ବ୍ରଜରାଜନଗର: ରାଜପୁର କାଳୀ ମନ୍ଦିର ନିକଟରେ ବିଷ ପିଇ ପ୍ରେମୀ ଯୁଗଳ ବୁଲୁ ଗୌଡ଼ (୨୫) ଓ ସୁକାନ୍ତି ପ୍ରଧାନ (୪୦) ଆତ୍ମହତ୍ୟା ଉଦ୍ୟମ କରିବା ପରେ ପ୍ରେମିକା ସୁକାନ୍ତି ପ୍ରାଣ ହରାଇଥିବା ଜଣାପଡ଼ିଛି। ସୋମବାର ରାତି ୯ଟାରେ ଏହି ଘଟଣା ଘଟିଥିଲା। ଝାରସୁଗୁଡ଼ା ସଦର ହସ୍ପିଟାଲରେ ସୁକାନ୍ତିଙ୍କ ମୃତ୍ୟୁ ହୋଇଯାଇଥିବା ଜଣାପଡ଼ିଛି। ଗାନ୍ଧୀ ଛକ ଫାଣ୍ଡି ପୁଲିସ୍ ଏନେଇ ଶବ ଜବତ କରି ଅପମୃତ୍ୟୁ ମାମଲାରେ ବ୍ୟବଚ୍ଛେଦ ପରେ ଏଚ କଟାପାଲିରେ ରହୁଥିବା ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଥିବା ଜଣାପଡ଼ିଛି। ପ୍ରେମିକ ବୁଲୁ ଏବେ ବି ଚିକିତ୍ସାଧୀନ ଅଛନ୍ତି। ସୁକାନ୍ତି ମାନସିକ ସ୍ତରରେ ଅସ୍ୱାଭାବିକ ଥିବା କୁହାଯାଉଥିବା ବେଳେ ରାଜପୁର ବୁଲୁ ବିବାହିତ ଏବଂ ତାଙ୍କ ପରିବାରରେ ପୂର୍ବରୁ ସ୍ତ୍ରୀ ଓ ୨ ବର୍ଷର ପୁଅ ରହିଥିବା ଜଣାପଡ଼ିଛି। ପୁଲିସ୍ ଏନେଇ ତଦନ୍ତ ଜାରି ରଖିଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us