ଗଞ୍ଜାମ ଜିଲ୍ଲାରେ ୪ କରୋନା ଯୋଦ୍ଧାଙ୍କ ମୃତ୍ୟୁ: ମୃତକଙ୍କ ମଧ୍ୟରେ ଅଛନ୍ତି ୨ ଶିକ୍ଷକ, ଜଣେ ଅଙ୍ଗନବାଡ଼ି କର୍ମୀ ଓ ଜଣେ କନିଷ୍ଠ ଯନ୍ତ୍ରୀ

Advertisment
ଗଞ୍ଜାମ ଜିଲ୍ଲାରେ ୪ କରୋନା ଯୋଦ୍ଧାଙ୍କ ମୃତ୍ୟୁ: ମୃତକଙ୍କ ମଧ୍ୟରେ ଅଛନ୍ତି ୨ ଶିକ୍ଷକ, ଜଣେ ଅଙ୍ଗନବାଡ଼ି କର୍ମୀ ଓ ଜଣେ କନିଷ୍ଠ ଯନ୍ତ୍ରୀ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ୪ କରୋନା ଯୋଦ୍ଧାଙ୍କ ମୃତ୍ୟୁ ହୋଇଥିବା ନେଇ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଟୁଇଟର୍ ଯୋଗେ ସୂଚନା ଦେଇଛନ୍ତି। ମୃତକଙ୍କ ମଧ୍ୟରେ ୨ଜଣ ଶିକ୍ଷକ, ଜଣେ ଅଙ୍ଗନବାଡ଼ି କର୍ମୀ ଓ ଜଣେ କନିଷ୍ଠ ଯନ୍ତ୍ରୀ ଅଛନ୍ତି।

ମୃତକ ୨ ଶିକ୍ଷକଙ୍କ ମଧ୍ୟରେ ଜଣେ ହେଲେ କବିସୂର୍ଯ୍ୟନଗର ବ୍ଲକର ଏସ୍ ପଙ୍କଲବାଡ଼ି ପ୍ରାଥମିକ ବିଦ୍ୟାଳୟର ଚୁକ୍ତିଭିତ୍ତିକ କନିଷ୍ଠ ଶିକ୍ଷକ ସୀମାଞ୍ଚଳ ଶତପଥୀ ଓ ଅନ୍ୟଜଣକ ହେଲେ ଆସିକା ବ୍ଲକର ରାଇସିଙ୍ଗି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ସିଦ୍ଧାର୍ଥ ଶଙ୍କର ପାଢୀ। ଅପରପକ୍ଷରେ ଅଙ୍ଗନବାଡ଼ି କର୍ମୀ ଜଣକ ହେଲେ ବୁଗୁଡ଼ା ବ୍ଲକର ଖୋଳାଖାଳି ଗାଁର ଭାରତୀ ସ୍ବାଇଁ। ଜଣେ କନିଷ୍ଠ ଯନ୍ତ୍ରୀଜଣକ ହେଲେ ପି ସୁରେଶ କୁମାର, ଯିଏ କି ଧରାକୋଟ ବ୍ଲକରେ କାର୍ଯ୍ୟ କରୁଥିଲେ। ଗଞ୍ଜାମ ଜିଲ୍ଲାର ଏହି ୪ କରୋନା ଯୋଦ୍ଧାଙ୍କ ମୃତ୍ୟୁରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଗଭୀର ଶୋକ ପ୍ରକାଶ କରିଛନ୍ତି।

ଏଥିସହିତ ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମଣ ଦିନକୁ ଦିନ ବ୍ୟାପୁଥିବା ବେଳେ ଏହାକୁ ରୋକିବାକୁ ସାମାଜିକ ଦୂରତ୍ୱ ମାନିବାକୁ ସେ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe