ମହିଳା କନେଷ୍ଟବଳଙ୍କୁ ପ୍ରେମ ବିବାହ କରି ନିର୍ଯ‌ାତନା, ମାଲକାନଗିରି ଡିଏସ୍‌ପିଙ୍କୁ ଉଠାଇ ନେଲା କେସିଙ୍ଗା ପୁଲିସ

Advertisment
ମହିଳା କନେଷ୍ଟବଳଙ୍କୁ ପ୍ରେମ ବିବାହ କରି ନିର୍ଯ‌ାତନା, ମାଲକାନଗିରି ଡିଏସ୍‌ପିଙ୍କୁ ଉଠାଇ ନେଲା କେସିଙ୍ଗା ପୁଲିସ

ମାଲକାନଗିରି/କେସିଙ୍ଗା: ଜଣେ ମହିଳା କନେଷ୍ଟବଳଙ୍କୁ ପ୍ରେମ ବିବାହ କରି ନିର୍ଯାତନା ମାମଲାରେ ମାଲକାନଗିରି ଡିଏସ୍‌ପି ଅକ୍ଷୟ କୁମାର ନାୟକଙ୍କୁ ଉଠାଇ ନେଇଛି କଳାହାଣ୍ଡି ଜିଲ୍ଲା କେସିଙ୍ଗା ପୁଲିସ। ଏହି ଘଟଣା ସଂପର୍କରେ ଆଜି ସକାଳେ ଜଣାପଡ଼ିବା ପରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଘଟଣା ସଂକ୍ରାନ୍ତରେ ସବିଶେଷ ତଥ୍ୟ ମିଳିପାରୁ ନଥିବା ବେଳେ ଶେଷ ଖବର ସୁଦ୍ଧା କେସିଙ୍ଗା ଥାନାରେ ଅଟକ ରଖି ପଚରାଉଚୁରା ଚାଲିଥିବା ଜଣାପଡ଼ିଛି।

ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ମାଲକାନଗିରି ଡିଏସପି ଭାବେ ଶ୍ରୀ ନାୟକ କାର୍ଯ୍ୟରେ ଯୋଗଦେବା ପୂର୍ବରୁ କଳାହାଣ୍ଡି ଜିଲ୍ଲା କେସିଙ୍ଗା ଏସ୍‌ଡିପିଓ ଭାବେ କାର୍ଯ୍ୟରତ ଥିଲେ। ଏହି ସମୟରେ ଜଣେ ମହିଳା କନେଷ୍ଟବଳଙ୍କୁ ସେ ପ୍ରେମ ବିବାହ କରିଥିଲେ। ବିବାହକୁ ଇତିମଧ୍ୟରେ ୫ବର୍ଷ ବିତି ଯାଇଥିବା ବେଳେ ଉଭୟଙ୍କର ଦୁଇ ଜଣ ସନ୍ତାନ ରହିଥିବା ଜଣାପଡ଼ିଛି। ତେବେ ବିଭିନ୍ନ ସମୟରେ ଶ୍ରୀ ନାୟକ ସଂପୃକ୍ତା ମହିଳା କନେଷ୍ଟବଳଙ୍କୁ ଶାରୀରିକ ଏବଂ ମାସନିକ ନିର୍ଯାତନା ଦେଉଥିଲେ। ଏପରିକି ମାଲକାନଗିରି ବଦଳି ହୋଇ ଆସିବା ପରେ ବି କେସିଙ୍ଗା ଯାଇ ନିର୍ଯାତନା ଦେଉଥିବା ଅଭିଯୋଗକାରିଣୀ ଗତ ଦିନରେ କଳାହାଣ୍ଡି ଏସ୍‌ପିଙ୍କ ନିକଟରେ ଅଭିଯୋଗ କରିଥିଲେ। ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ କେସିଙ୍ଗା ଥାନାରେ ଚଳିତ ବର୍ଷ ଅଗଷ୍ଟ ମାସ ୨୧ ତାରିଖ ଦିନ ୧୮୮/୨୦ରେ ଏକ ମାମଲା ରୁଜୁ ହୋଇଥିଲା। ପୁଲିସ ଏହି ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ଗତକାଲି ଗୋଟିଏ ଟିମ୍ ମାଲକାନଗିରି ଆସିଥିଲା। ରାତାରାତି ଶ୍ରୀ ନାୟକଙ୍କୁ କେସିଙ୍ଗା ଉଠାଇ ନେଇଥିବା ଜଣାପଡ଼ିଛି। ଅକ୍ଷୟ ନାୟକ ବି ସ୍ବୀକାର କରୁଛନ୍ତି ଯେ, ସେ ମହିଳା କନେଷ୍ଟବଳଙ୍କୁ ପ୍ରେମ କରି ମନ୍ଦିରରେ ବିବାହ କରିଥିଲେ। ସଂଧ୍ୟା ପର୍ଯ୍ୟନ୍ତ କେସିଙ୍ଗା ଥାନାରେ ଜେରା ଚାଲିଥିବା ବେଳେ ଶ୍ରୀ ନାୟକ ଅନ୍ତରୀଣ ଜାମିନ ପାଇଁ ଆବେଦନ କରିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe