ସ୍ନାନ ମଣ୍ଡପରେ ପ୍ରଭୁ ଶ୍ରୀବଳଭଦ୍ର, ପ୍ରଭୁ ଶ୍ରୀସୁଦର୍ଶନ

ବୁଧବାର ଭୋର ୫ଟା ୩୨ରେ ମଙ୍ଗଳାପର୍ଣ ପରେ ଡୋରଲାଗି, ପୁ‌ଷ୍ପାଞ୍ଜଳି ପରେ ସକାଳ ୫.୪୫ରୁ ପହଣ୍ଡି ଆରମ୍ଭ ହୋଇ ପ୍ରଥମେ ଶ୍ରୀସୁଦର୍ଶନ ମହାପ୍ରଭୁଙ୍କ ପହଣ୍ଡି ୫.୪୫ରେ ଆରମ୍ଭ ହୋଇଥିବା ବେଳେ ପ୍ରଭୁ ଶ୍ରୀ ବଳଭଦ୍ରଙ୍କ ପହଣ୍ଡି ୫.୫୩ରେ ଆରମ୍ଭ ହୋଇଥିଲା...

Lord Sri Balabhadra, Lord Sri Sudarshan in the bathing hall

Lord Sri Balabhadra, Lord Sri Sudarshan in the bathing hall Photograph: (sambad.in)

ପୁରୀ: ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ବୁଧବାର ଶ୍ରୀକ୍ଷେତ୍ର ଚଳଚଞ୍ଚଳ ହୋଇ ଉଠିଛି। ଶ୍ରୀମନ୍ଦିର ସ୍ନାନବେଦୀରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ଅନୁଷ୍ଠିତ ହେବ।

୧୦୮ ସୁବାସିତ ଜଳରେ ସ୍ନାନ ସାରିବା ପରେ ବଡ଼ଠାକୁର ପ୍ରଭୁ ଶ୍ରୀବଳଭଦ୍ର, ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ମା’ ସୁଭଦ୍ରାଙ୍କୁ ଭକ୍ତମାନେ ହାତୀବେଶରେ ଦର୍ଶନ କରିବେ। ଏହି ଅପୂର୍ବ ଦିବ୍ୟ ବେଶକୁ ଦର୍ଶନ କରି ଭକ୍ତମାନେ ନିଜକୁ ଧନ୍ୟ ମନେ କରିବେ।

ବୁଧବାର ଭୋର ୫ଟା ୩୨ରେ ମଙ୍ଗଳାପର୍ଣ ପରେ ଡୋରଲାଗି, ପୁ‌ଷ୍ପାଞ୍ଜଳି ପରେ ସକାଳ ୫.୪୫ରୁ ପହଣ୍ଡି ଆରମ୍ଭ ହୋଇ ପ୍ରଥମେ ଶ୍ରୀସୁଦର୍ଶନ ମହାପ୍ରଭୁଙ୍କ ପହଣ୍ଡି ୫.୪୫ରେ ଆରମ୍ଭ ହୋଇଥିବା ବେଳେ ପ୍ରଭୁ ଶ୍ରୀବଳଭଦ୍ରଙ୍କ ପହଣ୍ଡି ୫.୫୩ରେ ଆରମ୍ଭ ହୋଇଥିଲା।

ମହାପ୍ରଭୁଙ୍କ ଦିବ୍ୟ ସ୍ନାନର ସମୟ ପାଖେଇ ଆସୁଥିବାରୁ ଭକ୍ତମାନଙ୍କ ମନରେ ଉତ୍କଣ୍ଠା ଭରି ଉଠୁଛି। ଶ୍ରୀକ୍ଷେତ୍ରରେ ପ୍ରବଳ ଜନଗହଳି ଦେଖାଯାଇଥିବା ବେଳେ ବଡ଼ଦାଣ୍ଡ ଆଧ୍ୟାତ୍ମିକ ପରିବେଶରେ ଉଛୁଳି ପଡୁଛି। 

puri | Puri Jagannath temple | lord jagannath

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe