ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା

Advertisment
ଓଟିଇିଟିରେ ଚାରିଥର ଫେଲ୍ ହେବା ପରେ ଶିକ୍ଷୟିତ୍ରୀଙ୍କ ଆତ୍ମହତ୍ୟା

InHeadline

ସୋନପୁର : ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅନ୍ତର୍ଗତ ବଲାରଙ୍ଗା ଗ୍ରାମରେ ପ୍ରେମୀ ଯୁଗଳ ଆତ୍ମହତ୍ୟା କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ବଲାରଙ୍ଗା ଗ୍ରାମର ଅଫିସ ଭୋଇଙ୍କ ପୁଅ ଅଚିତ(୨୨) ଏବଂ ସେହି ଗ୍ରାମର ଘନ ବିଶିଙ୍କ ଝିଅ ସସ୍ମିତା(୧୬)ପରସ୍ପରଙ୍କୁ ଭଲ ପାଉଥିଲେ। ସସ୍ମିତା ବଲାରଙ୍ଗା ହାଇସ୍କୁଲରେ ଦଶମ ଶ୍ରେଣୀରେ ପଢୁଥିଲେ। ଇତିମଧ୍ୟରେ ଅଚିତଙ୍କ ବିବାହ ଅନ୍ୟତ୍ର ଆସନ୍ତା ୩୦ ତାରିଖ ଧାର୍ଯ୍ୟ ହୋଇଥିଲା। ଗତ ବୁଧବାର ରାତିରେ ଅଚିତଙ୍କ ବାଡ଼ି ପଟରେ ଉଭୟେ ବିଷ ପିଇ ଦେଇଥିଲେ। ଗୁରୁତର ଅବସ୍ଥାରେ ଉଭୟଙ୍କୁ ପ୍ରଥମେ ବିନିକା ଡାକ୍ତରଖାନା ଏବଂ ପରେ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ଅଣା ଯାଇଥିଲା। ହେଲେ ଏଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ବିନିକା ଥାନା ପୁଲିସ ପହଞ୍ଚି ଶବ ବ୍ୟବଚ୍ଛେଦ କରାଇବା ସହିତ ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe