ରାଜ୍ୟ ଏବଂ ରାଜ୍ୟ ବାହାରୁ ମହାପ୍ରଭୁ ଜଗନ୍ନାଥଙ୍କ ଭୂସମ୍ପତ୍ତି ଫେରିବ: ଆଇନ ମନ୍ତ୍ରୀ

ରାଜ୍ୟ ଏବଂ ରାଜ୍ୟ ବାହାରୁ ମହାପ୍ରଭୁ ଜଗନ୍ନାଥଙ୍କ ଭୂସମ୍ପତ୍ତି ଫେରିବ । ଏନେଇ ରାଜ୍ୟ ସରକାର ପ୍ରକ୍ରିୟା ଆରମ୍ଭ କରିଥିବା ନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୂଚନା ପ୍ରଦାନ କରିଛନ୍ତି...

Lord Jagannath's land properties from within and outside the state will be returned: Law Minister

Lord Jagannath's land properties from within and outside the state will be returned: Law Minister Photograph: (sambad.in)

ଭୁବନେଶ୍ବର: ରାଜ୍ୟ ଏବଂ ରାଜ୍ୟ ବାହାରୁ ମହାପ୍ରଭୁ ଜଗନ୍ନାଥଙ୍କ ଭୂସମ୍ପତ୍ତି  ଫେରିବ । ଏନେଇ  ରାଜ୍ୟ ସରକାର ପ୍ରକ୍ରିୟା ଆରମ୍ଭ  କରିଥିବା ନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୂଚନା ପ୍ରଦାନ କରିଛନ୍ତି।

ମହାପ୍ରଭୁଙ୍କ ୫୮ ହଜାର ଏକର ଜମି ରାଜ୍ୟରେ ଏବଂ ରାଜ୍ୟ ବାହାରେ ରହିଛି। ପ୍ରାୟ ୩୭ ହଜାର ଏକର ଜମିର କାଗଜ ପ୍ରସ୍ତୁତ ହୋଇସାରିଛି। ବାକି ଗୁଡ଼ିକର କାଗଜ ପ୍ରସ୍ତୁତ କରାଯାଉଛି। ସରକାର ଏ ଦିଗରେ ତ୍ୱରିତ ପଦକ୍ଷେପ ନେଉଛନ୍ତି। 

ମହାପ୍ରଭୁଙ୍କର ଯେଉଁଠି ଭୂସମ୍ପତ୍ତି ଅଛି ତାହାର ଠିକ୍ ଆକଳନ କିପରି ହୋଇପାରିବ ସେନେଇ ସରକାର ଯୋଜନା ପ୍ରସ୍ତୁତ କରୁଛନ୍ତି। ରାଜ୍ୟ ଏବଂ ରାଜ୍ୟ ବାହାରେ ଯେଉଁଠି ମହାପ୍ରଭୁଙ୍କ ସମ୍ପତ୍ତି ଅଛି ସେସବୁ ମହାପ୍ରଭୁଙ୍କ କାମରେ କିପରି ବିନିଯୋଗ ହେବ ସେନେଇ ସରକାର ପଦକ୍ଷେପ ନେଉଛନ୍ତି ବୋଲି ଆଇନ ମନ୍ତ୍ରୀ କହିଛନ୍ତି। 

Prithviraj Harichandan | lord jagannath

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe