ଆଡପମଣ୍ଡପକୁ ବିଜେ କଲେ ଶ୍ରୀଜିଉ, କାଲିଠୁ ଭକ୍ତଙ୍କୁ ଶ୍ରୀଗୁଣ୍ଡିଚା ମନ୍ଦିରରେ ମିଳିବ ଆଡପ ଅବଢା

Advertisment
ଆଡପମଣ୍ଡପକୁ ବିଜେ କଲେ ଶ୍ରୀଜିଉ, କାଲିଠୁ ଭକ୍ତଙ୍କୁ ଶ୍ରୀଗୁଣ୍ଡିଚା ମନ୍ଦିରରେ ମିଳିବ ଆଡପ ଅବଢା

ଭୁବନେଶ୍ବର: ରଥାରୁଢ଼ ଶ୍ରୀଜିଉମାନେ ଶ୍ରୀଗୁଣ୍ଡିଚା ମନ୍ଦିର ଆଡପମଣ୍ଡପକୁ ବିଜେ କରିଛନ୍ତି । ଶନିବାର ସନ୍ଧ୍ୟା ଧୂପ ସରିବା ପରେ ଘୋଡାଫିଟା, ଚାରମାଳ ବନ୍ଧା, ପୁଷ୍ପାଞ୍ଜଳି ହେବା ପରେ ମହାପ୍ରଭୁ ଗୋଟି ପହଣ୍ଡିରେ ଆଡପମଣ୍ଡପକୁ ବିଜେ କରିଛନ୍ତି । ପ୍ରଥମେ ଶ୍ରୀସୁଦର୍ଶନଙ୍କ ପହଣ୍ଡି କରାଯାଇଥିଲା । ଏହାପରେ ମା’ ସୁଭଦ୍ରା, ବଡ଼ଭାଇ ବଳଭଦ୍ର ଏବଂ ଶେଷରେ ମହାପ୍ରଭୁ ଜଗନ୍ନାଥଙ୍କର ପହଣ୍ଡି ଅନୁଷ୍ଠିତ ହୋଇଥିଲା ।

ରବିବାର ଶ୍ରୀଜିଉମାନଙ୍କର ବନକଲାଗି ନୀତି ଅନୁଷ୍ଠିତ ହେବ। ତେଣୁ ରାତି ୮ଟାରୁ ନୀତି ଶେଷ ପର୍ଯ୍ୟନ୍ତ ଦର୍ଶନ ବନ୍ଦ ରହିବ ବୋଲି ଜଣାପଡ଼ିଛି। ଆସନ୍ତାକାଲିଠାରୁ ବାହୁଡା ଯାତ୍ରା ପର୍ଯ୍ୟନ୍ତ ଚତୁର୍ଦ୍ଧା ମୂର୍ତ୍ତି ଗୁଣ୍ଡିଚା ମନ୍ଦିର ଜନ୍ମବେଦିରେ ରହିବେ। ସେଠାରେ ଭକ୍ତଙ୍କୁ ଦର୍ଶନ ଦେବେ। ରବିବାର ଠାରୁ ଶ୍ରୀଗୁଣ୍ଡିଚା ମନ୍ଦିରରେ ଆଡପ ଅବଢା ବାହାରିବ। ଭକ୍ତମାନେ ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବଢା ପାଇପାରିବେ।

ରାଥଯାତ୍ରା ଦିନ ଶୁକ୍ରବାର ସିଂହଦ୍ଵାରରୁ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଧରି ବାହାରିଥିବା ତିନି ରଥ ମଧ୍ୟରୁ ବଡ ଠାକୁରଙ୍କ ତାଳଧ୍ୱଜ, ମା ସୁଭଦ୍ରାଙ୍କ ଦର୍ପଦଳନ ରଥ ଓ ପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ଶରଧାବାଲିରେ ଲାଗିଥିଲା। ଶୁକ୍ରବାର ରାତିସାରା ତିନି ରଥରେ ଭକ୍ତଙ୍କ ଗହଳି ଲାଗି ରହିଥିଲା। ଶରଧାବାଲିରେ ଆଜି ମହାପ୍ରଭୁଙ୍କ ସମସ୍ତ ଦୈନନ୍ଦିନ ନୀତି ସଂପନ୍ନ ହୋଇଥିଲା। ମଝିରେ ମଝିରେ ଆଜି ବର୍ଷା ଓ ପାଗ ମେଘୁଆ ଯୋଗୁଁ ଭକ୍ତ ହର୍ଷୋଲ୍ଳାସ ସହିତ ରଥାରୁଢ଼ ଠାକୁରଙ୍କୁ ଦର୍ଶନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe