ଖେଳନା ବନ୍ଧୁକ ଦେଖାଇ ଲୁଟ୍‌

ଖେଳନା ବନ୍ଧୁକ ଦେଖାଇ ଲୁଟ୍‌

ବ୍ରଜରାଜନଗର : ରେଙ୍ଗାଲି ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୪୯ର ସାଗରପାଲି ବେହେରାପଡ଼ା ଛକ ନିକଟରେ ଖେଳନା ବନ୍ଧୁକ ଦେଖାଇ ଭାରତ ଫାଇନାନ୍‌ସ  ଇନ୍‌କ୍ଲୋଜର ଲିମିଟେଡ୍‌ର ସଂଘ ମ୍ୟାନେଜର ଧ୍ରୁବଦଳ ଜଗଦଲାଙ୍କଠାରୁ ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି। ଘଟଣାସ୍ଥଳରୁ ଖେଳନା ବନ୍ଧୁକ ଓ ବାଇକ୍‌କୁ ପୁଲିସ ଜବତ କରିଛି। ଘଟଣାଟି ଗୁରୁବାର ଅପରାହ୍‌ଣରେ ଘଟିଛି।

ଶ୍ରୀ ଜଗଦଲାଙ୍କ କହିବା ଅନୁସାରେ ସେ ବାଇକ୍‌ ଯୋଗେ ବେହେରାପଡ଼ାରୁ ଟଙ୍କା ଧରି ବେଲପହାଡ଼ ଫେରୁଥିବା ସମୟରେ ୨ ଲୁଟେରା ଏକ ବାଡ଼ିରେ  ବଡ଼େଇ ଦେବା ଫଳରେ ସେ ବାଇକ ସହ ପଡ଼ି ଯାଇଥିଲେ। ପରେ ସେମାନେ ବନ୍ଧୁକ ଦେଖାଇ ଭୟଭୀତ କରିବାରୁ ସେ ଟଙ୍କା ଦେଇ ଭୟରେ ଦୌଡ଼ି ପଳାଇଥିଲେ। କମ୍ପାନିର ସମ୍ବଲପୁର ମ୍ୟାନେଜର୍‌ ଦେଇଥିବା ଅଭିଯୋଗ ଅନୁସାରେ ଶ୍ରୀ ଜଗଦଲାଙ୍କଠାରୁ ୭୦ ହଜାର ଟଙ୍କା ଲୁଟ୍‌ ହୋଇଛି। ଅଭିଯୋଗକୁ ଭିତ୍ତି କରି ପୁଲିସ ତଦନ୍ତ ଚଳାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe