ପୁଣି ଲଘୁଚାପ: ୨୨ରୁ ପ୍ରବଳ ବର୍ଷିବ

Advertisment

ଆସନ୍ତା ସେପ୍ଟେମ୍ବର ୨୨  ତାରିଖରୁ ଉତ୍ତର ଓଡ଼ିଶାରେ ପୁଣି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ପାଣିପାଗ ବିଭାଗ ପକ୍ଷରୁ ଏନେଇ ସତର୍କ ସୂଚନା ଜାରି କରାଯାଇଛି। ଉତ୍ତର ପଶ୍ଚିମ ବଙ୍ଗୋପସାଗର  ତଥା ଉପକୂଳବର୍ତ୍ତୀ ପଶ୍ଚିମବଙ୍ଗରେ ପୁଣିଥରେ  ଲଘୁଚାପ ସୃଷ୍ଟିର ସମ୍ଭାବନା ରହିଛି।

ଆସନ୍ତା ସେପ୍ଟେମ୍ବର ୨୨  ତାରିଖରୁ ଉତ୍ତର ଓଡ଼ିଶାରେ ପୁଣି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ପାଣିପାଗ ବିଭାଗ ପକ୍ଷରୁ ଏନେଇ ସତର୍କ ସୂଚନା ଜାରି କରାଯାଇଛି। ଉତ୍ତର ପଶ୍ଚିମ ବଙ୍ଗୋପସାଗର  ତଥା ଉପକୂଳବର୍ତ୍ତୀ ପଶ୍ଚିମବଙ୍ଗରେ ପୁଣିଥରେ  ଲଘୁଚାପ ସୃଷ୍ଟିର ସମ୍ଭାବନା ରହିଛି।

6aaaaa

ଭୁବନେଶ୍ୱର: ଆସନ୍ତା ସେପ୍ଟେମ୍ବର ୨୨  ତାରିଖରୁ ଉତ୍ତର ଓଡ଼ିଶାରେ ପୁଣି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ପାଣିପାଗ ବିଭାଗ ପକ୍ଷରୁ ଏନେଇ ସତର୍କ ସୂଚନା ଜାରି କରାଯାଇଛି। ଉତ୍ତର ପଶ୍ଚିମ ବଙ୍ଗୋପସାଗର  ତଥା ଉପକୂଳବର୍ତ୍ତୀ ପଶ୍ଚିମବଙ୍ଗରେ ପୁଣିଥରେ  ଲଘୁଚାପ ସୃଷ୍ଟିର ସମ୍ଭାବନା ରହିଛି।

ଏହାର ପ୍ରଭାବରେ ୨୪ ତାରିଖ ଯାଏ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଶେଷଜ୍ଞ ସତର୍କ କରାଇଛନ୍ତି।  ପୁଣି ଲଗାଣ ବର୍ଷା ହେବା ଦ୍ବାରା ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାରେ ବନ୍ୟା ସ୍ଥିତି ଅଧିକ ସଙ୍କଟଜନକ ହେବାର ଆଶଙ୍କା ରହିଛି ବୋଲି ସତର୍କ ସୂଚନା ଜାରି କରାଯାଇଛି।  

ଉତ୍ତର ପଶ୍ଚିମ ବଙ୍ଗୋପସାଗର ତଥା ସଂଲଗ୍ନ  ପଶ୍ଚିମବଙ୍ଗରେ ଅନୁଭୁତ ହେବାକୁ ଥିବା ଏହି ଲଘୁଚାପର  ପ୍ରଭାବରେ ଉତ୍ତର ଓଡ଼ିଶା ଏବଂ ପଶ୍ଚିମ  ଓଡ଼ିଶାରେ ଦୁଇ ଦିନ ଧରି ପ୍ରବଳ ଲଗାଣ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।  

ସ୍ୱତନ୍ତ୍ର ରିଲିଫ କମିଶନର(ଏସ୍‌ଆରସି)ଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ମୟୂରଭଞ୍ଜ ଜିଲ୍ଲାର ୧୦୧ଟି ଗାଁର ୨୦୩୫  ଜଣ ପ୍ରଭାବିତ ହୋଇଛନ୍ତି । ବନ୍ୟାରେ ଫସି ରହିଥିବା ୧୬୦୩ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ୩୩୪ଟି ଘର  କ୍ଷତିଗ୍ରସ୍ତ ହୋଇଛି।

ବାଲେଶ୍ୱର ଓ ମୟୂରଭଞ୍ଜ  ଜିଲ୍ଲାର ଜିଲ୍ଲାପାଳଙ୍କୁ ଆଉ ୨୪ ଘଣ୍ଟା ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।  ସେହିଭଳି କେନ୍ଦୁଝର ଜିଲ୍ଲାର ୫ଟି ବ୍ଲକ୍‌ର ୧୧୬୦ ଜଣ  ଓ ସୁନ୍ଦରଗଡ଼ ଜିଲ୍ଲାର ୧୫୩ ଜଣ ବନ୍ୟାରେ ପ୍ରଭାବିତ ହୋଇଛନ୍ତି ।

 ଅପରପକ୍ଷରେ ବାଲେଶ୍ୱରର ସୁବର୍ଣ୍ଣରେଖା ଓ ଜଳକା ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। କିନ୍ତୁ ଜଳସ୍ତର କ୍ରମଶଃ କମୁଛି ।  ବନ୍ୟାରେ ବାଲେଶ୍ୱର ଜିଲ୍ଲାର ବାଲିଆପାଳ, ବସ୍ତା ଓ ଭୋଗରାଇ ବ୍ଲକ୍‌ର ତଳିଆ ଅଞ୍ଚଳ ଅଧିକ କ୍ଷତିଗ୍ରସ୍ତ ହୋଇଛି। ଜିଲ୍ଲାର ୬ଟି  ବ୍ଲକ୍‌ ବନ୍ୟାରେ ପ୍ରଭାବିତ ହୋଇଛି।

୧୪୧ଟି  ଗାଁର ୩୫ହଜାର ୬୫୪ ଲୋକ କ୍ଷତିଗ୍ରସ୍ତ  ହୋଇଛନ୍ତି। ବନ୍ୟା ଅଞ୍ଚଳରୁ ୧୧ ହଜାର  ୬୩୨ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇ  ଅସ୍ଥାୟୀ ଆଶ୍ରୟସ୍ଥଳରେ ଥଇଥାନ କରାଯାଇଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe