ଛତିଶଗଡ଼ରୁ ପ୍ରେମୀଯୁଗଳଙ୍କ ମୃତଦେହ ଉଦ୍ଧାର

Advertisment
ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା

sabguru.com

ନୂଆପଡ଼ା : ନୂଆପଡ଼ା ଜିଲ୍ଲାର ପ୍ରେମୀଯୁଗଳ ଛତିଶଗଡ଼ରେ ଆତ୍ମହତ୍ୟା କରିଛନ୍ତି। ଛତିଶଗଡ଼ ପୁଲିସ ସେମାନଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ କରାଇବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।

ନୂଆପଡ଼ା ଜିଲ୍ଲା ଖରିଆର ରୋଡ୍‌ ଜୋଙ୍କ ଥାନା ଅଞ୍ଚଳର ନାବାଳିକା (୧୫ ବର୍ଷ) ଚଳିତ ମାସ ୮ ତାରିଖରୁ ନିଖୋଜ ହୋଇଥିଲେ। ପରିବାର ଲୋକ ଝିଅକୁ ନପାଇ ଜୋଙ୍କ ଥାନାରେ ଅଭିଯୋଗ କରିଥିଲେ। ଅନ୍ୟପ‌ଟେ ଜୋଙ୍କ ଥାନା ଅମଲିଦାର ଅଞ୍ଚଳର ନାବାଳକ (୧୬) ୮ ତାରିଖରୁ ନି‌ଖୋଜ ହୋଇଥିଲେ। ଏମାନଙ୍କ ମଧ୍ୟରେ ପ୍ରେମସମ୍ପର୍କ ଥିଲା ବୋଲି ଗ୍ରାମର କିଛି ଲୋକ କହିଛନ୍ତି। ଚଳିତ ମାସ ୮ ତାରିଖରେ ଘରୁ ବାହାରି ବାଇକ୍‌ରେ (ସିଜି-୦୬ଜିଏସ୍‌-୬୦୯୧) ଛତିଶଗଡ଼ ରାଜ୍ୟ ମହାସମୁନ୍ଦ ଜିଲ୍ଲା ଭୀମ୍‌ଖୋଜ ଥାନା ଖଲ୍ଲାରୀ ଗ୍ରାମର ହରବନ୍ଧା ଜଙ୍ଗଲକୁ ପଳାଇଥିଲେ। ସେଠାରେ ବାଇକ୍‌ ରଖି ଏକ ଗଛରେ କପଡ଼ାକୁ ବେକର ଲଗାଇ ଆତ୍ମହତ୍ୟା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe