୨ ଦିନରେ ଲଘୁଚାପ: ଦକ୍ଷିଣରେ ଛେଚିବ, ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ

ବଙ୍ଗୋପସାଗରରେ ଆଜି ପୁଣି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ସମ୍ଭବତଃ ସୋମବାର କିମ୍ବା ମଙ୍ଗଳବାର ସୁଦ୍ଧା ଲଘୁଚାପରେ ପରିଣତ ହୋଇ ଦକ୍ଷିଣ ଓଡ଼ିଶା ଓ ସଂଲଗ୍ନ ଆନ୍ଧ୍ର ଉପକୂଳ ବଙ୍ଗୋପସାଗରରେ ୩ ଦିନ ଧରି ରହିବ।

www.skymetweather.com

ଭୁବନେଶ୍ବର: ବଙ୍ଗୋପସାଗରରେ ଆଜି ପୁଣି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ସମ୍ଭବତଃ ସୋମବାର କିମ୍ବା ମଙ୍ଗଳବାର ସୁଦ୍ଧା ଲଘୁଚାପରେ ପରିଣତ ହୋଇ ଦକ୍ଷିଣ ଓଡ଼ିଶା ଓ ସଂଲଗ୍ନ ଆନ୍ଧ୍ର ଉପକୂଳ ବଙ୍ଗୋପସାଗରରେ ୩ ଦିନ ଧରି ରହିବ। ସେପ୍ଟେମ୍ବର ୪ରେ ଦୁର୍ବଳ ହୋଇ ୫ ଓ ୬ ତାରିଖରେ ଓଡ଼ିଶା ଉପକୂଳ ନିକଟତର ହେବ। ପ୍ରଭାବରେ ସେପ୍ଟେମ୍ବର ୩ ପର୍ଯ୍ୟନ୍ତ ଭୁବନେଶ୍ବରଠାରୁ ସମ୍ବଲପୁର ସଂଯୋଗ କରୁଥିବା ସରଳ‌ରେଖାର ଦକ୍ଷିଣରେ ବର୍ଷା ହୋଇପାରେ। ଅବିଭକ୍ତ କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁରରେ ଏହି ତିନି ଦିନ ୧୫ରୁ ୨୫ ମିମି ଲେଖାଏଁ ବର୍ଷା ହେବ।

ସମ୍ବଲପୁରରୁ କଳାହାଣ୍ଡି ପର୍ଯ୍ୟନ୍ତ ସ୍ବଳ୍ପ (୧୫ ମିମି ଲେଖାଏଁ) ଏବଂ ଅନ୍ୟାନ୍ୟ ସ୍ଥାନରେ ୧୦ରୁ ୧୫ ମିମି ଲେଖାଏଁ ବର୍ଷା ହେବ ବୋଲି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି। ସେ ଆହୁରି କହିଛନ୍ତି ଯେ ସୁନ୍ଦରଗଡ଼, ମୟୂରଭଞ୍ଜ ଓ ବାଲେଶ୍ବର ଜିଲ୍ଲାରେ କାଁଭାଁ ହାଲୁକା ବର୍ଷା ଓ ସ୍ଥାନେ ସ୍ଥାନେ ସ୍ବଳ୍ପ ବର୍ଷା ହେବ। ୪ ତାରିଖରେ ବିକ୍ଷିପ୍ତ ବର୍ଷା‌, ୫ ତାରିଖରେ ଉପକୂଳ ସମେତ ଢେଙ୍କାନାଳ, ଦେବଗଡ଼, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାର ସ୍ଥାନେ ସ୍ଥାନେ ମଧ୍ୟମଧରଣର ବର୍ଷା ହୋଇପାରେ। ୬ ତାରିଖରେ ସାରା ରାଜ୍ୟରେ ସ୍ବଳ୍ପ ବର୍ଷା ହେବାକୁ ଥିବା ବେଳେ ୭ ତାରିଖରେ ବର୍ଷା କମିଯିବାର ସମ୍ଭାବନା ରହିଛି। ବର୍ତ୍ତମାନର ପାଣିପାଗକୁ ନଜରରେ ରଖି ଧାନରେ ୟୁରିଆ ସାର ପ୍ରୟୋଗ କରିବାକୁ ସେ କହିଛନ୍ତି। ଏଥିସହ ପ୍ରାକ୍‌ ରବି ଫସଲ ଯଥା ଅଳସୀ, କୋଳଥ, କନ୍ଦମୂଳ, ମୁଗ ଓ ବିରି ଲଗାଇବାକୁ ପାଗ ଅନୁକୂଳ ରହିଥିବା ପ୍ର‌ଫେସର ପଶୁପାଳକ ପରାମର୍ଶ ଦେଇଛନ୍ତି। ରାଜ୍ୟର ୭ଟି ଜିଲ୍ଲାରେ ମୌସୁମୀ ବର୍ଷା ନିଅଣ୍ଟିଆ ରହିଛି।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ନୂତନ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ସେପ୍ଟେମ୍ବର ୧ରୁ ୩ ମଧ୍ୟରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ଓ ବଜ୍ରପାତର ସମ୍ଭାବନା ରହିଛି। ତାହାକୁ ନଜରରେ ରଖି ଏହି ତିନି ଦିନ ପାଇଁ କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର, ମାଲକାନଗିରି, କନ୍ଧମାଳ ଜିଲ୍ଲାର କିଛି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାକୁ ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ସେପ୍ଟେମ୍ବର ୨ରୁ ୪ ମଧ୍ୟରେ ମତ୍ସ୍ୟଜୀବୀମାନେ ଓଡ଼ିଶା ଉପକଳ, ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ ସମୁଦ୍ରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe