ଗୋଟିଏ ଭୋଟରେ ହାରିଲେ, ଜିଲ୍ଲାପାଳଙ୍କୁ ଫେରାଦ

ପଦ୍ମପୁର ଉପନିର୍ବାଚନ, ପ୍ରାର୍ଥୀଙ୍କୁ ମିଳିଲା ଦଳୀୟ ଚିହ୍ନ          

Sambad

ବିଂଝାରପୁର/ସିଂହପୁର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଜଣେ ସରପଞ୍ଚ ପ୍ରାର୍ଥୀ ଗୋଟିଏ ଭୋଟ ବ୍ୟବଧାନରେ ପରାସ୍ତ ହୋଇଛନ୍ତି। ହେଲେ ସେ ପୁନଃଗଣତି ପାଇଁ ଦାବି କରିଥିଲେ ମଧ୍ୟ ତାଙ୍କ କଥାକୁ ଗ୍ରହଣ କରାନଯିବାରୁ ଜିଲ୍ଲାପାଳଙ୍କୁ ଗୁହାରି କରିଛନ୍ତି। ଏଭଳି ଚିତ୍ର ଆସିଛି ବିଂଝାରପୁର ବ୍ଲକ ସିଂହପୁର ପଞ୍ଚାୟତରୁ।

ବିଂଝାରପୁର ବ୍ଲକ ଅନ୍ତର୍ଗତ ୨୮ନମ୍ବର ଜୋନ ଅଧୀନସ୍ଥ ସିଂହପୁର ପଞ୍ଚାୟତର ଭୋଟଗଣତି ଗତକାଲି କରାଯାଇଥିଲା। ଏଠାରେ ସରପଞ୍ଚ ପ୍ରାର୍ଥୀ ଶଶାଙ୍କ ଶେଖର ଖିଲାର ଓ ଅଭିମନ୍ୟୁ ସାହୁଙ୍କ ମଧ୍ୟରେ କଡ଼ା ମୁକାବିଲା ହୋଇଥିଲା। ଶଶାଙ୍କ ଖିଲାର ଖଣ୍ଡେ ଭୋଟରେ ବିଜୟୀ ହୋଇଥିବା ବେଳେ  ଅଭିମନ୍ୟୁ ସାହୁ ଏହି ଫଳାଫଳକୁ ଗ୍ରହଣ କରିନଥିଲେ।

ଅଭିମନ୍ୟୁ ସାହୁ ଭୋଟ ପୁନଃ ଗଣତି କରିବାକୁ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି। ଶ୍ରୀ ସାହୁଙ୍କ ଅଭିଯୋଗ ଅନୁଯାୟୀ  ପୁନଃ ଗଣତି ପାଇଁ ବିଡିଓଙ୍କ ନିକଟରେ ଦାବି ରଖିଥିଲେ।  ବିଡିଓ କିଛି ସମୟ ଅପେକ୍ଷା କରିବାକୁ କହି ଦୀର୍ଘ ୨ ଘଣ୍ଟା ବସାଇବା ପରେ ତୁମେ ଅଭିଯୋଗ କରିବାକୁ ବିଳମ୍ବ କଲ ବାକ୍ସ ସିଲ ହୋଇଗଲା ବୋଲି କହିଥିଲେ। ଏ ନେଇ ସେ ଜିଲ୍ଲାପାଳଙ୍କୁ ଗୁହାରି କରିବା ସହ ସିସି କ୍ୟାମେରା ଯାଞ୍ଚ କଲେ ପ୍ରକୃତ ଅଭିଯୋଗର ସମୟ ଜଣାପଡିବ ବୋଲି ଦର୍ଶାଇଛନ୍ତି। ଉଦ୍ଦେଶ୍ୟ ମୂଳକ ଭାବେ ବହୁ ଭୋଟକୁ ନାକଚ କରି ପ୍ରତିପକ୍ଷଙ୍କୁ ବିଜୟୀ କରାଯାଇଥିବା ଶ୍ରୀ ସାହୁ ଅଭିଯୋଗ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe