ଜଙ୍ଗଲରୁ ପ୍ରେମୀଯୁଗଳଙ୍କ ମୃତଦେହ ଉଦ୍ଧାର: ମଙ୍ଗଳବାରରୁ ନିଖୋଜ ଥିଲେ

ଜଙ୍ଗଲରୁ ପ୍ରେମୀଯୁଗଳଙ୍କ ମୃତଦେହ ଉଦ୍ଧାର: ମଙ୍ଗଳବାରରୁ ନିଖୋଜ ଥିଲେ

ମାଲକାନଗିରି: ଆଜି ସକାଳେ ପ୍ରେମୀଯୁଗଳଙ୍କ ମୃତଦେହ ଉଦ୍ଧାର ହୋଇଛି। ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ତାମସା ଗାଁ ନିକଟ ଏମଭି ୭ ନୀଳଗିରି ଜଙ୍ଗଲରେ। ମୃତକଦ୍ୱୟ ହେଲେ ନବୀନ ମାଡକାମୀ ଓ ନନ୍ଦେ ମାଡକାମୀ। ଉଭୟଙ୍କ ବୟସ ୧୮ ବର୍ଷରୁ ଅଧିକ ବୋଲି ଜଣାଯାଇଛି।
ସୂଚନା ଅନୁଯାୟୀ ଦୀର୍ଘ ଦିନ ହେବ ନବୀନ ଓ ନନ୍ଦେଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିବା ବେଳେ ଉଭୟଙ୍କ ପରିବାର ଲୋକେ କିନ୍ତୁ ଏଥିରେ ରାଜି ନ ଥିଲେ। ଏପରିକି ନନ୍ଦେଙ୍କ ପରିବାର ଲୋକେ ଝିଅର ଅନ୍ୟତ୍ର ବାହାଘର ଠିକ୍ କରିଥିଲେ। ବୁଧବାର ନନ୍ଦେଙ୍କର ବାହାଘର ହୋଇଥାନ୍ତା। କିନ୍ତୁ ଏହାକୁ ଗ୍ରହଣ କରିପାରିଲେନି ନବୀନ ଓ ନନ୍ଦେ। ଏଣୁ ସେଦୁହେଁ ସାଙ୍ଗହୋଇ ଜୀବନ ହାରିବାକୁ ନିଷ୍ପତ୍ତି ନେଇଥିଲେ।

publive-image

ଉଭୟେ ମଙ୍ଗଳବାର ଦିନ ଘରୁ ଚାଲିଯାଇଥିଲେ। ସେଦୁହିଁଙ୍କୁ ଉଭୟ ପରିବାର ଲୋକେ ଖୋଜାଖୋଜି କରି ନିରାଶ ହୋଇଥିଲେ। ହେଲେ ଆଜି ସକାଳେ ପ୍ରେମୀଯୁଗଳଙ୍କ ମୃତଦେହ ଠାବ ହୋଇଥିଲା। ଉଭୟେ ବିଷପିଇ ଆତ୍ମହତ୍ୟା କରିଥିବା କୁହାଯାଉଛି। ଘଟଣାସ୍ଥଳରେ ମାଲକାନଗିରି ଥାନା ପୁଲିସ ପହଞ୍ଚି ଣବ ଜବତ କରିଛି। ଏଣେ ସାଇଣ୍ଟିଫିକ୍ ଟିମ୍ ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe