୪ରେ ବଙ୍ଗୋପସାଗରରେ ଲଘୁଚାପ

Advertisment

ବଙ୍ଗୋପସାଗରରେ ଆଜି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଦକ୍ଷିଣ ପୂର୍ବ ବାଂଲାଦେଶ ଉପରେ ସକ୍ରିୟ ଥିବା ଘୂର୍ଣ୍ଣିବଳୟ ଧୀରେ ଧୀରେ ପଶ୍ଚିମ ଉତ୍ତର-ପଶ୍ଚିମ ଦିଗରେ ଗତି କରି ଉତ୍ତର ବଙ୍ଗୋପସାଗର ନିକଟସ୍ଥ ପଶ୍ଚିମବଙ୍ଗ ଓ ଓଡ଼ିଶା ଉପକୂଳ ନିକଟରେ ଆସନ୍ତା ୪ ତାରିଖରେ ଲଘୁଚାପର ରୂପ ନେବ।

ବଙ୍ଗୋପସାଗରରେ ଆଜି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଦକ୍ଷିଣ ପୂର୍ବ ବାଂଲାଦେଶ ଉପରେ ସକ୍ରିୟ ଥିବା ଘୂର୍ଣ୍ଣିବଳୟ ଧୀରେ ଧୀରେ ପଶ୍ଚିମ ଉତ୍ତର-ପଶ୍ଚିମ ଦିଗରେ ଗତି କରି ଉତ୍ତର ବଙ୍ଗୋପସାଗର ନିକଟସ୍ଥ ପଶ୍ଚିମବଙ୍ଗ ଓ ଓଡ଼ିଶା ଉପକୂଳ ନିକଟରେ ଆସନ୍ତା ୪ ତାରିଖରେ ଲଘୁଚାପର ରୂପ ନେବ।

rain

ଭୁବନେଶ୍ବ: ବଙ୍ଗୋପସାଗରରେ ଆଜି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଦକ୍ଷିଣ ପୂର୍ବ ବାଂଲାଦେଶ ଉପରେ ସକ୍ରିୟ ଥିବା ଘୂର୍ଣ୍ଣିବଳୟ ଧୀରେ ଧୀରେ ପଶ୍ଚିମ ଉତ୍ତର-ପଶ୍ଚିମ ଦିଗରେ ଗତି କରି ଉତ୍ତର ବଙ୍ଗୋପସାଗର ନିକଟସ୍ଥ ପଶ୍ଚିମବଙ୍ଗ ଓ ଓଡ଼ିଶା ଉପକୂଳ ନିକଟରେ ଆସନ୍ତା ୪ ତାରିଖରେ ଲଘୁଚାପର ରୂପ ନେବ। ତେବେ ଏହା ଅଧିକ ଘନୀଭୂତ ହେବାର ଆଶଙ୍କା କମ୍‌ ରହିଛି। ଲଘୁଚାପ ରୂପରେ ଏହା ଉପକୂଳ ଅତିକ୍ରମ କରିବ। ତେଣୁ ଓଡ଼ିଶା ଉପରେ କୌଣସି ବାତ୍ୟା ଭୟ ନାହିଁ। ପ୍ରଭାବରେ ୪ ତାରିଖ ବେଳକୁ ଉତ୍ତର ଓଡ଼ିଶାରେ ବର୍ଷା ସମ୍ଭାବନା ରହିଛି। ଏହାପରେ ଉତ୍ତର ଓଡ଼ିଶା ଓ ପାର୍ଶ୍ୱବର୍ତ୍ତୀ ଜିଲ୍ଲାରେ ବର୍ଷାର ପରିମାଣ ବଢ଼ିବ ବୋଲି ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି।

ଅକ୍ଟୋବରରେ ବଢ଼ୁଥିବା ତାପମାତ୍ରା ସମ୍ପର୍କରେ ଶ୍ରୀ ମହାପାତ୍ର କହିଛନ୍ତି ଯେ ଜଳବାୟୁ ପରିବର୍ତ୍ତନ ପ୍ରଭାବରେ ବିଭିନ୍ନ ଋତୁରେ ତାପମାତ୍ରା ବଢ଼ୁଛି। ତେବେ ଶୀତ ଋତୁରେ ସବୁଠାରୁ ବେଶି ତାପମାତ୍ରା ବୃଦ୍ଧି ହେଉଛି। ଜାନୁଆରି ଓ ଫେବ୍ରୁଆରି ମାସରେ ତାପମାତ୍ରା ଅଧିକ ରହୁଛି। ମୌସୁମୀ ବାୟୁ ଫେରିବା ପରବର୍ତ୍ତୀ ସମୟ ଅର୍ଥାତ୍‌ ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ଦିନର ତାପମାତ୍ରା ସ୍ବାଭାବିକଠାରୁ ଅଧିକ ରହୁଛି। ଫଳରେ ତାତି ଅନୁଭୂତ ହେଉଛି। ପ୍ରାକୃତିକ ଉପାୟରେ ଦେଖିଲେ ସୂର୍ଯ୍ୟ ଓ ପୃଥିବୀ ମଧ୍ୟରେ ଯେଉଁ ଗତି ହୋଇଥାଏ, ସେହି ଅନୁଯାୟୀ ଓଡ଼ିଶାରେ ଏପ୍ରିଲ ଓ ମେ’ ମାସରେ ଗରମ ଅନୁଭୂତ ହୁଏ। ତା’ପରେ ପୁଣି ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି ଅନୁସାରେ ମୌସୁମୀ ସମୟରେ ତାପମାତ୍ରା କମିଯାଇଥାଏ। ମୌସୁମୀ ଫେରିବା ବେଳେ ଅକ୍ଟୋବର ମାସରେ ପୁଣିଥରେ ତାପମାତ୍ରା ବଢ଼ିଥାଏ। ଏଥର ଅକ୍ଟୋବର କିମ୍ବା ନଭେମ୍ବର ମାସରେ ଲା-ନିନା ସକ୍ରିୟ ହେବ। ତାହାର ସ୍ଥିତିକୁ ଦେଖି ଚଳିତବର୍ଷ ଶୀତର ଅବସ୍ଥା କ’ଣ ରହିବ ତାହା ଜଣାପଡ଼ିବ ବୋଲି ସେ କହିଛନ୍ତି।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ଆକଳନ ଅନୁଯାୟୀ ୪ ତାରିଖ ପୂର୍ବାହ୍ନ ମଧ୍ୟରେ ଉପକୂଳ ଓଡ଼ିଶା ସମେତ ମୟୂରଭଞ୍ଜ, କେନ୍ଦୁଝର, ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାରେ ଘଡ଼ଘଡ଼ି ବିଜୁଳି ସହ ବର୍ଷା ହୋଇପାରେ। ପରବର୍ତ୍ତୀ ୩ ଦିନ ଯାଏଁ ପାଗ ମୁଖ୍ୟତଃ ଶୁଖିଲା ରହିବ ଏବଂ କାଁ ଭାଁ ସ୍ଥାନରେ ହାଲୁକା ବର୍ଷା ହେବ। ୮ ତାରିଖ ବେଳକୁ ବର୍ଷା ପରିମାଣ ବଢ଼ିପାରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe