ଜୀବନ ଯୁଦ୍ଧରେ ହାରିଗଲେ, କୋଲକାତାରେ ଚାଲିଥିଲା ବିରଳ ଏକ୍‌ମୋ ଚିକିତ୍ସା

Advertisment

ଏୟାର୍ ଲିଫ୍ଟ୍ କରାଇଥିଲେ ପତ୍ନୀ, ଭଉଣୀ

ଏୟାର୍ ଲିଫ୍ଟ୍ କରାଇଥିଲେ ପତ୍ନୀ, ଭଉଣୀ

ଜୀବନ ଯୁଦ୍ଧରେ ହାରିଗଲେ, କୋଲକାତାରେ ଚାଲିଥିଲା ବିରଳ ଏକ୍‌ମୋ ଚିକିତ୍ସା

ଭଞ୍ଜନଗର: ଦୀର୍ଘ ଏକମାସ କାଳ ଜୀବନ ଯୁଦ୍ଧରେ ଲଢ଼ିବାପରେ ଆଖି ବୁଜିଦେଇଛନ୍ତି ରମେଶ ସାହୁ। କରୋନା‌ରେ ସଂକ୍ରମିତ ହୋଇ ସୂତାଖିଅରେ ଝୁଲୁଥିବା ସ୍ବାମୀଙ୍କ ଜୀବନ ବଞ୍ଚାଇ ସିନ୍ଦୂର ରକ୍ଷା ଲାଗି ନଣନ୍ଦ ସହ ମିଶି ପତ୍ନୀ ସ୍ମିତା ଆପ୍ରାଣ ଉଦ୍ୟମ କରିଥିଲେ। ୧୫ ଲକ୍ଷ ଟଙ୍କା ଖର୍ଚ୍ଚ କରି ସ୍ବାମୀଙ୍କୁ ବିରଳ ଏକ୍‌ମୋ ଚିକିତ୍ସା ପାଇଁ ଏୟାର୍ ଲିଫ୍ଟ୍ କରି କୋଲକାତା ପଠାଇଥିଲେ। ୭୫ ଲକ୍ଷରୁ ଅଧିକ ଟଙ୍କା ଚିକିତ୍ସାରେ ଖର୍ଚ୍ଚ ହୋଇ ସାରିଥିଲା। ହେଲେ ସବୁ ଚେଷ୍ଟା ବ୍ୟର୍ଥ ହୋଇଛି। ଗତକାଲି ରମେଶ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି। ଆଉ କରୋନାର ତାଡ଼ନା ସ୍ମିତାଙ୍କ ସୁନାର ସଂସାରକୁ ଛାରଖାର କରିଦେବା ସହ ୮ ବର୍ଷର ଝିଅ ବାପଛେଉଣ୍ଡ ହୋଇଯାଇଛି।

ଗତକାଲି ରମେଶଙ୍କ ମୃତ୍ୟୁ ପରେ ସମସ୍ତ ମେଡିକାଲ୍‌ କାଗଜପତ୍ର ପ୍ରକ୍ରିୟା ସଂପନ୍ନ ହୋଇଥିଲା। ପରେ ଏକ ସ୍ବତନ୍ତ୍ର ଆମ୍ବୁଲାନ୍ସ୍‌ରେ ଶବକୁ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସହର ଉପକଣ୍ଠ ଲଣ୍ଡେଇ ସାହିସ୍ଥିତ ବାସଭବନକୁ ଅଣା ଯାଇଥିଲା। କୋଭିଡ୍ ଗାଇଡ୍‌ଲାଇନ୍ ଅନୁସାରେ ବେଲେଶ୍ବର ଘାଟରେ ରମେଶଙ୍କ ଶେଷକୃତ୍ୟ ସଂପନ୍ନ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe