ପରକୀୟା ପ୍ରୀତି‌ ମାମଲା: ଅଭିଯୁକ୍ତକୁ ୫ ହଜାର ଟଙ୍କା ଜରିମାନା

Advertisment
ପରକୀୟା ପ୍ରୀତି‌ ମାମଲା: ଅଭିଯୁକ୍ତକୁ ୫ ହଜାର ଟଙ୍କା ଜରିମାନା

The Hindu

ଧର୍ମଗଡ଼: ଏକ ପରକୀୟା ପ୍ରୀତି ମାମଲାର ବିଚାର କରି ଧର୍ମଗଡ଼ ପ୍ରଥମଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ସୌମ୍ୟ ଶଙ୍କର ମହନ୍ତ ଅଭିଯୁକ୍ତକୁ ୫ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ଜରିମାନା ଅନାଦେୟ ହେଲେ ୩୦ ଦିନ କାରାଦଣ୍ଡରେ ଦଣ୍ଡିତ କରାଯିବ ବୋଲି ରାୟ ପ୍ରକାଶ କରିଛନ୍ତି।

ପ୍ରକାଶ ଯେ, ଗତ ୩.୫.୨୦୧୬ ତାରିଖ ଦିନ ଧର୍ମଗଡ଼ ଥାନା ଲୁହାଗାଁର ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀକୁ ଅନ୍ୟ ପୁରୁଷ ସହ ଅସଞ୍ଜତ ଅବସ୍ଥାରେ ଦେଖି ଧର୍ମଗଡ଼ ଥାନାରେ ଏତଲା ଦେଇଥିଲେ। ତଦନ୍ତ ପରେ ପୁଲିସ ଅଭିଯୁକ୍ତ ଅବନୀ ଗୋପାଳଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଅଦାଲତ ଏହାର ବିଚାର କରି ସୋମବାର ଅଭିଯୁକ୍ତ ଅବନୀ ଗୋପାଳଙ୍କୁ ୫ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ସରକାରଙ୍କ ପକ୍ଷରୁ ସରକାରୀ ଓକିଲ ଦୀନେଶ ଶର୍ମା ମାମଲା‌ର ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe