତ୍ତା ପାଉନି ପୁଲିସ, ଦୁଇ ସପ୍ତାହରେ ୧୦ରୁ ଅଧିକ ଲୁଟ୍‌ପାଟ୍‌

Hari Bhoomi

ଦେବଗଡ଼ : ଦେବଗଡ଼ ଥାନା ଅନ୍ତର୍ଗତ ସୁଗୁଡା-କଦମଦର୍ହ ରାସ୍ତାରୁ ଫାଇନାନ୍‌ସ କଂପାନିରେ କାର୍ଯ୍ୟରତ କର୍ମଚାରୀଙ୍କ ନିକଟରୁ ଟଙ୍କା ଲୁଟ ହୋଇଥିବା ଗୁରୁବାର ଦେବଗଡ଼ ଥାନାରେ ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ଭାରତ ଫାଇନାନ୍‌ସରେ କାର୍ଯ୍ୟରତ ଜଣେ କର୍ମଚାରୀ ଆଜି ସନ୍ଧ୍ୟାରେ ନିକଟସ୍ଥ ଗ୍ରାମରୁ ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କଠାରୁ ଋଣ ଟଙ୍କା ସଂଗ୍ରହ କରି ଦେବଗଡ଼ ଅଭିମୁଖେ ଫେରୁଥିବାବେଳେ କିଛି ଦୁର୍ବୃତ୍ତ ବାଇକ୍‌ରେ ଆସି ତାଙ୍କ ନିକଟରୁ ଟଙ୍କା ଲୁଟି ଫେରାର ହୋଇଯାଇଥିଲେ। ଏନେଇ କଂପାନିର କର୍ମଚାରୀ ଦେବଗଡ଼ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe