୪ ମାସ ଯାଏ ଶୋଇଲେ ପ୍ରଭୁ ଗରୁଡ଼

୪ ମାସ ଯାଏ ଶୋଇଲେ ପ୍ରଭୁ ଗରୁଡ଼

Google Play

ପୁରୀ: ଶନିବାର, ଶ୍ରାବଣୀ ଏକାଦଶୀରୁ ମହାପ୍ରଭୁ ୪ ମାସ ପାଇଁ ଶୟନ କରିଛନ୍ତି। ଗତକାଲି ଏହି ପରିପ୍ରେକ୍ଷୀରେ ହରିଶୟନ ନୀତି ଅନୁଷ୍ଠିତ ହୋଇଥିଲା। ଆଷାଢ଼ ଶୁକ୍ଳ ଏକାଦଶୀରେ ମହାପ୍ରଭୁଙ୍କ ହରିଶୟନ ନୀତି ଅନୁଷ୍ଠିତ ହେଉଥିଲେ ହେଁ ଏଥର ଯୋଡ଼ା ଶ୍ରାବଣ (ମଳମାସ) ପଡ଼ୁଥିବାରୁ ଶ୍ରାବଣ ଶୁକ୍ଳ ମଳ ପକ୍ଷରେ ଏକାଦଶୀରେ ମହାପ୍ରଭୁ ହରିଶୟନ ନୀତି ପାଳିତ ହୋଇଥିଲା।

ଆଜି ଦ୍ବାଦଶୀ ତିଥିରେ ପ୍ରଭୁ ଗରୁଡ଼ ଶୟନନୀତି ଅନୁଷ୍ଠିତ ହୋଇଛି। ରବିବାର ସନ୍ଧ୍ୟାଧୂପ ପରେ ଗରୁଡ଼ଙ୍କୁ ପଞ୍ଚାମୃତରେ ଗାଧୋଇ ଦିଆଯାଇଥିଲା। ବସ୍ତ୍ରାଦି ଆଭୂଷଣରେ ବେଶ କରାଯାଇ ଶୀତଳ ଭୋଗ ହୋଇ ଗରୁଡ଼ଙ୍କୁ ଆବାହନ କରାଯାଇଥିଲା। ମହାପ୍ରଭୁ ଶୟନ କରିଥିବା ଭଣ୍ଡାର ଘରେ ଖଟ ତଳେ ବିଶ୍ରାମ ନେବା ପାଇଁ ଗରୁଡ଼ଙ୍କୁ ଆବାହନ କରାଯାଇଥିଲା। ଗରୁଡ଼ଙ୍କଠାରେ ପର୍ବଯାତ୍ରା ଯୋଗାଣିଆ ଯୋଗାଇଥିବା ମହାସ୍ନାନ ସାମଗ୍ରୀକୁ ଶୁଦ୍ଧସୁଆର ପୂଜାଠା କରିବା ପରେ ପୂଜାପଣ୍ଡା ମହାସ୍ନାନ କରିଥିଲେ। ପ୍ରଭୁ ଗରୁଡ଼ ଭଣ୍ଡାର ଘରେ ଠାକୁରଙ୍କ ଖଟ ତଳେ ଶୟନ ଯାଇଥିଲେ। ଚାରିମାସ ପରେ ମହାପ୍ରଭୁ ଉଠିବା ପରେ ପ୍ରଭୁ ଗରୁଡ଼ ବି ଶୟନରୁ ଉଠିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe