ଲଭ୍‌, ସେକ୍ସ, ଧୋକାର ଶିକାର ହେଲେ ଯୁବତୀ

Advertisment
ଲଭ୍‌, ସେକ୍ସ, ଧୋକାର ଶିକାର ହେଲେ ଯୁବତୀ

Reportodisha.com

ସମ୍ବଲପୁର: ସମ୍ବଲପୁର ଅଞ୍ଚଳର ଆଉ ଜଣେ ଯୁବତୀ ଲଭ୍‌ ସେକ୍ସ ଧୋକାର ଶିକାର ହୋଇଛନ୍ତି। ରେଙ୍ଗାଲି ଥାନା ଅଞ୍ଚଳର ଯୁବତୀ(୨୩)ଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ଶାରୀରକ ସମ୍ପର୍କ ରଖିବା ପରେ ସଦର ଥାନା ଧନକଉଡ଼ା ଅଞ୍ଚଳର ଜଣେ ଯୁବକ ଛାଡ଼ି ଦେଇଥିବା ଅଭିଯୋଗ ହୋଇଛି।

ସୂଚନାନୁଯାୟୀ, ୪ ମାସ ତଳେ ଯୁବତୀ ଜଣକ ଗାଡ଼ି କିଣିବା ପାଇଁ ରେଙ୍ଗାଲିର ଏକ ସୋ’ ରୁମ୍‌କୁ ଯାଇଥିଲେ। ସେହି ସୋ ରୁମ୍‌ରେ କାମ କରୁଥିବା ଜଣେ ଯୁବକ ତାଙ୍କୁ ପ୍ରେମ ନିବେଦନ କରିଥିଲେ। ଯୁବତୀ ତାଙ୍କ ପ୍ରସ୍ତାବରେ ରାଜି ମଧ୍ୟ ହୋଇଥିଲେ। ପରେ ଜୁନ ୧୭ ତାରିଖ ଦିନ ଯୁବକ ଜଣକ ତାଙ୍କୁ ବଡ଼ମାଲ ଥାନା ପାଖ ଏକ ହୋଟେଲ୍‌କୁ ନେଇ ବିବାହ ପ୍ରତିଶ୍ରୁତି ଦେଇ ଏକାଧିକ ଥର ଶାରୀରିକ ସମ୍ପର୍କ ରଖିଥିଲା। ତା’ପରେ ଆଉ ଦେଖା ଦେଇ ନଥିଲା। ଏହାପରେ ଯୁବତୀ ଜଣକ ଯୁବକଙ୍କ ପାଖକୁ ଯାଇ ବିବାହ ପାଇଁ କହିବାରୁ ଗାଳିଗୁଲଜ କରିବା ସହ କାହାକୁ ଜଣାଇଲେ ଜୀବନରୁ ମାରିଦେବାକୁ ଧମକ ଦେଇଥିଲା। ଏହାପରେ ଯୁବତୀ ଜଣକ ରେଙ୍ଗାଲି ଥାନାରେ ଶୁକ୍ରବାର ରାତି ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe