ଭଲ ପାଇବାକୁ ସାମାଜିକ ସ୍ୱୀକୃତି ମିଳିବା ନେଇ ସନ୍ଦେହ କରି ଆତ୍ମହତ୍ୟା କଲେ ପ୍ରେମୀଯୁଗଳ!

ଭଲ ପାଇବାକୁ ସାମାଜିକ ସ୍ୱୀକୃତି ମିଳିବା ନେଇ ସନ୍ଦେହ କରି ଆତ୍ମହତ୍ୟା କଲେ ପ୍ରେମୀଯୁଗଳ!

image source--indiatoday

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାର ରାଇଘର ବ୍ଲକ୍ ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା । ରାଇଘର ବ୍ଲକ୍ ଅନ୍ତର୍ଗତ ଚଡ଼ିଆପାରା ଗ୍ରାମରେ ପ୍ରେମୀଯୁଗଳଙ୍କର ଝୁଲନ୍ତା ଶବ ଉଦ୍ଧାର କରାଯାଇଛି ।
ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ ଚଡ଼ିଆପାରା ଗ୍ରାମର ଯୁବକ ଅମଲ ସିଂହ(୨୦) ଓ ଯୁବତୀ ରାମବାଇ ଗଣ୍ଡ (୧୮)ଙ୍କର ମୃତ ଦେହ ଜଙ୍ଗଲ ମଧ୍ୟରେ ଥିବା ଏକ ଗଛରୁ ଝୁଲୁ ଥିବାର ଦେଖିବାକୁ ପାଇଥିଲେ କିଛି ଲୋକ। ସେମାନେ ସଙ୍ଗେ ସଙ୍ଗେ ଉଭୟ ପରିବାରକୁ ସୂଚିତ କରିବା ସହ ପୁଲିସକୁ ଖବର ଦେଇଥିଲେ। ରାଇଘର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଉଭୟଙ୍କର ମୃତ ଦେହକୁ ଉଦ୍ଧାର କରିଥିଲା। ପୁଲିସ ଦୁଇ ଶବକୁ ଜବତ କରି ଘଟଣାର ଅଧିକ ତଦନ୍ତ କରୁଛି । ବ୍ୟବଚ୍ଛେଦ ଲାଗି ଉଭୟଙ୍କର ଶବକୁ ପୁଲିସ ଡାକ୍ତରଖାନାକୁ ପଠାଇଛି।
ଯୁବକ ଅମଲ ଓ ଯୁବତୀ ରାମବାଇଙ୍କ ପରିବାର ମଧ୍ୟରେ ଘନିଷ୍ଠ ସମ୍ପର୍କ ଥିଲା। ଦୁହେଁ ପରସ୍ପରର ଘରକୁ ଅନେକ ସମୟରେ ଯିବା ଆସିବା କରୁଥିଲେ। ଗତକାଲି ରାତିରେ ଅମଲ ସିଂହ, ରାମବାଇଙ୍କ ଘରେ ରାତ୍ରି ଭୋଜନ କରି ଫେରିଥିଲେ । ରାତିରେ ରାମବାଇ ଘରେ ଶୋଇଥିବା ପରିବାର ଲୋକ ଦେଖିଥିଲେ । କିନ୍ତୁ ସକାଳେ ରାମବାଇ ଘରେ ନ ଥିବା ଦେଖି ପରିବାର ଲୋକେ ତାଙ୍କୁ ଖୋଜିବାକୁ ଯାଇଥିଲେ। ଏହାପରେ ଗ୍ରାମ ନିକଟସ୍ଥ ଜଙ୍ଗଲରୁ ରାମବାଇ ଓ ଅମଲଙ୍କ ଶବ ଝୁଲୁଥିବା ଖବର ପାଇଥିଲେ।

ଅମଲ ଓ ରାମବାଇ ପରସ୍ପରକୁ ଭଲ ପାଉଥିଲେ ଏବଂ ଏହି ଭଲ ପାଇବାକୁ ସାମାଜିକ ସ୍ୱୀକୃତି ମିଳିବା ନେଇ ସନ୍ଦେହ କରି ଉଭୟେ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ଗ୍ରାମବାସୀ କହୁଛନ୍ତି । ତେବେ ମୃତ୍ୟୁର ପ୍ରକୃତ କାରଣ ଏବେ ବି ଅସ୍ପଷ୍ଟ ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe