ନକ୍ସଲ ସଂଗଠନରେ ପ୍ରେମ: ପୁରୁଷ କ୍ୟାଡରଙ୍କ ଠାରୁ ଧୋକା ପାଇଲା ପରେ ଆତ୍ମସମର୍ପଣ କଲେ ମହିଳା ମାଓବାଦୀ

ନକ୍ସଲ ସଂଗଠନରେ ପ୍ରେମ: ପୁରୁଷ କ୍ୟାଡରଙ୍କ ଠାରୁ ଧୋକା ପାଇଲା ପରେ ଆତ୍ମସମର୍ପଣ କଲେ ମହିଳା ମାଓବାଦୀ

ମାଲକାନଗିରି: ସୀମାନ୍ତ ଛତିଶଗଡର କାଙ୍କେର ପୁଲିସ ନିକଟରେ ଜଣେ ହାର୍ଡକୋର ମହିଳାଙ୍କ ସମେତ ଦୁଇ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ତେବେ ଏହି ମହିଳା ନକ୍ସଲ ଜଣକ ଆତ୍ମସମର୍ପଣ କରିବା ପଛରେ ଏକ ଅଜବ ଯୁକ୍ତି ରହିଛି। ନକ୍ସଲ ସଂଗଠନରେ ଦୀର୍ଘ ଦିନ କାମ କରିବା ଭିତରେ ସେ ଜଣେ କ୍ୟାଡର ନକ୍ସଲକୁ ଭଲ ପାଇ ବସିଥିଲେ। କିନ୍ତୁ ପ୍ରେମିକ ଜଣକ ଆଉ ଜଣ ସହ ପ୍ରେମ ସଂପର୍କ ରଖିଥିବାରୁ ପ୍ରେମରେ ଧୋକା ପାଇ ଏହି ମହିଳା ନକ୍ସଲ ଜଣକ ଆତ୍ମସମର୍ପଣ କରିଥିବା କହିଛି।

ଆତ୍ମସମର୍ପଣ କରିଥିବା ମହିଳା ନକ୍ସଲ ଜଣକ ହେଲେ ନୀଲା ଅରଫ ଅସନତୀନ ଉଇକେ। ଏହି ମହିଳା ନକ୍ସଲ ନାମରେ ସରକାର ୮ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ। ୫୦ ଜଣ ଯବାନକୁ ହତ୍ୟା କରିବା ପଛରେ ନୀଲା ହିଁ ମାଷ୍ଟର ମାଇଣ୍ଡ ବୋଲି ପୁଲିସ କହିଛି। ଏଥିସହ ବହୁ ହିଂସାରେ ସେ ଜଡିତ ଥିବା ପୁଲିସ ନିକଟରେ ନୀଲା ପ୍ରକାଶ କରିଛି। ନୀଲା ସହ ମୁକେଶ ଗାବଡେ ନାମକ ନକ୍ସଲ ମଧ୍ୟ ଆତ୍ମସମର୍ପଣ କରିଥିବା ପୁଲିସ କହିଛି। ପୁଲିସ ଏହି ଦୁଇ ନକ୍ସଲଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବା ସହ ଆତ୍ମନିର୍ଭରଶୀଳ ହେବା ପାଇଁ ସୁଯୋଗ ପ୍ରଦାନ କରିଛି। ଏଥିସହ ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe