ଶେଷ ରାସ୍ତା ବାଛିନେଲେ ପ୍ରେମୀଯୁଗଳ, ଝାଉଁ ଜଙ୍ଗଲରେ ଓଢ଼ଣୀରେ ଝୁଲିପଡ଼ିଲେ

Advertisment
ଶେଷ ରାସ୍ତା ବାଛିନେଲେ ପ୍ରେମୀଯୁଗଳ, ଝାଉଁ ଜଙ୍ଗଲରେ ଓଢ଼ଣୀରେ ଝୁଲିପଡ଼ିଲେ

Daily Sun

ବାଲିଆପାଳ : ଶେଷ ରାସ୍ତା ବାଛିନେଲେ ପ୍ରେମୀଯୁଗଳ। ଏକାଠି ରହୁଥିଲେ। ଗତକାଲି ଘରକୁ ଫେରିବେ ବୋଲି ଫୋନ୍ କରିଥିଲେ। ହେଲେ ସେମାନେ ତ ଫେରିଲେ ନାହିଁ, ପୁଲିସର ଫୋନ୍ ଆସିଲା। ତାହା ପୁଣି ଦୁହିଁଙ୍କ ଆତ୍ମହତ୍ୟାର ଖବର। ଆଜି ବାଲିଆପାଳ ଡଗରା ବେଳାଭୂମି ନାରାୟଣପୁର ପନ୍ତା ଝାଉଁ ଜଙ୍ଗଲ ଭିତରୁ ଝୁଲନ୍ତା ଅବସ୍ଥାରେ ପ୍ରେମୀଯୁଗଳଙ୍କ ମୃତଦେହ ଉଦ୍ଧାର ହେବା ପରେ ଚାଞ୍ଚଲ୍ୟ ଖେଳିଯାଇଛି। ମୃତକ ହେଲେ ଚୌମୁଖ ଗାଁ ଅର୍ଜୁନ ମାଝୀଙ୍କ ପୁଅ ଅନନ୍ତ(୨୫) ଓ ମୟୂରଭଞ୍ଜ ରାସଗୋବିନ୍ଦପୁର ବ୍ଲକ ମୂଷାମାରି ଗ୍ରାମର ବୁଦ୍ଧିଆ ସୋରେନଙ୍କ ଝିଅ ରାକିଣୀ। ସେମାନେ ସଂପର୍କରେ ଶାଳୀ-ଭିଣୋଇ ବୋଲି ଜଣାପଡ଼ିଛି।

ଅନନ୍ତ ବସ୍ତା ଡାକ୍ତରଖାନାରେ ସୁଇପର ଭାବେ କାମ କରୁଥିଲେ। ସେଠାରେ ଭଡ଼ାଘରେ ରହୁଥିଲେ। ଅନନ୍ତଙ୍କ ଭାଇଙ୍କ ଶାଳୀ ରାକିଣୀ ମଧ୍ୟ ଅନନ୍ତଙ୍କ ସହ ରହୁଥିଲେ। ଘରକୁ ଫେରୁଛନ୍ତି ବୋଲି ଗତକାଲି ଫୋନ୍ କରି ଜଣାଇଥିଲେ। ତେବେ ନ ଫେରିଥିଲେ ମଧ୍ୟ କାଳେ ନିଷ୍ପତ୍ତି ବଦଳାଇଛନ୍ତି ବୋଲି ଭାବି ପରିବାର ଲୋକେ ଏତେ ତନାଘନା କରି ନ ଥିଲେ। ସଟ୍‌ଡାଉନ୍‌ ପାଇଁ ଆଜି ପୂରା ଶୂନଶାନ ଥିଲା। ତେବେ କିଛି ଗ୍ରାମବାସୀ ଝାଉଁବଣକୁ ମଲାଗୋରୁ ପକାଇବାକୁ ଯାଇଥିଲେ। ଝାଉଁ ଗଛରୁ ଦୁଇଜଣଙ୍କ ମୃତଦେହ ଝୁଲୁଥିବା ଦେଖି ଛାନିଆ ହୋଇଯାଇଥିଲେ। ଖବର ପ୍ରଚାରିତ ହେବା କ୍ଷଣି ସେଠାରେ ଶତାଧିକ ଲୋକ ଏକାଠି ହୋଇଯାଇଥିଲେ। ଓଢଣୀରେ ଫାଶ ପାକାଇ ଝୁଲିପଡ଼ିଥିଲେ ଅନନ୍ତ ଓ ରାକିଣୀ। ଜାମକୁଣ୍ଡା ଫାଣ୍ଡି ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ଫୋନରୁ ହିଁ ଉଭୟଙ୍କର ପରିଚୟ ମିଳିଥିଲା। ତେବେ ଦୁହେଁ କେଉଁ ପରିସ୍ଥିତିରେ ଆତ୍ମହତ୍ୟା କରିବାର ନିଷ୍ପତ୍ତି ନେଲେ ତାକୁ ନେଇ କିଛି ଅନୁମାନ ବି ଲଗାଇ ପାରୁନାହାନ୍ତି ପରିବାର ଲୋକେ। ଘଟଣାର ଅନ୍ୟ କିଛି ଦିଗ ଅଛି କି ନାହିଁ ତାହା ପୁଲିସ ତଦନ୍ତ କରୁଛି। ପରିବାର ଲୋକଙ୍କଠାରୁ ତଥ୍ୟ ମିଳିପାରେ ବୋଲି ପୁଲିସ ଆଶା କରିଛି। ବାଲିଆପାଳ ଥାନାରେ ଏ ନେଇ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରିଛି ପୁଲିସ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe