ପ୍ରେମୀଯୁଗଳଙ୍କ ମୃତଦେହ ଉଦ୍ଧାର, ଅନର୍‌ କିଲିଂ ସନ୍ଦେହ

ପ୍ରେମୀଯୁଗଳଙ୍କ ମୃତଦେହ ଉଦ୍ଧାର, ଅନର୍‌ କିଲିଂ ସନ୍ଦେହ

India Today

କୋକସରା : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ଥାନା ଡୁଡୁକାଠେଙ୍ଗା ଗାଁ ନିକଟ ଏକ ବିଲରୁ ପ୍ରେମୀ ଯୁଗଳଙ୍କ ମୃତଦେହ ଉଦ୍ଧାର କରାଯାଇଛି। ପାରିପାର୍ଶିକ ସ୍ଥିତିକୁ ଅନୁଧ୍ୟାନ କଲେ ଏହା ଏକ ହତ୍ୟାକାଣ୍ଡ ବୋଲି ଅନୁମାନ କରାଯାଉଛି। ଉଭୟଙ୍କୁ ହତ୍ୟା କରିବା ପରେ ଆତ୍ମହତ୍ୟାର ରୂପ ଦିଆଯାଇଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ପୁଲିସ ସାଇଣ୍ଟିଫିକ୍‌ ଟିମ୍‌ ସହାୟତାରେ ତଦନ୍ତ କରିଛି। ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଏନେଇ ଆମପାଣି ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୁଲିସ ତଦନ୍ତ ଜାରି ରଖିଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ ଘଟଣା ଜଣାପଡ଼ିବ ବୋଲି ଆମପାଣି ଥାନା ଅଧିକାରୀ ସତ୍ୟନାରାୟଣ ପ୍ରଧାନ ପ୍ରକାଶ କରିଛନ୍ତି।

ପୁଲିସ ସୂତ୍ରରୁ ପ୍ରକାଶ ଯେ, ଆମପାଣି ଥାନା ଡୁଡୁକାଠେଙ୍ଗା ଗ୍ରାମର ପୁରସ୍ତମ ଲହଜଲଙ୍କ ପୁଅ ନିରଞ୍ଜନ ଲହଜଲ ଓ ତ୍ରିନାଥ ପୁଝାରୀଙ୍କ ନାବାଳିକା ଝିଅ ସହ ପ୍ରେମ ସଂପର୍କ ଥିଲା। ଉଭୟେ ଅଲଗା ଜାତିର ହୋଇଥିବାରୁ ଏହାକୁ ପରିବାର ବିରୋଧ କରୁଥିଲେ। ଶୁକ୍ରବାର ସକାଳେ ଉଭୟଙ୍କ ଶବ ଗାଁ ପାଖ ଏକ ବିଲରୁ ଠାବ କରାଯାଇଥିଲା। ବିଲର ଏକ ଅଁଳା ଗଛରେ ନିରଞ୍ଜନଙ୍କ ଶବ ଝୁଲୁଥିବା ବେଳେ ଅଳ୍ପ ଦୂରରେ ବିଲର ହୁଡ଼ାରେ ନାବାଳିକା ପ୍ରେମିକାଙ୍କ ଶବ ପଡ଼ିଥିବା ଦେଖିବାକୁ ମିଳିଥିଲା। ପାରିପାର୍ଶିକ ଅବସ୍ଥାରୁ ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ଲୋକଙ୍କ ମଧ୍ୟରେ ଆଲୋଚନା ହେଉଛି। ମୃତ ନିରଞ୍ଜନଙ୍କ ବାପା ପୁରସ୍ତମଙ୍କ ଅଭିଯୋଗ ଅନୁସାରେ ଆମପାଣି ପୁଲିସ ତଦନ୍ତ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe