ରେଳଧାରଣାରେ ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା

Advertisment
ଦୁଇଟି ବାଇକ୍‌କୁ ଧକ୍କା ଦେଲା ପିକ୍ଅପ୍: ପୁତୁରା ମୃତ

iStock

ବ୍ରହ୍ମପୁର : ବ୍ରହ୍ମପୁର ଜିଆର୍‌ପି ଥାନା ଅନ୍ତର୍ଗତ ଗୁଡ୍‌ସସେଡ୍‌ ରୋଡ଼ ‌ଓଭର୍‌ବ୍ରିଜ୍‌ ତଳ ରେଳଧାରଣାରେ ଜଣେ ଯୁବକ ଓ ଯୁବତୀ ଆତ୍ମହତ୍ୟା କରିଛନ୍ତି। ଜିଆର୍‌ପି ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କ ଶବ ଜବତ କରିଛି। ମୃତ ଯୁବତୀଙ୍କ ନାମ ମୀରା ନାୟକ(୩୦) ଓ ଯୁବକଙ୍କ ନାମ‌ ଶିବ ନାୟକ(୩୫) ବୋଲି ପୁଲିସ କହିଛି। ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା ଜିଆର୍‌ପି ଥାନା ଅଧିକାରୀ ଜ୍ୟୋତି ପ୍ରକାଶ ନାୟକ ସୂଚନା ଦେଇଛନ୍ତି। ଏ ନେଇ କେସ୍ ନମ୍ବର ୫୬/୨୨ ଓ ୫୭/୨୨ରେ ଦୁଇଟି ଅପମୃତ୍ୟୁ ମାମଲା ରୁଜୁ ହୋଇଛି।

ଆଜି ସଂଧ୍ୟାରେ ଗୁଡ୍‌ସସେଡ୍‌ ରୋଡ଼ ଓଭର୍‌ବ୍ରିଜ୍‌ ତଳ ରେଳଧାରଣାରେ ପୃଥକ୍‌ ସ୍ଥାନରେ ଜଣେ ଯୁବକ ଓ ଯୁବତୀ ଟ୍ରେନ୍‌ ଆଗକୁ ଡେଇଁ ଆତ୍ମହତ୍ୟା କରିଥିବା ସୂଚନା ମିଳିଥିଲା। ଜିଆର୍‌ପି ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଥିଲା। ପୁଲିସ ଉଭୟଙ୍କ ଶବ ଜବତ କରିଥିଲା। ଉଭୟ ଯୁବକ ଓ ଯୁବତୀ ଜଣକ କିଛି ଦୂର ବ୍ୟବଧାନରେ ରେଳ ଧାରଣାରେ ମୁଣ୍ଡ ଦେଇ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଥିଲା। ଉଭୟଙ୍କ ଶରୀରରୁ ମୁଣ୍ଡ ଅଲଗା ହୋଇଯାଇଛି। ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କରେ ଥିବା ପୁଲିସର ତଦନ୍ତରେ ଜଣାପଡ଼ିଛି। ପ୍ରେମ ସମ୍ପର୍କକୁ ପରିବାରବର୍ଗ ଗ୍ରହଣ ନକରିବାରୁ ଉଭୟେ ଆତ୍ମହତ୍ୟା କରିଥିବା ପୁଲିସ ଅନୁମାନ କରୁଛି। ପ୍ରଶାନ୍ତି ଏକ୍ସପ୍ରେସ୍‌ ଟ୍ରେନ୍‌ ଆଗକୁ ଡେଇଁ ଉଭୟେ ଆତ୍ମହତ୍ୟା କରିଥିବା ପୁଲିସ ଅନୁମାନ କରୁଛି। ଏ ଦିଗରେ ଅଧିକ ତଦନ୍ତ ଜାରି ରହିଥିବା ଥାନା ଅଧିକାରୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe