Low pressure effect: Durga Puja in Odisha will be soaked in rain!
ଭୁବନେଶ୍ବର: ଦୁର୍ଗାପୂଜା ପୂର୍ବରୁ ଓଡ଼ିଶାର ଉତ୍ସବମୁଖର ପରିବେଶକୁ ଏକ ବଡ଼ ଝଟକା ଲାଗିପାରେ। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ଦଶହରା ସମୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବ୍ୟାପକ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି। ବର୍ଷାର ସମ୍ଭାବନା ଯୋଗୁ ଦୁର୍ଗାପୂଜା ଧୁମ୍ଧାମ୍ରେ ପାଳନ ହେବା ନେଇ ଅନିଶ୍ଚିତତା ସୃଷ୍ଟି କରୁଥିବା ବେଳେ, ଲୋକେ ଆଶାବାଦୀ ଅଛନ୍ତି ଯେ, ପାଗ ଭଲ ରହିବ।
ପାଣିପାଗ ଅଧିକାରୀମାନେ ସତର୍କ କରାଇ ଦେଇଛନ୍ତି ଯେ, ସେପ୍ଟେମ୍ବର ୨୫-୨୬ ମଧ୍ୟରେ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଅଛି, ଯାହା ଦୁର୍ଗାପୂଜା ଉତ୍ସବକୁ ଫିକା ଫିକା କରିବାର ସମ୍ଭାବନା ରହିଛି।
ରାଜ୍ୟରେ ସେପ୍ଟେମ୍ବର ୨୧ ପର୍ଯ୍ୟନ୍ତ ବଜ୍ରପାତ ସହିତ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ପୂର୍ବାନୁମାନ ଆଇଏମଡି କରିଛି। ୩୦-୪୦ କିଲୋମିଟର ବେଗରେ ପବନ ବହିବାର ମଧ୍ୟ ସମ୍ଭାବନା ଅଛି, ଯାହା ପୂଜା ପ୍ରସ୍ତୁତିରେ ବାଧା ସୃଷ୍ଟି କରିପାରେ, ମଣ୍ଡପ ନିର୍ମାଣରେ ବିଳମ୍ବ କରିପାରେ ଏବଂ ବାହ୍ୟ କାର୍ଯ୍ୟକଳାପରେ ଜଡିତ ଲୋକଙ୍କ ପାଇଁ ଅସୁବିଧା ସୃଷ୍ଟି କରିପାରେ। ଦୁର୍ଘଟଣା ଏଡାଇବା ପାଇଁ ବାସିନ୍ଦାମାନଙ୍କୁ ସତର୍କ ରହିବା, ଅସ୍ଥାୟୀ ଗଠନକୁ ସୁରକ୍ଷିତ ରଖିବା ଏବଂ ସୁରକ୍ଷା ସତର୍କତା ପାଳନ କରିବାକୁ ପରାମର୍ଶ ଦିଆଯାଇଛି।
ବର୍ଷାର ଆଶଙ୍କା ସତ୍ତ୍ୱେ, ରାଜ୍ୟରେ ବିଜୟା ଦଶମୀ ପାଇଁ ପ୍ରସ୍ତୁତି ଜାରି ରହିଛି। ଅକ୍ଟୋବର ୨ରେ ବିଜୟା ଦଶମୀ ପାଳନ ହେବାକୁ ଯାଉଛି । ଏନେଇ ଜୋରସୋରରେ ପ୍ରସ୍ତୁତି ଚାଲିଛି। ଓଡ଼ିଶାର ବିଭିନ୍ନ ଅଞ୍ଚଳରେ, କାରିଗର ଏବଂ ଆୟୋଜକମାନେ ପେଣ୍ଡାଲ ନିର୍ମାଣ ଏବଂ ଭବ୍ୟ ସାଜସଜ୍ଜା ପାଇଁ ଅକ୍ଲାନ୍ତ ପରିଶ୍ରମ କରୁଛନ୍ତି। ଲୋକେ ଏହି ଉତ୍ସବକୁ ପାଳନ କରିବା ପାଇଁ ନୂତନ ପୋଷାକ, ମୂର୍ତ୍ତି ଏବଂ ସାଜସଜ୍ଜା ସାମଗ୍ରୀ କିଣୁଛନ୍ତି।
Follow Us