ପ୍ରାଣ ହରାଇଲେ ହିନ୍ଦୁ ପ୍ରେମିକ, ସଂଖ୍ୟାଲଘୁ ସଂପ୍ରଦାୟର ପ୍ରେମିକାଙ୍କୁ ଗିରଫ ଦାବିରେ ରାସ୍ତାରୋକ

ପ୍ରାଣ ହରାଇଲେ ହିନ୍ଦୁ ପ୍ରେମିକ, ସଂଖ୍ୟାଲଘୁ ସଂପ୍ରଦାୟର ପ୍ରେମିକାଙ୍କୁ ଗିରଫ ଦାବିରେ ରାସ୍ତାରୋକ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାରେ ପ୍ରେମଜନିତ ଘଟଣାରୁ ଜଣେ ଯୁବକ ପ୍ରାଣ ହରାଇଥିବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି। ଏହି ଘଟଣାକୁ ନେଇ ପ୍ରେମିକାକୁ ଗିରଫ କରିବାକୁ ଦାବି କରି ରାସ୍ତାରୋକ କରାଯାଇଥିବା ଜଣାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ବଲାଙ୍ଗୀର ଜିଲ୍ଲାର ପୁଇଁତଲା ଥାନା ଅନ୍ତର୍ଗତ ମିଛାପାଲି ଗାଁର ଆଲୋକ ନାୟକ(୨୫) ଏବଂ ଖଲିଆପାଲି ଗାଁର ଜନୈକା ସଂଖ୍ୟାଲଘୁ ସଂପ୍ରଦାୟର ଯୁବତୀଙ୍କ ମଧ୍ୟରେ ପ୍ରେମ ସଂପର୍କ ଥିଲା। ଉକ୍ତ ଯୁବତୀଙ୍କ ବୟସ ୨୭ ବର୍ଷ ବୋଲି କୁହାଯାଉଛି।
ଯୁବତୀଜଣକ ଆଲୋକଙ୍କ ଉପରେ ବିବାହ କରିବାକୁ ଚାପ ପକାଉଥିଲେ ହେଲେ ଆଲୋକଙ୍କ ଘରେ ବାହାଘର ଲାଗି ରାଜି ହେଉ ନ ଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ଯୁବତୀଜଣକ ଗତକାଲି ସନ୍ଧ୍ୟାରେ ଆଲୋକଙ୍କୁ ଗାଁ ନିକଟରେ ଥିବା ଏକ ଜାଗାକୁ ଡାକିଥିଲେ। ଆଲୋକ ସେଠାରେ ପହଞ୍ଚିବା ପରେ ଉଭୟଙ୍କ ଭିତରେ ଝଗଡ଼ା ହୋଇଥିଲା।

publive-image

ଏହାପରେ ଆଲୋକ ଯୁବତୀଙ୍କ ଓଢ଼ଣିକୁ ଟାଣି ନେଇ ନିଜ ବେକରେ ଫାଶ କରି ଆତ୍ମହତ୍ୟା ଉଦ୍ୟମ କରିଥିଲେ। ହେଲେ ଯୁବତୀଜଣକ ଆଲୋକଙ୍କ ବେକରୁ ଓଢ଼ଣିକୁ ଟାଣି ଦେବାରୁ ସେ ତଳେ ପଡ଼ି ପାଖରେ ଥିବା ଏକ ପଥରରେ ଛେଚି ହୋଇଯାଇଥିଲେ। ଏହା ଦେଖି ଯୁବତୀଜଣକ ଭୟରେ ଆଲୋକଙ୍କ ଘରକୁ ଯାଇ ସବୁ କଥା କହିଥିଲେ। ଘର ଲୋକେ ତତକ୍ଷଣାତ୍ ଆଲୋକଙ୍କୁ ସୁବର୍ଣ୍ଣପୁର ଜିଲ୍ଲାର ତରଭା ଡାକ୍ତରଖାନାକୁ ନେଇଥିଲେ। ହେଲେ ସେଠାରେ ଡାକ୍ତର ଆଲୋକଙ୍କୁ ମୃତ ଘୋଷଣା କରିଥିଲେ।

publive-image

ଏହାପରେ ଆଜି ସକାଳେ ଉକ୍ତ ସଂଖ୍ୟାଲଘୁ ସଂପ୍ରଦାୟର ଯୁବତୀଙ୍କୁ ଗିରଫ କରିବା ଦାବିରେ ସ୍ଥାନୀୟ ଲୋକେ ରାସ୍ତାରୋକ କରିଥିବା ଜଣାଯାଇଛି। ତେଣେ ପୁଇଁତଲା ଥାନା ପୁଲିସ୍ ଉକ୍ତ ଯୁବତୀଙ୍କୁ ଥାନାରେ ଅଟକ ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe