Odisha Sun Times
ପୁରୀ : ଜୁଲାଇ ୧୫ ତାରିଖରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ନୀଳାଦ୍ରିବିଜେ ନୀତି। ତେବେ ଏଥର ମହାପ୍ରଭୁ ଶୀଘ୍ର ମନ୍ଦିର ଫେରିବେ। କାରଣ, ତା’ପରଦିନ ଚନ୍ଦ୍ରଗ୍ରହଣ ପଡୁଛି। ଗ୍ରହଣ ଯୋଗୁଁ ଠାକୁରଙ୍କ ନୀତିକାନ୍ତି ସଅଳ କରିବାକୁ ନିଷ୍ପତି ନେଇଛି ଶ୍ରୀମନ୍ଦିର ପ୍ରଶାସନ। ରାତି ୧୧ଟା ସୁଦ୍ଧା ଚତୁର୍ଦ୍ଧାମୁରତି ନୀଳିଦ୍ରିବିଜେ କରିବେ ଏବଂ ମନ୍ଦିର ପହଡ ପଡିବ ବୋଲି ପ୍ରଶାସନ ସ୍ପଷ୍ଟ କରିଦେଇଛି।
ନୀଳାଦ୍ରିବିଜେକୁ ଚନ୍ଦ୍ରଗ୍ରହଣ ଅଡୁଆ। ସଅଳ ମନ୍ଦିର ଫେରିବେ ମହାପ୍ରଭୁ। ୯ ଦିନର ଯାତ୍ରା ପରେ ଠାକୁରଙ୍କ ନୀଳାଦ୍ରିବିଜେ ନୀତି ଏଥର ସଅଳ ହେବାକୁ ଯାଉଛି। ପ୍ରଥମଥର ପାଇଁ ରାତି ୧୧ଟା ସୁଦ୍ଧା ଶ୍ରୀମନ୍ଦିର ଫେରିବେ ମହାପ୍ରଭୁ। ଗୋଟି ପହଣ୍ଡିରେ ରତ୍ନସିଂହାସନରେ ବିରାଜିବେ ଚତୁର୍ଦ୍ଧାମୁରତି ଏବଂ ରାତି ୧୨ଟା ପୂର୍ବରୁ ମନ୍ଦିର ପହୁଡ ପଡିବ। ତିନି ଘଂଟା ପରେ ରାତି ୩ଟାରେ ଦ୍ୱାର ଫିଟା ସହ ଅନ୍ୟାନ୍ୟ ନୀତିକାନ୍ତି ହେବ।
ଜୁଲାଇ ୧୫ ତାରିଖ- ନୀଳାଦ୍ରିବିଜେ। ଜୁଲାଇ ୧୬ ତାରିଖ- କେତୁ ଚନ୍ଦ୍ରଗ୍ରହଣ । ଆସନ୍ତା ଜୁଲାଇ ୧୫ ତାରିଖ ଦିନ ମହାପ୍ରଭୁଙ୍କ ନୀଳାଦ୍ରିବିଜେ ନୀତି ରହିଛି । ତେବେ ତା’ପରଦିନ ଅର୍ଥାତ୍ ଜୁଲାଇ ୧୬ ତାରିଖ ରାତି ସାଢେ ଗୋଟାଏରେ ପଡୁଛି ଚନ୍ଦ୍ରଗ୍ରହଣ। ଗ୍ରହଣ ଲାଗିବାର ୯ ଘଂଟା ପୂର୍ବରୁ ଠାକୁରଙ୍କ ସବୁ ନୀତିକାନ୍ତି ଶେଷ କରିବାକୁ ପଡିବ।
ଅପରାହ୍ନ ୪ ଟାରେ ମହାପ୍ରଭୁଙ୍କ ନୀତି ଶେଷ ହେବ ଏବଂ ପାକ ତ୍ୟାଗ ହେବ। ତେଣୁ ଗ୍ରହଣ ପୂର୍ବଦିନ ମହାପ୍ରଭୁଙ୍କ ନୀଳାଦ୍ରିବିଜେ ନୀତି ଉପରେ ସ୍ୱତନ୍ତ୍ର ଗୁରୁତ୍ୱ ଦେଇଛି ଶ୍ରୀମନ୍ଦିର ପ୍ରଶାସନ। ପ୍ରତିବର୍ଷ ନୀଳାଦ୍ରିବିଜେରେ ଅଧରାତିରେ ମନ୍ଦିର ଫେରିଥାନ୍ତି ମହାପ୍ରଭୁ। ରଥ ଉପରେ ସନ୍ଧ୍ୟା ୬ଟାରୁ ଠାକୁରଙ୍କ ନୀତିକାନ୍ତି ଆରମ୍ଭ ହେବା ସହ ମନ୍ଦିର ଫେରିବା ବେଳକୁ ରାତି ୧୨ ପାର୍ ହୋଇଯାଇଥାଏ। ତେବେ ଏଥର ସଅଳ ହେବାକୁ ଯାଉଛି ମହାପ୍ରଭୁଙ୍କ ନିଳାଦ୍ରୀବିଜେ ନୀତି।
/sambad/media/agency_attachments/2024-07-24t043029592z-sambad-original.webp) 
   Follow Us
 Follow Us/sambad/media/post_attachments/wp-content/uploads/2019/06/Puri-Jagannath-Temple.jpg)