ଶ୍ରୀବିଗ୍ରହଙ୍କ ପଦ୍ମବେଶ ପ୍ରସ୍ତୁତି: ବଡ଼ଛତା ମଠରେ ପୂଜାର୍ଚ୍ଚନା ସହ ବେଶ କାର୍ଯ୍ୟ ଆରମ୍ଭ

Advertisment

ପଣ୍ଡୁପୂର୍ଣ୍ଣିମା ଅବସରରେ ମହାପ୍ରଭୁଙ୍କ ପଦ୍ମବେଶ ପ୍ରସ୍ତୁତି ଆରମ୍ଭ ହୋଇଛି। ସିଂହଦ୍ବାର ସଂଲଗ୍ନ ବଡ଼ଛତା ମଠ ପରିସରରେ ଆଜି ବେଶ ସାମଗ୍ରୀ ସହ ଅସ୍ତ୍ର ପୂଜନ କରାଯାଇଥିଲା। ଫେବ୍ରୁଆରି ୧ ତାରିଖରେ ପଦ୍ମବେଶ ଅନୁଷ୍ଠିତ...

ପଣ୍ଡୁପୂର୍ଣ୍ଣିମା ଅବସରରେ ମହାପ୍ରଭୁଙ୍କ ପଦ୍ମବେଶ ପ୍ରସ୍ତୁତି ଆରମ୍ଭ ହୋଇଛି। ସିଂହଦ୍ବାର ସଂଲଗ୍ନ ବଡ଼ଛତା ମଠ ପରିସରରେ ଆଜି ବେଶ ସାମଗ୍ରୀ ସହ ଅସ୍ତ୍ର ପୂଜନ କରାଯାଇଥିଲା। ଫେବ୍ରୁଆରି ୧ ତାରିଖରେ ପଦ୍ମବେଶ ଅନୁଷ୍ଠିତ...

addadada

ପୁରୀ: ପଣ୍ଡୁପୂର୍ଣ୍ଣିମା ଅବସରରେ ମହାପ୍ରଭୁଙ୍କ ପଦ୍ମବେଶ ପ୍ରସ୍ତୁତି ଆରମ୍ଭ ହୋଇଛି। ସିଂହଦ୍ବାର ସଂଲଗ୍ନ ବଡ଼ଛତା ମଠ ପରିସରରେ ଆଜି ବେଶ ସାମଗ୍ରୀ ସହ ଅସ୍ତ୍ର ପୂଜନ କରାଯାଇଥିଲା। ଫେବ୍ରୁଆରି ୧ ତାରିଖରେ ପଦ୍ମବେଶ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଶିଳ୍ପୀ ବସନ୍ତ କୁମାର ରଣାଙ୍କ ତତ୍ତ୍ବାବଧାନରେ ୫ ଜଣ କାରିଗର ଏହାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ସପ୍ତଦଶ ଶତାବ୍ଦୀରୁ ବଡ଼ଛତା ମଠର ସନ୍ଥ ରଘୁବର ଦାସ ଏହି ବେଶ ଆରମ୍ଭ କରିଥିଲେ। ସେବେଠାରୁ ନିରବଚ୍ଛିନ୍ନ ଭାବେ ଏହି ବେଶ କରାଯାଉଛି।

ଶ୍ରୀମନ୍ଦିରରେ ସମସ୍ତ ନୀତିକାନ୍ତ ସରି ରାତିରେ ଚନ୍ଦନଲାଗି ଓ ବଡ଼ସିଂହାର ବେଶ ସମୟରେ ଏହି ବେଶ ଅନୁଷ୍ଠିତ ହେବ। ମହାପ୍ରଭୁ ଶ୍ରୀମୁଖ ପଦ୍ମ, ଚୂଳ, ପଦ୍ମ କଢ଼ିରେ ପ୍ରସ୍ତୁତ କରପଲ୍ଲବ, ଗଛ, ହଂସ, ପଦ୍ମଫୁଲ, ଆମ୍ବକଷି, କଦମ୍ବ ଫୁଲ, ମାଳ, କୁଣ୍ଡଳ ଓ ତିଳକରେ ସଜେଇ ହେବେ। ପରେ ଶ୍ରୀବିଗ୍ରହଙ୍କୁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କ୍ଷୀରୀ ଓ ଅମାଲୁ ଭୋଗ ଲାଗି ହେବ। ସହଯୋଗୀ କାରିଗର ସତ୍ୟନାରାୟଣ ବେହେରା କହିଛନ୍ତି, ଶୁଦ୍ଧପୁତ ଭାବେ ଦେଢ଼ ମାସ ପର୍ଯ୍ୟନ୍ତ ଏହି ବେଶ ପ୍ରସ୍ତୁତିରେ ସମସ୍ତ କାରିଗର ନିୟୋଜିତ ହେବେ। ସୋଲ, ଜରି, କପଡ଼ା, କଇଥ ଅଠାରେ ଏସବୁକୁ ପ୍ରସ୍ତୁତ କରାଯାଉଛି। ଯଦିଓ ଏସବୁକୁ ମଠରେ ପ୍ରସ୍ତୁତି କରିବାର ବିଧି ରହିଛି, କିନ୍ତୁ ସଂପ୍ରତି ମଠରେ ଜାଗା ଅଭାବରୁ ଶିଳ୍ପୀମାନେ ଅନ୍ୟତ୍ର ଏହି ବେଶର ପ୍ରସ୍ତୁତି କରିବେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe