୪ ମାସର ଗର୍ଭବତୀ ନାବାଳିକା ପ୍ରେମିକାକୁ କିରାସିନି ଢାଳି ଜାଳି ଦେଲା ପ୍ରେମିକ, ଅଭିଯୁକ୍ତ ଫେରାର୍

Advertisment
୪ ମାସର ଗର୍ଭବତୀ ନାବାଳିକା ପ୍ରେମିକାକୁ କିରାସିନି ଢାଳି ଜାଳି ଦେଲା ପ୍ରେମିକ, ଅଭିଯୁକ୍ତ ଫେରାର୍

ସବଡେଗା: ସୁନ୍ଦରଗଡ଼ ଜିଲ୍ଲାର ତଳସରା ଥାନା ଅନ୍ତର୍ଗତ ସବଡେଗା ଅଞ୍ଚଳରେ ଏକ ଘର ଭିତରୁ ନାବାଳିକାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଜମୁନା ପଞ୍ଚାୟତର ମାୟାବାହାଲ ଗ୍ରାମର ବୁଢାପଡ଼ାର ଚଏତୁ ମାଝିଙ୍କ ଝିଅ ସଂଜୁ ମାଝି(୧୫)ଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର କରାଯାଇଛି।

ନାବାଳିକାଙ୍କୁ ହତ୍ୟା କରାଯାଇଥିବା ନେଇ ବାପା ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗ ଅନୁଯାୟୀ ସବଡେଗାର ଟୁଙ୍ଗରିପଡ଼ାର ଶ୍ରୀକାନ୍ତ ପ୍ରଧାନ ନାମକ ଜଣେ ବିବାହିତ ଯୁବକ ସଂଜୁଙ୍କୁ ପ୍ରେମଜାଲରେ ଫସାଇ ଗର୍ଭବତୀ କରିଥିଲେ। ଗତକାଲି କୌଣସି କଥାକୁ ନେଇ ଉତକ୍ଷିପ୍ତ ହୋଇ ଶ୍ରୀକାନ୍ତ ପ୍ରଧାନ ସଂଜୁଙ୍କ ଦେହରେ କିରାସିନି ଢାଳି ମାରିଛନ୍ତି। ସଂଜୁ ୪ ମାସର ଗର୍ଭବତୀ ଥିବା କୁହାଯାଉଛି।

publive-image image source- odisha police

ଏହି କାଣ୍ଡ ଘଟାଇବା ପରେ ଅଭିଯୁକ୍ତ ଶ୍ରୀକାନ୍ତ ପ୍ରଧାନ ଫେରାର୍ ହୋଇଯାଇଛି। ଏହି ଘଟଣାକୁ ନେଇ ଗାଁରେ ଚାପା ଉତ୍ତେଜନା ଲାଗିରହିଥିବା ଜଣାଯାଇଛି। ଏଣେ ତଳସରା ଥାନା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି। ଏହି ଘଟଣା ଏବେ ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe