ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା ଉଦ୍ୟମ

jagran.com

ଭଦ୍ରକ  : ଦୁହେଁ ପରସ୍ପରକୁ ଭଲ ପାଉଥିଲେ। ପରିବାରର ବିରୋଧ ସତ୍ତ୍ବେ ଗୋପନରେ ବିବାହ ମଧ୍ୟ କରି ସାରିଥିଲେ। ମାତ୍ର ଭିନ୍ନ ଭିନ୍ନ ସଂପ୍ରଦାୟର ହୋଇଥିବାରୁ ସେମାନଙ୍କ ପ୍ରେମକୁ ସ୍ବୀକୃତି ଦେଲାନି ଉଭୟଙ୍କ ପରିବାର। ଆଉ ଏଥିରେ ନିରାଶ ହୋଇ ବିଷ ପିଇଲେ ଯୁବକଯୁବତୀ। ଯାଜପୁର ଜିଲ୍ଲା କୋରେଇ ଅଞ୍ଚଳର ଏହି ପ୍ରେମୀଯୁଗଳ ଆଜି ଭଦ୍ରକରେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିବା ଚର୍ଚ୍ଚାର ବିଷୟ ହୋଇଛି।

ଯାଜପୁର ଜିଲ୍ଲା କୋରେଇ ଅଞ୍ଚଳର ଜଣେ ଯୁବତୀଙ୍କ ସହ ଜଣେ ଭିନ୍ନ ସମ୍ପ୍ରଦାୟର ଯୁବକଙ୍କ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଦୁହେଁ ପରସ୍ପରକୁ ବିବାହ କରିବେ ବୋଲି ନିଷ୍ପତ୍ତି ନେଇଥିଲେ। ଏହାକୁ ଉଭୟ ପରିବାର ବିରୋଧ କରିବାରୁ ଦୁହେଁ ଯାଜପୁରରୁ ପଳାଇ ଆସି ବିବାହ କରି ସାରିବା ପରେ ଭଦ୍ରକର ପୁରୁଣା ବଜାର ଥାନା ଅଞ୍ଚଳର ନଙ୍ଗାମହଲାରେ ଏକ ଭଡ଼ା ଘର ନେଇ ରହୁଥିଲେ। ଏ ଅଞ୍ଚଳରେ ଉଭୟ ସ୍ବାମୀ ସ୍ତ୍ରୀ ବୋଲି ପରିଚୟ ଦେଇ ରହୁଥିଲେ। ତେବେ ଝିଅ ଘର ପକ୍ଷରୁ ଏ ନେଇ କୋରେଇ ଥାନାରେ ଅପହରଣ ମାମଲା ରୁଜୁ ‌‌ହୋଇଥିଲ। ଉଭୟଙ୍କ ଫୋନ୍‌ ଟ୍ରାକିଂ କରି କୋରେଇ ଥାନା ପୁଲିସ ଭଦ୍ରକର ପୁରୁଣାବଜାର ଥାନାର ସହାୟତା ନେଇ ସେମାନଙ୍କୁ ଧରିବାକୁ ଉଦ୍ୟମ କରିଥିଲେ। ପୁଲିସର ଧରପଗଡ଼ ହେବା ଜାଣି ଉଉୟ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଖବର ପାଇ ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ଥିବାରୁ ଦୁହିଁଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ସୂଚନାଯୋଗ୍ୟ ଯେ ଯୁବକ ଜଣକ ପୂର୍ବରୁ ବିବାହ କରିଥିବା ଜାଣି ମଧ୍ୟ ଯୁବତୀ ଜଣକ ତାଙ୍କୁ ଭଲ ପାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe