କଳାକାରଙ୍କ ପରିବାରକୁ ବଞ୍ଚାଉଛନ୍ତି ଗଣେଶ

Advertisment

ଅଗ୍ରପୂଜ୍ୟ ଗଣେଶଙ୍କ ପୂଜା ଆସନ୍ତା ୭ ତାରିଖରେ ଅନୁଷ୍ଠିତ ହେବ। ଏଥି ପାଇଁ ଗାଁରୁ ସହର ପୂଜା କମିଟି ଠାରୁ ଆରମ୍ଭ କରି ସରକାରୀ, ବେସରକାରୀ କାର୍ଯ୍ୟାଳୟ, ବିଦ୍ୟାଳୟ, ମହାବିଦ୍ୟାଳୟ, ଘରେ ସବୁ ଠାରେ ଚାଳିଛି ପ୍ରସ୍ତୁତି। ଭଗବାନ ଗଣେଶ ଏବେ ଶହଶହ କଳାକାରଙ୍କ ପରିବାରକୁ ରୋଜଗାର ଦେଇ ମଜବୁତ କରାଇବେ।

Updated On

ଅଗ୍ରପୂଜ୍ୟ ଗଣେଶଙ୍କ ପୂଜା ଆସନ୍ତା ୭ ତାରିଖରେ ଅନୁଷ୍ଠିତ ହେବ। ଏଥି ପାଇଁ ଗାଁରୁ ସହର ପୂଜା କମିଟି ଠାରୁ ଆରମ୍ଭ କରି ସରକାରୀ, ବେସରକାରୀ କାର୍ଯ୍ୟାଳୟ, ବିଦ୍ୟାଳୟ, ମହାବିଦ୍ୟାଳୟ, ଘରେ ସବୁ ଠାରେ ଚାଳିଛି ପ୍ରସ୍ତୁତି। ଭଗବାନ ଗଣେଶ ଏବେ ଶହଶହ କଳାକାରଙ୍କ ପରିବାରକୁ ରୋଜଗାର ଦେଇ ମଜବୁତ କରାଇବେ।

ଅଦ୍ୟତନ ହୋଇଛି
Koraput

କୋରାପୁଟ: ଆସନ୍ତା ସେପ୍ଟମ୍ବର ୭ତାରିଖରେ ଆସିବେ ଅଗ୍ରପୂଜ୍ୟ ଗଜାନନ ଗଣେଶ। ଏଥି ପାଇଁ ଗାଁରୁ ସହର ପୂଜା କମିଟି ଠାରୁ ଆରମ୍ଭ କରି ସରକାରୀ, ବେସରକାରୀ କାର୍ଯ୍ୟାଳୟ, ବିଦ୍ୟାଳୟ, ମହାବିଦ୍ୟାଳୟ, ଘରେ ସବୁ ଠାରେ ଚାଳିଛି ପ୍ରସ୍ତୁତି। ଅପରପକ୍ଷରେ ଗଣେଶ ଏବେ ଶହଶହ କଳାକାରଙ୍କ ପରିବାରକୁ ବଂଚାଇବେ। ତାଙ୍କ ପ୍ରତିକୃତି ମୂର୍ତ୍ତି ବିକ୍ରି କରି ଏହି କଳାକାରଙ୍କ ପରିବାର ବର୍ଷକର ୬ମାସ ବଂଚିବେ। ଏପରି କିଛି କଳାକାର ସୂଦୁର ତେଲଙ୍ଗନ୍ନାର ହାଇଦ୍ରାବାଦ, କୋଲକାତାରୁ ଏଠାକୁ ପ୍ଲାଷ୍ଟର ଅଫ୍ ପ୍ୟାରିସ୍ ଗଣେଶମୂର୍ତ୍ତୀ ବିକ୍ରି କରି ବଂଚିବାକୁ ଆସିଛନ୍ତି। ସେମାନଙ୍କ ସହ ସ୍ଥାନୀୟ ୨ କଳାକାର ଶିବ ଓଦେବ ବି ଏଥରକ ମାଟି ମୂର୍ତ୍ତି ସହ ଦିଲ୍ଲୀ, ହାଇଦ୍ରାବାଦ, ବିଜୟନଗରମରୁ ପ୍ଲାଷ୍ଟର ଅଫ୍ ପ୍ୟାରିସର ମୂର୍ତ୍ତି ଆଣି ବିକ୍ରି କରି ଦୁଇ ପଇସା ଲାଭ ପାଇ ପରିବାରର ପ୍ରତିପୋଷଣରେ ସହଭାଗିତା କରିବାକୁ ଯୋଜନା କରିଛନ୍ତି। 

ହାଇଦ୍ରାବାଦ, କୋଲକାତାରୁ କଳାକାରମାନେ ଆସି କୋରାପୁଟରେ ପ୍ଲାଷ୍ଟର ଅଫ୍ ପ୍ୟାରିସ୍ ଗଣେଶ ମୂର୍ତ୍ତୀ ବିକ୍ରି କରୁଛନ୍ତି। ସେମାନଙ୍କ ସହ ସ୍ଥାନୀୟ ୨ କଳାକାର ଶିବ ଓ ଦେବ ବି ଏଥରକ ମାଟି ମୂର୍ତ୍ତି ସହ ଦିଲ୍ଲୀ, ହାଇଦ୍ରାବାଦ, ବିଜୟନଗରମରୁ ପ୍ଲାଷ୍ଟର ଅଫ୍ ପ୍ୟାରିସର ମୂର୍ତ୍ତି ଆଣି ବିକ୍ରି କରି ଦୁଇ ପଇସା ଲାଭ ପାଇ ପରିବାରର ପ୍ରତିପୋଷଣରେ ସହଭାଗିତା କରିବାକୁ ଯୋଜନା କରିଛନ୍ତି। 

ଆସନ୍ତା ସେପଟମ୍ବର ୭ତାରିଖ ଦିନ ଅଗ୍ରପୂଜ୍ୟ ମହାପ୍ରଭୁ ଗଣେଶଙ୍କର ପୂଜା ରହିଛି। ତେଣୁ ଏବେ ଠାରୁ ବହୁ ବଡ଼ବଡ଼ ପୂଜା କମିଟି ପକ୍ଷରୁ ପ୍ରସ୍ତୁତି ପରବ ଆରମ୍ଭ ହୋଇ ସାରିଛି। କିଛି କମିଟି ପକ୍ଷରୁ ପ୍ଲାଷ୍ଟର ଅଫ୍ ପ୍ୟାରିସ୍‌ରେ ନିର୍ମାଣ ହୋଇଥିବା ମୂର୍ତ୍ତି ଗୁଡ଼ିକ ବିଶାଖାପାଟଣା, ବିଜୟନଗରମ, ହାଇଦ୍ରାବାଦରୁ ବି କିଣି ଆଣୁଛନ୍ତି। ତେବେ ଗତ କିଛି ବର୍ଷ ହେବ ହାଇଦ୍ରାବାଦର ସତୀଶ ଓ କୋଲକତାର ସୁବାସ ଓ ତାଙ୍କ ଦଳ ଏଠାକୁ ଆସି ଏହି ମୂର୍ତ୍ତୀ ତିଆରି କରି ବିକ୍ରି କରୁଛନ୍ତି। ଯଦି କୌଣସି ଲୋକେ ଯଦି  ପ୍ଲାଷ୍ଟର ଅଫ୍ ପ୍ୟାରିସ୍ ମୂର୍ତ୍ତୀ ବଦଳରେ ମାଟିରେ ତିଆରି ମୂର୍ତ୍ତୀ ମାଗିଲେ ତିଆରି କରି ଦିଆଯାଉଛି ବୋଲି କହିଛନ୍ତି ଏମାନେ। ପ୍ରାୟ ଶହେରୁ ଊର୍ଦ୍ଧ୍ବ ଛୋଟବଡ଼ ମୂର୍ତ୍ତୀ ତିଆରି କରିସାରିଲେଣି ୭ଜଣ କଳାକାର। ଫୁଟକୁ ହଜାର ଟଙ୍କା ହିସାବରେ ମୂର୍ତ୍ତି ବିକ୍ରି କରାଯାଉଛି। କିଛି ବରାଦି  ନେଇ ଓ ନିଜେ ବି କିଛି ତିଆରି କରି ରଖାଯାଇଛି।।

Ganesh

ଅବିଭକ୍ତ କୋରାପୁଟ ଜିଲ୍ଲାର ବିଭିନ୍ନ ସ୍ଥାନରୁ ବରାଦ ଆସିବା ସହ କିଛି କମିଟି ଅଗ୍ରୀମ ଦେଇଥିବା କହିଛନ୍ତି ଏମାନେ। କଞ୍ଚାମାଲ ସବୁ ନିଜେ ହାଇଦ୍ରାବାଦ ଓ କୋଲକତାରୁ ନେଇକି ଆସିଥିବା ବେଳେ ଏଠାରୁ କେବଳ ଅଳ୍ପ କିଛି ପାଳ ଓମାଟିକୁ ବ୍ୟବହାର କରାଯାଉଛି ବୋଲି କହିଛନ୍ତି। ମୂର୍ତ୍ତୀ ଗୁଡିକରେ ସ୍ବତନ୍ତ୍ର ଭାବେ ହାଇଦ୍ରାବାଦରୁ ଆଣିଥିବା ଏକରକମର ମାଟି ସହ କିଛି ଔଷଧ ମିଶାଯାଉଛି। ଏହା ଦ୍ବାରା ବିସର୍ଜନ ସମୟରେ ଗଣେଶ ମୂର୍ତ୍ତି ଗୁଡିକ ବି ତୁରନ୍ତ ପାଣିରେ ମିଳେଇ ଯିବା ସହ ସେଭଳି କିଛି ହାନି ଘଟିବ ନି ବୋଲି କହିଛନ୍ତି ଏମାନେ। ଏମାନେ କୋରାପୁଟ ସହ ସୁନାବେଡ଼ା, ସେମିଳିଗୁଡାରେ ବି ମୂର୍ତ୍ତି ବିକ୍ରି କରୁଥିବା କହିଛନ୍ତି ସତୀଶ ଓ ସୁବାସ। ସେହିପରି ସ୍ଥାନୀୟ କଳାକାର ଶିବ ଓଦେବ ବି ପରିବେଶକୁ ସୁହାଇବା ପରି ମୂର୍ତ୍ତି ଆଣିଥିବା କହିଛନ୍ତି। ମୂର୍ତ୍ତି ୪୦ଟଙ୍କାରୁ ଆରମ୍ଭ କରି ୪୦ହଜାର ପର୍ଯ୍ୟନ୍ତ ରହିଥିବା କହିଛନ୍ତି ଶିବ ଓ ଦେବ।

ଏହି ଖବର ପଢ଼ନ୍ତୁ: ରାଜଧାନୀରେ ଡିଜେ ବନ୍ଦ, କେବଳ ବାଜିବ ପାରମ୍ପରିକ ବାଦ୍ୟ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe