ସୃଷ୍ଟି ହେଲା ଲଘୁଚାପ: ୨୦ ଦିନରେ ତିନି ଲଘୁଚାପ

ଗତକାଲି ଉତ୍ତର-ପୂର୍ବ ବଙ୍ଗୋପସାଗର ଓ ସଂଲଗ୍ନ ମିଆଁମାର୍‌ ଅଞ୍ଚଳରେ ରହିଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ଉତ୍ତର-ପଶ୍ଚିମ ବଙ୍ଗୋପସ‌ାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଯାଇଛି।

rain

ଭୁବନେଶ୍ବର: ଗତକାଲି ଉତ୍ତର-ପୂର୍ବ ବଙ୍ଗୋପସାଗର ଓ ସଂଲଗ୍ନ ମିଆଁମାର୍‌ ଅଞ୍ଚଳରେ ରହିଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ଉତ୍ତର-ପଶ୍ଚିମ ବଙ୍ଗୋପସ‌ାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଯାଇଛି। ବୁଧବାର ସୁଦ୍ଧା ଏହା ଆହୁରି ଘନୀଭୂତ ହୋଇ ସ୍ପଷ୍ଟଚିହ୍ନିତ ଲଘୁଚାପରେ ପରିଣତ ହେବ। ଏହା ଧୀରେଧୀରେ ପଶ୍ଚିମ-ଉତ୍ତରପଶ୍ଚିମ ଆଡ଼କୁ ଗତି କରିବା ସହ ଗୁରୁବାରକୁ ଓଡ଼ିଶା ଉପକୂଳ ଅତିକ୍ରମ କରିବ। ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ଆରମ୍ଭ ହୋଇଯାଇଛି। ବ‌ିଶେଷ କରି ଦେବଗଡ଼, ସମ୍ବଲପୁର, ସୁନ୍ଦରଗଡ଼ ଓ ଝାରସୁଗୁଡ଼ାରେ ପ୍ରବଳ ବର୍ଷିଛି। 

ଏଥିସହ ସମଗ୍ର ଉପକୂଳ ଓ ସଂଲଗ୍ନ ଜିଲ୍ଲାଗୁଡ଼ିକରେ ଭଲ ବର୍ଷା ହୋଇଯାଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ମୁତାବକ, ଆସନ୍ତାକାଲି ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ ସମ୍ବଲପୁର ଆଦି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ। ଏଣୁ ଏହି ୩ ଜିଲ୍ଲା ପାଇଁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଏଥିସହ ବରଗଡ଼, ସୋନପୁର, ବୌଦ୍ଧ, କୋରାପୁଟ, ବଲାଙ୍ଗୀର ଓ ନୂଆପଡ଼ାରେ ବି ବଜ୍ରପାତ ସହ ପ୍ରବଳ ବର୍ଷିପାରେ। ଏଥିସହ ସମଗ୍ର ଉପକୂଳ ଓ ସଂଲଗ୍ନ ଅଞ୍ଚଳରେ ବର୍ଷାକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ରାଜ୍ୟରେ ୬ ତାରିଖ ଯାଏ ଏହିଭଳି ବର୍ଷା ଜାରିରହିବ।

ଅନ୍ୟପଟେ, ମୌସୁମୀଜନିତ ନିମ୍ନ ଚାପରେଖା ବିକାନେର୍‌, ଯାଜପୁର, ସିଧି, ଝାରସୁଗୁଡ଼ା, ପୁରୀ ହୋଇ ଲଘୁଚାପ କ୍ଷେତ୍ରର କେନ୍ଦ୍ର ଦେଇ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଯାଏ ଲମ୍ବିଛି। ଏହାର ପ୍ରଭାବରେ ମଧ୍ୟ ରାଜ୍ୟରେ ଭଲ ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଭାରତୀୟ ପାଣିପାଗ ବିଭାଗର ତଥ୍ୟ ଅନୁସାରେ ଚଳିତ ବର୍ଷ ମେ ୨୮ରେ ମୌସୁମୀ ବାୟୁ ଓଡ଼ିଶାରେ ସକ୍ରିୟ ହୋଇଥିଲା। ସେବେଠାରୁ ଆଜି ସୁଦ୍ଧା ବଙ୍ଗୋପସାଗରରେ ୧୨ଟି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। କେବଳ ଗତ ୨୦ ଦିନରେ ସୃଷ୍ଟି ହୋଇଛି ୩ଟି ଲୋ ପ୍ରେସର ବା ଲଘୁଚାପ। ମୌସୁମୀ ଋତୁରେ ପୂର୍ବାନୁମାନ ଅପେକ୍ଷା ୭ ପ୍ରତିଶତ ଅଧିକ ବର୍ଷିଛି। ଏ ବର୍ଷ ପ୍ରାୟ ୧୬ଟି ଲୋ ପ୍ରେସର ସମ୍ଭାବନା ରହିଛି। ମୌସୁମୀ ଋତୁରେ ଲଘୁଚାପ ପ୍ରଭାବ ଓ ବର୍ଷା ଚାଷୀକୂଳଙ୍କ ପାଇଁ ହିତକର। କିନ୍ତୁ ମାତ୍ରାଧିକ ବର୍ଷିଲେ ବନ୍ୟା ବିତ୍ପାତ ଜନଜୀବନ ପ୍ରତି ବିପଦ ସୃଷ୍ଟି ବି କରୁଛି। ଚଳିତ ବର୍ଷ ଏକାଧିକ ଲଘୁଚାପ ଓ ମୌସୁମୀ ଟ୍ରପ୍ ଲାଇନ ପ୍ରଭାବରେ ଦେଶରେ ଭୀଷଣ ବର୍ଷା ହୋଇଛି। ଉତ୍ତରରୁ ଦକ୍ଷିଣ ଭାରତ ଯାଏ ଜଳପ୍ରଳୟ ସୃଷ୍ଟି ହୋଇଛି। କେଉଁଠି ଏକାଧିକ ଫ୍ଲାସଫ୍ଲଡ ଓ ଭୂସ୍ଖଳନ ତ ଆଉ କେଉଁଠି ସହରି ବନ୍ୟା ଜନଜୀବନକୁ ପ୍ରଭାବିତ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe