DNA India
ସମ୍ବଲପୁର : ସମ୍ବଲପୁର ଜିଲ୍ଲା ବୁର୍ଲା ଥାନା ଅନ୍ତର୍ଗତ ଆ.କଟାପାଲି ନିକଟରେ ଟ୍ରେନ୍ ସମ୍ମୁଖକୁ ଡେଇଁ ପ୍ରେମୀଯୁଗଳ ଆତ୍ମହତ୍ୟା କରିଛନ୍ତି। ଉଭୟେ ଭିନ୍ନ ଜାତିର ହୋଇଥିବାରୁ ପରିବାରିକ ସ୍ବୀକୃତି ନପାଇ ସେମାନେ ଏଭଳି କଠୋର ନିଷ୍ପତ୍ତି ନେଇଥିବା ଜଣାଯାଇଛି। ସମ୍ବଲପୁର ଜିଆରପି ମୃତକ ଦୁଇଜଣ ବୁର୍ଲା ଥାନା ବୁଠିଟିକ୍ରାର ଦାଶ ଖାଡ଼ିଆ (୩୫) ଓ ଅନିତା ମିର୍ଦ୍ଧା (୨୫)ଙ୍କ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ମିଳିଥିବା ସୂଚନା ଅନୁସାରେ, ଶ୍ରମିକ ଭାବରେ କାମ କରୁଥିବା ଦାଶ ଓ ଅନିତାଙ୍କ ମଧ୍ୟରେ ପ୍ରାୟ ୪ ବର୍ଷ ହେଲା ପ୍ରେମ ସମ୍ପର୍କ ରହିଥିଲା। ବିବାହ କରିବାରରେ ସେମାନେ ବିଫଳ ହୋଇଥିଲେ। କୌଣସି କାରଣକୁ ନେଇ ବୁଧବାର ରାତିରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିବା ଗ୍ରାମବାସୀଙ୍କ ପଠାରୁ ପ୍ରକାଶ। ଏହାପରେ ସେମାନେ ଗାଁରୁ ବାହାରି ଆସିଥିଲେ। ଗୁରୁବାର ଭୋରରେ ସମ୍ବଲପୁରରୁ ବରଗଡ଼ ପଟକୁ ଯାଉଥିବା ଏକ ମାଲଗାଡ଼ି ସମ୍ମୁଖକୁ ଡେଇଁ ସେମାନେ ଆତ୍ମହତ୍ୟା କରିଥିଲେ।
Follow Us